ନୂଆଦିଲ୍ଲୀ: ପହଲଗାମ୍ ହମଲାକୁ ଇତି ମଧ୍ୟରେ ମାସେ ପୂରିଥିବା ବେଳେ ଭାରତର ଭିତରେ ପଶି ଆତଙ୍କୀ ହମଲା କରି ୨୬ ନିରୀହ ଜୀବନ ନେଇଥିବା ଆତଙ୍କୀଙ୍କ ଉପରେ ପ୍ରତିଶୋଧ ନେଇଛି ଭାରତ । ଯେମିତି ଆତଙ୍କବାଦୀମାନେ ପହଲଗାମରେ ଖୋଜି ଖୋଜି କେବଳ ପୁରୁଷଙ୍କୁ ମାରିଥିଲେ ଏବଂ ଧର୍ମ ପଚାରି ଗଣହତ୍ୟା କରିଥିଲେ ଆଉ ମହିଳାଙ୍କ ମଥାର ସିନ୍ଦୂର ପୋଛି ସେମାନଙ୍କୁ ବିଧବା କରିଥିଲେ । ସବୁ ଘଟଣାର ଗୋଟି ଗୋଟି ଜବାବ ଦେଇଛି ଭାରତ । ମୋଦୀ ସରକାର ମାଆଙ୍କୁ ନ୍ୟାୟ ଦେବାକୁ ସିନ୍ଦୂରର ବଦଲା ଅପରେସନ ସିନ୍ଦୂର ମାଧ୍ୟମରେ ନେଇଛନ୍ତି । ୨୨ ଏପ୍ରିଲ ୨୦୨୫ରେ ହମଲା ହେଲା ଆଉ ଏହାର ଠିକ୍ ୧୫ ଦିନରେ ହିଁ ପ୍ରତିଶୋଧ ପୂରା କଲେ ଆମ ଯବାନ । ଅପରେସନ ସିନ୍ଦୂର ମାଧ୍ୟମରେ ଆତଙ୍କୀଙ୍କ ଆଡ୍ଡା ଉପରେ ହମଲା ହେଲା । 

Advertisment

ମଙ୍ଗଳବାରର ବଦଲାକୁ ମଙ୍ଗଳବାରରେ ନେଲା ସେନା । ମଙ୍ଗଳବାର ମଧ୍ୟରାତ୍ରି ଏବଂ ବୁଧବାର ପାହାନ୍ତି ଅର୍ଥାତ ୬ ମେ ମଧ୍ୟରାତି ଏବଂ ୭ ମେ ଭୋରୁ ହିଁ ଆତଙ୍କୀଙ୍କ ଖେଳ ଖତମ ହେଲା । ମାତ୍ର ୨୫ ମିନିଟରେ ହିଁ ପିଓକେ ଏବଂ ପାକିସ୍ତାନରେ ପଶି ୯ଟି ଆତଙ୍କୀ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ କଲା ଭାରତ । ପହଲଗାମରେ ପଶି ଆତଙ୍କୀ ଯେଉଁ ରକ୍ତର ହୋଲି ଖେଳିଥିଲେ ଆତଙ୍କୀଙ୍କୁ ଖୋଜି ଖୋଜି ମାରି ଭାରତୀୟ ଯବାନ ବି ରକ୍ତର ହୋଲି ଖେଳିଥିଲେ । ଆଉ ଆତଙ୍କୀ ଆଡ୍ଡା ଉପରେ ଆକାଶ ମାର୍ଗରୁ ଆକ୍ରମଣ କରି ଅଦିନିଆ ଦୀପାବଳି ପାଳିଥିଲେ ।

ପହଲଗାମ୍ ହମଲା ପରେ ଏବଂ ଅପରେସନ ସିନ୍ଦୂର ପୂର୍ବରୁ ଜଳ ଏବଂ ସ୍ଥଳରେ କୂଟନୈତିକ ପ୍ରହାର କରିଥିଲା ଭାରତ । ସିନ୍ଧୁ ନଦୀ ଜଳ ଚୁକ୍ତି ସ୍ଥଗିତ ରହିବା ସହ ପାକିସ୍ତାନକୁ ପାଣି ଟୋପେ ଦେଇନି ଭାରତ । ହମଲା ପରେ ହିଁ ଏନଆଇଏ ଘଟଣାର ତଦନ୍ତ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଆତଙ୍କୀଙ୍କୁ ଖୋଜିବା ଆରମ୍ଭ କଲା । ଯବାନ ମାନେ ଭାରତ ଭିତରେ ଥିବା ଆତଙ୍କୀଙ୍କୁ ଘର ଉଡାଇଦେଲେ । 

