ନୂଆଦିଲ୍ଲୀ: ପ୍ରତିଶୋଧ... ପ୍ରତିଶୋଧ... ପ୍ରତିଶୋଧ... ଭାରତ ନେବ ପହଲଗାମ୍ ହମଲାର ପ୍ରତିଶୋଧ... ଭାରତ ଆତଙ୍କବାଦୀ ଏବଂ ଆତଙ୍କୀଙ୍କୁ ପୋଷିଥିବା ଦେଶ ପାକିସ୍ତାନକୁ ପାନେ ଦେବାକୁ ପ୍ରସ୍ତୁତି ଚଳାଇଥିବା ବେଳେ ଆକ୍ସନ ପରେ ଆକ୍ସନ ନିଆଯାଉଛି । ଯାହାର ପରିଣାମ ପାକିସ୍ତାନକୁ ରାତିରେ ନିଦ ହେଉନି । କାଳେ ଭାରତ ଅଧ ରାତିରେ ଆକ୍ରମଣ କରିଦେବ କି ଏ ଭୟ ଘାରିଥିବା ବେଳେ ଭାରତର ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ବୟାନ ପାକିସ୍ତାନର ଆତଙ୍କୀ ଶିବିରରେ ଛନକା ପଶାଇଛି ।

Advertisment

ତେବେ ଆତଙ୍କବାଦୀଙ୍କୁ କଡ଼ା ଚେତାବନୀ ଦେଇ ଶାହ କହିଛନ୍ତି, ପହଲଗାମ୍ ଆକ୍ରମଣର ପ୍ରତିଶୋଧ ନେବ ଭାରତ । ଆତଙ୍କବାଦୀଙ୍କୁ କ୍ଷମା ଦିଆଯିବ ନାହିଁ । ଗୋଟି ଗୋଟି ଆତଙ୍କୀଙ୍କୁ ଖୋଜି ଖୋଜି ମାରିବୁ । ଆତଙ୍କବାଦର ମୂଳପୋଛ  କରିବୁ, ଆତଙ୍କବାଦର ସମାପ୍ତି ନହେବା ଯାଏଁ ଆମର ଲଢେଇ ଜାରି ରହିବ । 

ଆତଙ୍କବାଦ ବିରୋଧରେ ଲଢେଇ ପାଇଁ ଆମ ସହ ପୂରା ବିଶ୍ବ ଅଛି । ଯେଉଁମାନେ ଭାବୁଛନ୍ତି ପହଲଗାମରେ ଭୀରୁ ଭଳି ଆକ୍ରମଣ କରି ବିଜୟଲାଭ କରିଛନ୍ତି ସେମାନେ ଭୁଲ । ସେମାନେ ଏବେଠାରୁ ଚେତିଯିବା ଦରକାର । କାରଣ ମୋଦୀ ସରକାରରେ କାହାକୁ ତ୍ରାହି ନାହିଁ କି କାହାକୁ ବି ଛଡାଯିବନି । 

ସେହିପରି ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଆତଙ୍କୀଙ୍କ ନିପାତ ପାଇଁ ଚେତାବନୀ ଦେଇଥିଲେ । ପାତାଳରେ ଲୁଚିଥିଲେ ବି ଖୋଜି ଖୋଜି ମାରିବୁ ବୋଲି ମୋଦି କହିଥିଲେ । ପହଲଗାମ୍ ଆତଙ୍କୀ ହମଲାରେ ସାମିଲ ଥିବା ଆତଙ୍କବାଦୀଙ୍କ ଅଣ୍ଟା ଭାଙ୍ଗିଦେବୁ କହି ମୋଦି ଆତଙ୍କୀଙ୍କୁ ଚାଲେଞ୍ଜ ଦେଇଥିଲେ ଏବଂ କାହାକୁ ଛାଡିବୁନି, ଆତଙ୍କୀଙ୍କୁ ମାରି ମାଟିରେ ମିଶେଇଦେବୁ । ଏମିତି ଦଣ୍ଡ ଦେବୁ ସେମାନେ କେବେ କଳ୍ପନା ବି କରିନଥିବେ ବୋଲି କହିଥିଲେ । ମୋଦୀ ଆହୁରି କହିଥିଲେ, ଭାରତର ଆତ୍ମା ଉପରେ ଆକ୍ରମଣ କରି ଭୁଲ କରିଛନ୍ତି ଆତଙ୍କବାଦୀ । ଆତଙ୍କବାଦକୁ ପ୍ରଶୟ ଦେଉଥିବା ଦେଶକୁ ଧ୍ବଂସ କରିବାର ସମୟ ଆସିଛି । ଆତଙ୍କୀଙ୍କ ଭୂସ୍ବର୍ଗକୁ ମାଟିରେ ମିଶେଇ ଦେବୁ ବୋଲି କହିଥିଲେ ।