ନୂଆଦିଲ୍ଲୀ: ରାୱଲପିଣ୍ଡି କ୍ରିକେଟ୍ ଷ୍ଟାଡିୟମରେ ଡ୍ରୋନ୍ ଆକ୍ରମଣ । ଭାରତ ପକ୍ଷରୁ ରାୱଲପିଣ୍ଡିରେ ହମଲା । ପାକିସ୍ତାନ ସୁପର ଲିଗ୍ ପୂର୍ବରୁ ଡ୍ରୋନ୍ ଆକ୍ରମଣ । ଆଜି ରାତି ୮ଟାରେ ଆରମ୍ଭ ହୋଇଥାନ୍ତା ପିଏସଏଲ । ତା ପୂର୍ବରୁ ଆକ୍ରମଣ କରିଛି ଭାରତ। ଯେଉଁଥିରେ ରାୱଲପିଣ୍ଡି କ୍ରିକେଟ୍ ଷ୍ଟାଡିୟମ କ୍ଷତିଗ୍ରସ୍ତ ହୋଇଛି ।
ସେପଟେ ଡ୍ରୋନ୍ ଆକ୍ରମଣ ପରେ ରାୱଲପିଣ୍ଡି ଛାଡିବାକୁ ନିର୍ଦ୍ଦେଶ ଦେଇଛି ପାକିସ୍ତାନ । ସୁପର ଲିଗରେ ଭାଗ ନେଇଥିବା ଖେଳାଳିଙ୍କୁ ଷ୍ଟାଡିୟମ ଛାଡି ଚାଲିଥିବାକୁ ନିର୍ଦ୍ଦେଶ ଦିଆଯାଇଛି । ପିସିବି ପକ୍ଷରୁ ଜରୁରୀ ବୈଠକ ବସିଛି । ପାକିସ୍ତାନ ପକ୍ଷରୁ ଭାରତର ୧୫ ସହରକୁ ଟାର୍ଗେଟ୍ କରିବାକୁ ଯୋଜନା କରିବା ପରେ ଏବଂ ବିଭିନ୍ନ ସହରରେ ମିଜାଇଲର ଭଗ୍ନାଂଶ ମିଳିବା ପରେ ଜବାବ ଦେଇଛି ଭାରତ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/05/08/yX5zXweXS1xwG7ftbJc3.jpg)