ନୂଆଦିଲ୍ଲୀ: ରାତିରେ ବାଉଳି ହେଉଛି ପାକିସ୍ତାନ । ଆଉ ଶୋଉ ନାହାନ୍ତି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ । ଭାରତର ପ୍ରସ୍ତୁତି ଦେଖି ପାକିସ୍ତାନର ପିଳେହି ପାଣି ହେଲାଣି । ଆଉ ଭାତର କେତେବେଳେ ବି ପାକିସ୍ତାନ ଉପରେ ଆକ୍ରମଣ କରିପାରେ ବୋଲି ଆଶଙ୍କା କରି ବାଉଳିଚାଉଳି ହେଉଛନ୍ତି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ । ଖ୍ବାଜା ଆସିଫ୍ । 

Advertisment

ପହଲଗାମ୍ ପ୍ରତିଶୋଧ ନେବାକୁ ଭାରତ ପଣ କରିଥିବା ବେଳେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଘାରିଛି ଯୁଦ୍ଧ ଭୟ । ଏହି ଭୟ ଓ ଆତଙ୍କ ଭିତରେ ଖ୍ବାଜାଙ୍କ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି-  ଖୁବଶୀଘ୍ର ହେବ ଯୁଦ୍ଧ, ଯେକୌଣସି ମୂହୁର୍ତ୍ତରେ ପାକିସ୍ତାନ ଉପରେ ଆକ୍ରମଣ କରିପାରେ ଭାରତ । ଏଲଓସିରେ କେତେବେଳେ କିଛି ବି ହୋଇପାରେ... ଖୋଦ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କ ଏଭଳି ବୟାନ ଭାରତ ପକ୍ଷରୁ ହେବାକୁ ଥିବା ବଡ଼ ଆକ୍ସନର ସଙ୍କେତ ଦେଉଛି  ।

ତେବେ ପହଲଗାମ ଆଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବାକୁ ପ୍ରସ୍ତୁତ ହେଉଛି ଭାରତ  ।  ଆଉ ଭାରତର ପ୍ରସ୍ତୁତି ଦେଖି ପାକିସ୍ତାନର ନିଦ ହଜିଯାଇଛି  । ଜଣଙ୍କ ପରେ ଜଣେ ମନ୍ତ୍ରୀଙ୍କ ବୟାନ ସ୍ପଷ୍ଟ କରୁଛି କି, ପାକିସ୍ତାନ କେତେ ଭୟଭୀତ ଅବସ୍ଥାରେ ରହିଛି  ।  ଯୁଦ୍ଧ ନେଇ ଭାରତ ପକ୍ଷରୁ ଏପର୍ୟ୍ୟନ୍ତ କୌଣସି ବୟାନ ଜାରି ହୋଇ ନଥିଲେ ବି ଯୁଦ୍ଧ ଆଶଙ୍କାରେ ପାକିସ୍ତାନର ନେତା ଓ ମନ୍ତ୍ରୀ ଶୋଇପାରୁ ନାହାନ୍ତି ।  ଭାରତ କିଭଳି ଆକ୍ରମଣ କରିବ ତାହା କଳ୍ପନା କରି ଭୟଭୀତ ହୋଇପଡ଼ିଛନ୍ତି  ।