ନୂଆଦିଲ୍ଲୀ: ଏଲଓସିରେ ଆଜି ଜାରି ରହିଛି ଉତ୍ତେଜନା । ପୁଣି ଗୁଳି ମାରି ସୀମାକୁ ଅଶାନ୍ତ କରିଛି ପାକିସ୍ତାନ । ଭାରତ-ପାକିସ୍ତାନ ସୀମାରେ ଲଗାତାର ୧୧ ଦିନରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ ।
During the night of 04 -05 May 2025, Pakistan Army posts resorted to unprovoked small arms fire across the LoC in areas opposite Kupwara, Baramulla, Poonch, Rajauri, Mendhar, Naushera, Sunderbani, and Akhnoor in J&K. The Indian Army responded promptly and proportionately: Indian…
— ANI (@ANI) May 5, 2025
ଭାରତର ରାତି ଅଧିଆ ଆକ୍ରମଣ ଡରରେ ପାକିସ୍ତାନ ଗୁଳି ମାରୁଥିବା ବେଳେ ଗୁଳିବର୍ଷଣ ପାଇଁ ରାତି ଅନିଦ୍ରା ରହୁଛି । ତେବେ ଗତ ରାତିରେ ପାକିସ୍ତାନ ପୋଷ୍ଟରୁ କୁପୱାଡା, ବାଲମୂଲା, ପୁଞ୍ଚ, ରଜୌରୀ, ମେନ୍ଧାର, ନୌସେର, ସୁନ୍ଦେରବନି ଏବଂ ଅଖନୁର ଅଞ୍ଚଳରେ ଗୁଳିମାଡ କରାଯାଇଛି ।
ଏପଟେ ପାକିସ୍ତାନ ସେନାର ଗୁଳିମାଡର ମୁହଁତୋଡ ଜବାବ ଦେଇଛନ୍ତି ଭାରତୀୟ ଯବାନ । ଯେବେଠାରୁ ପହଲଗାମ୍ ପ୍ରତିଶୋଧ ନେବା ଭାରତ ଆରମ୍ଭ କଲାଣି ସେବେଠାରୁ ଭୟରେ ବାଉଳି ହୋଇ ଘନଘନ ଗୁଳିମାଡ କରୁଛି ପାକିସ୍ତାନ । ସୀମାରେ ପୂରା ପାକିସ୍ତାନୀ ସେନା ସଜାଗ ରହୁଛନ୍ତି । କାଳେ କେତେବେଳେ ଭାରତ ରାତିରେ ଆକ୍ରମଣ କରିଦେବ ସେନେଇ ପୂରା ଅନିଦ୍ରା ରହୁଛି ପାକିସ୍ତାନ ଓ ତାର ସେନା । ସମ୍ଭାବ୍ୟ ଯୁଦ୍ଧ ଭୟରେ ଥିବା ପାକିସ୍ତାନ ବାଉଳି ଚାଉଳି ହେଉଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/05/05/vykntQBGsmMUlK4IYIpn.jpg)