ନୂଆଦିଲ୍ଲୀ: ଗର୍ଜିଲା ରାଫେଲ୍, ଥରିଲା ପାକିସ୍ତାନ । ରାତିର ଛାତି ଚିରି ଆତଙ୍କୀଙ୍କ ପ୍ରାଣରୁ ପିଣ୍ଡ କାଢିନେଲା ଲଢୁଆ ବିମାନ ରାଫେଲ । ପହଲଗାମ୍ ପ୍ରତିଶୋଧକୁ ସଫଳ କରାଇବାରେ ରାଫେଲର ଥିଲା ବଡ ଭୂମିକା । କାରଣ ପାକିସ୍ତାନରେ ପଶି ଆତଙ୍କୀ ଶିବିର ଉପରେ ପ୍ରଚଣ୍ଡ ପ୍ରହାର କରିଥିଲା ରାଫେଲ । ୧୦୦ କିଲୋମିଟ ଭିତରେ ପଶି ପାକିସ୍ତାନର ଆତଙ୍କୀ ଆଡ୍ଡାକୁ ଟାର୍ଗେଟ୍ କରି ମାଟିରେ ମିଶାଇ ଦେଇଛି ରାଫେଲ । 

Advertisment

ତେବେ ଅଧ ରାତିରେ ଖାଲି ରାଫେଲ ନୁହେଁ ସୁଖୋଇ ବି ଆତଙ୍କୀଙ୍କୁ ଦେଇଛି ରକ୍ତର ଜବାବ । ଏୟାର ଷ୍ଟ୍ରାଇକରେ ସାମିଲ ଥିଲେ  ମୋଟ ୮ଟି ସୁଖୋଇ ଏବଂ ୪ଟି ରାଫେଲ । ଆଉ ବ୍ରହ୍ମୋସ୍ ମିସାଇଲ ମାଡ଼ରେ ମାଟିରେ ମିଶିଛି ଆତଙ୍କୀ ଆଡ୍ଡା । ଆକ୍ରମଣରେ ପ୍ରାୟ ୩୦୦ରୁ ଅଧିକ ଆତଙ୍କୀ ନିପାତ ହୋଇଥିବା କୁହାଯାଉଛି । ସେପଟେ ଆକ୍ରମଣ ପରେ ସୁରକ୍ଷିତ ଫେରିଲେ ଯବାନ । ଅପରେସନ ସିନ୍ଦୂରରେ ସାମିଲ ଥିବା ଯବାନ ଫେରିଲେ । ଏଥିସହ ରାଫେଲ ମଧ୍ୟ ସୁରକ୍ଷିତ ଫେରିଲା ।