ଶ୍ରୀନଗର: ଏଲଓସିରେ ଜାରି ରହିଛି ଉତ୍ତେଜନା । ପୁଣି ଗୁଳି ମାରି ସୀମାକୁ ଅଶାନ୍ତ କଲା ପାକିସ୍ତାନ । ଭାରତ-ପାକିସ୍ତାନ ସୀମାରେ ଲଗାତାର ନବମ ଦିନରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ।
ଡରରେ ଗୁଳି ମାରୁଛି ପାକିସ୍ତାନ । କୁପୱାଡା, ଉରୀ, ଅଖନୁର ଅଞ୍ଚଳରେ ଗୁଳିମାଡ । ଗତରାତିରେ ଗୁଳିମାଡ କରିଥିବା ସୂଚନା । ତେବେ ପାକିସ୍ତାନ ସେନାର ଗୁଳିମାଡର ମୁହଁତୋଡ ଜବାବ ଦେଇଛନ୍ତି ଭାରତୀୟ ଯବାନ ।
During the night of 02-03 May 2025, the Pakistan Army resorted to unprovoked small‑arms fire across the Line of Control opposite the Kupwara, Uri, and Akhnoor areas of the Union Territory of Jammu & Kashmir. The Indian Army responded promptly and proportionately: Indian Army pic.twitter.com/vfDZ60OOxj
— ANI (@ANI) May 3, 2025
ଯେବେଠାରୁ ପହଲଗାମ୍ ପ୍ରତିଶୋଧ ନେବା ଭାରତ ଆରମ୍ଭ କଲାଣି ସେବେଠାରୁ ଭୟରେ ବାଉଳି ହୋଇ ଘନଘନ ଗୁଳିମାଡ କରୁଛି ପାକିସ୍ତାନ । ସୀମାରେ ପୂରା ପାକିସ୍ତାନୀ ସେନା ସଜାଗ ରହିଛନ୍ତି । କାଳେ କେତେବେଳେ ଭାରତ ଆକ୍ରମଣ କରିଦେବ ସେନେଇ ପୂରା ଅନିଦ୍ରା ରହୁଛି ପାକିସ୍ତାନ ଓ ତାର ସେନା । ସମ୍ଭାବ୍ୟ ଯୁଦ୍ଧ ଭୟରେ ରାତିରେ ଗୁଳିମାଗ କରୁଛି ପାକିସ୍ତାନ ।