ଇସଲାମାବାଦ: ଘନଉଛି ଯୁଦ୍ଧ ସ୍ଥିତି । ଭାରତରେ ଆକ୍ସନ ହେଲେ ପାକିସ୍ତାନରେ ଦେଖିବାକୁ ମିଳୁଛି ହଲଚଲ । ଗତକାଲି ଭାରତ ପାକିସ୍ତାନ ପାଇଁ ଏୟାର ସ୍ପେସ୍ ବନ୍ଦ କରିବା ପରେ ଆଜି ନିଜ ସୁରକ୍ଷାକୁ ଦୃଷ୍ଟିରେ ରଖି ପାକିସ୍ତାନ ଲାହୋର-କରାଚିରେ ଏୟାର ସ୍ପେସକୁ ବନ୍ଦ କରିଛି ।
ତେବେ ମେ’ ୧ରୁ ମେ’ ୩୧ରୁ ଯାଏଁ ଭୋର ୪ଟାରୁ ସକାଳ ୮ଟା ପର୍ଯ୍ଯନ୍ତ ଏୟାର ସ୍ପେସ୍ ବନ୍ଦ ରହିବାକୁ ନିର୍ଦ୍ଦେଶ ଜାରି ହୋଇଛି । ପୂର୍ବରୁ ଭାରତ ପାଇଁ ପାକିସ୍ତାନ ନିଜର ସମସ୍ତ ଏୟାର ସ୍ପେସ୍ ବନ୍ଦ କରିଥିବା ବେଳେ ଗତକାଲି ଭାରତ ପାକିସ୍ତାନ ପାଇଁ ଏୟାର ସ୍ପେସ୍ ବନ୍ଦ କରିଛି ।
ପହଲଗାମ୍ ଆତଙ୍କୀ ହମଲା ପରେ ପାକିସ୍ତାନକୁ ପୁଣି ପାନେ ଦେଇଛି ଭାରତ । ପହଲଗାମ୍ ଆତଙ୍କୀ ହମଲାର ପ୍ରତିଶୋଧ ନେବାକୁ ପାକିସ୍ତାନ ଉପରେ ପୁଣି ପ୍ରହାର ପକାଇ ଗତକାଲି ପାକିସ୍ତାନର ସବୁ ଉଡାଣ ଉପରେ କଟକଣା ଲଗାଇଛି । ଯାହା ଫଳରେ ଭାରତ ଉପର ଦେଇ ଉଡିପାରିବନି କୌଣସି ବି ପାକିସ୍ତାନ ବିମାନ । ମେ ୨୩ ଯାଏଁ ଏୟାରସ୍ପେସ୍ ବନ୍ଦ ରଖିଛି ଭାରତ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/05/01/Tf51StptcKxJtg2K0Yuy.jpg)