ଶ୍ରୀନଗର: ଜେଲରେ ଆତଙ୍କବାଦୀ ଆକ୍ରମଣ ନେଇ ଆଶଙ୍କା । ଜମ୍ମୁକାଶ୍ମୀର ଜେଲରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ । ଶ୍ରୀନଗର ସେଣ୍ଟ୍ରାଲ ଜେଲ ଏବଂ କୋଟ୍ ବଲୱାଲ ଜେଲରେ ଆତଙ୍କୀ ହମଲା ନେଇ ଆଶଙ୍କା । ବିଶେଷ ସୂତ୍ରରୁ ଏହି ସୂଚନା ମିଳିବା ପରେ ଦୁଇଟି ଜେଲରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ବଢାଇ ଦିଆଯାଇଛି । ଆତଙ୍କୀ ଆକ୍ରମଣ ନେଇ ଆଲର୍ଟ ପରେ ଜାମ୍ମୁ ଜେଲରେ ସୁରକ୍ଷାକୁ ସିଆଇଏସଏଫକୁ ହସ୍ତାନ୍ତର କରାଯାଇଛି । ଆଉ ତାପରେ ସୁରକ୍ଷା ବ୍ୟବସ୍ଥା କଡାକଡି ନେଇ ସିଆଇଏସଏଫର ଟପ୍ ଅଫିସର ସମୀକ୍ଷା କରିଛନ୍ତି ।
ସେପଟେ ଜାମ୍ମୁ ଜେଲରେ ହାଇପ୍ରୋଫାଇଲ୍ ଆତଙ୍କବାଦୀ ଏବଂ ସ୍ଲିପର ସେଲ ସଦସ୍ୟ ଅଛନ୍ତି । ଯେଉଁମାନେ ଆକ୍ରମଣରେ ସିଧାସଳଖ ସମ୍ପୃକ୍ତ ନଥିଲେ ବି ଲଜିଷ୍ଟିକ୍ ସାହାଯ୍ୟ, ଆତଙ୍କୀଙ୍କୁ ଆଶ୍ରୟ ଏବଂ ସେମାନଙ୍କ ଗତିବିଧିକୁ ସହଜ କରିଥାନ୍ତି । ଆତଙ୍କବାଦୀଙ୍କୁ ସମର୍ଥନ ଦେବା ଅଭିଯୋଗରେ ଯଦିଓ କିଛି ସ୍ଥାନୀୟ ଆତଙ୍କୀ ଜେଲରେ ଅଛନ୍ତି ତେଣୁ ସେହି ଆଶଙ୍କାରେ ଜେଲରେ ଆତଙ୍କବାଦୀମାନେ ଆକ୍ରମଣ କରିପାରନ୍ତି ବୋଲି ଆଲର୍ଟ ଜାରି କରାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/05/05/39aFnIbjF2SJDhtiHdeL.jpg)