ପାକିସ୍ତାନ ଆତଙ୍କୀଙ୍କୁ ପୋଷୁଥିବାରୁ ପାକିସ୍ତାନକୁ ପାନେ ଦେବାକୁ ସବୁ ପାକିସ୍ତାନୀଙ୍କୁ ଭାରତରୁ ତଡିବାକୁ ନିର୍ଦ୍ଦେଶ ହେଲା । ସମସ୍ତଙ୍କର ଭିସା ରଦ୍ଦ ହେଲା । ଆକାଶ ମାର୍ଗ ପାକିସ୍ତାନ ପାଇଁ ବନ୍ଦ କଲା ଭାରତ । ଅଟାରୀ ବର୍ଡର ବି ବନ୍ଦ ହେଲା । ଦିଲ୍ଲୀରେ ଥିବା ପାକ୍ ଦୂତାବାସ ଉପରେ ଆକ୍ସନ ହେଲା । ଅପରେସନ ସିନ୍ଦୂର ପରେ ପାଗଳ ହୋଇଥିବା ପାକିସ୍ତାନ ଆକ୍ରମଣ ଆରମ୍ଭ କଲା । ସୀମାରେ ଉତ୍ତେଜନା ସୃଷ୍ଟି କଲା । 

ରାତି ହେଲେ ଡ୍ରୋନ ହମଲା ଏବଂ ମିସାଇଲ ଛାଡିଲା । ଯାହାକୁ ଆମ ଭାରତୀୟ ଯବାନ ଓ ଆମର ସୁଦର୍ଶନ ଚକ୍ର ସବୁକୁ କାଟି ଫିଙ୍ଗିଦେଲା । ଶେଷରେ ପାକିସ୍ତାନ ସୀମାବର୍ତ୍ତୀ ଲୋକଙ୍କୁ ଗୁଳିମାଡ କରି ହତ୍ୟା କଲା । ପାକିସ୍ତାନର ଆକ୍ରମଣକୁ ପଣ୍ଡ ପାଇଁ ଭାରତର ବିଭିନ୍ନ ରାଜ୍ୟକୁ ବ୍ଲାକ ଆଉଟ କରାଗଲା । ପାକିସ୍ତାନକୁ ଜବାବ ଦେବାକୁ ପାକିସ୍ତାନରେ ପଶି ବିଭିନ୍ନ ସ୍ଥାନରେ ଭାରତ ହମଲା କଲା । ବ୍ରହ୍ମୋସ୍ ମାଡରେ ପାକିସ୍ତାନ ଛାରଖାର ହେଲା । ପାକିସ୍ତାନର ଅନେକ ଏୟାର ବେସ ନଷ୍ଟ ହେଲା । ଭାରତର ସହ ଲାଗିବାର ଫଳ ଭୋଗିଲା ।

ଅଧିକ ପଢନ୍ତୁ:

୨୨ ଏପ୍ରିଲ ୨୦୨୫: ଆଜିକୁ ଠିକ୍ ମାସେ ତଳେ କାଶ୍ମୀରର ସାଗୁଆ ଭୂଇଁରେ ଭାଙ୍ଗି ଯାଇଥିଲା ଅନେକ ସ୍ତ୍ରୀଙ୍କ ନାଲି ଶଙ୍ଖା, ସୈତାନ ପୋଛି ଦେଇଥିଲେ ନାଲି ସିନ୍ଦୂର...

ଭାରତର ରୌଦ୍ର ରୂପ ଦେଖି ଛାନିଆ ପାକିସ୍ତାନ ଅସ୍ତ୍ରବିରତି ପାଇଁ ଅନୁରୋଧ କଲା । ଏବଂ ମେ ୧୦ରେ ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଘୋଷଣା ହେଲା ।  ଅସ୍ତ୍ରବିରତି ଘୋଷଣା ପରେ ପାକିସ୍ତାନ ସୀମାରେ ଡ୍ରୋନ ହମଲା କରିଥିଲା ମାତ୍ର ଭାରତର ଧମକ ପରେ ପାକିସ୍ତାନ ଭୟରେ ଆଉ ଏଯାଏଁ କିଛି କରିନଥିବା ବେଳେ ସୀମାରେ ଆତଙ୍କୀଙ୍କ ଅନୁପ୍ରବେଶ କରେଇବାରେ ଲାଗିଛି । ଯାହାକୁ ଆମ ଯବାନ ମାରି ଗଡାଉଛନ୍ତି ।

ଏପଟେ ପାକିସ୍ତାନ ସହ ଲିଙ୍କରେ ଥିବା ସବୁ ଗୁପ୍ତଚରଙ୍କୁ ବାନ୍ଧିବାକୁ ପ୍ରୟାସ ଆରମ୍ଭ ହୋଇଥିବା ବେଳେ ସାମ୍ନାକୁ ଆସିଛନ୍ତି ଜ୍ୟୋତି ମଲହୋତ୍ରା । ଯିଏ ତାଙ୍କ ଗ୍ୟାଙ୍ଗ ସହ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିଲେ । ଭାରତରେ ଥାଇ ଭାରତ ସହ ବେଇମାନୀ କରୁଥିଲେ ଏବଂ ବ୍ଲାକ ଆଉଟର ସବୁ ଖବର ପାକିସ୍ତାନକୁ ଦେଉଥିଲେ । ଗୁଇନ୍ଦାଗିରି ଅଭିଯୋଗରେ ୧୧ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଓଡିଶାର ପ୍ରିୟଙ୍କା ସେନାପତିଙ୍କ ଲିଙ୍କ ନେଇ ତଦନ୍ତ ଚାଲିଛି । 

 pahalgam-terror-attack