ନୂଆଦିଲ୍ଲୀ: ଏ ଯାତ୍ରା ବୀର ଯବାନଙ୍କ ପାଇଁ... ଏ ଯାତ୍ରା ବାୟୁବୀରଙ୍କ ପାଇଁ... ଏ ଯାତ୍ରା ପ୍ରତି ସୈନିକଙ୍କ ସାହସ ଓ ପରାକ୍ରମ ପାଇଁ... ଆଉ ଏ ଯାତ୍ରା ଅପରେସନ ସିନ୍ଦୂର ପାଇଁ... ହାତରେ ତ୍ରିରଙ୍ଗା ମୁହଁରେ ଭାରତ ମାତା କି ଜୟ ନାରା... କମ୍ପୁଛି ଗଗନ ପବନ, ସବୁଠି ଶୁଭୁଛି ବନ୍ଦେ ମାତରମ, ଭାରତ ମାତା କି ଜୟ ଆଉ ଜୟ ଯବାନ...
#WATCH | Lucknow | Uttar Pradesh CM Yogi Adityanath, along with Deputy CM Brajesh Pathak, participate in the 'Bharat Shaurya Tiranga Yatra'. pic.twitter.com/i9GHiDAzLQ
— ANI (@ANI) May 14, 2025
ଅପରେସନ ସିନ୍ଦୂରର ସଫଳତାକୁ ନେଇ ଆଜିଠୁ ଆରମ୍ଭ ହୋଇଛି ଦେଶବ୍ୟାପୀ ତ୍ରିରଙ୍ଗା ଯାତ୍ରା । ବିଜେପି ପକ୍ଷରୁ ଏହି ତ୍ରିରଙ୍ଗା ଶୋଭାଯାତ୍ରା ୧୦ ଦିନ ଧରି ଚାଲିବ । ଏହା ମାଧ୍ୟମରେ ପହଲଗାମ ଆକ୍ରମଣର ପ୍ରତିଶୋଧ ଓ ଅପରେସନ ସିନ୍ଦୂର ଜରିଆରେ ଆତଙ୍କୀଙ୍କ ଉପରେ ଭାରତର ବିଜୟ ଓ ତିନି ସେନାର ବୀରତ୍ବ ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ ।
#WATCH | #OperationSindoor | Odisha CM Mohan Charan Majhi rides on a bike driven by Odisha Minister Suryabanshi Suraj, leading the Tiranga Yatra Bike Rally in Bhubaneswar, in honour of the Indian armed forces.
— ANI (@ANI) May 14, 2025
(Source: I&PR Department, Odisha) pic.twitter.com/zCw3o9PmZM
ଭାରତ କିପରି ନିଜ ନାଗରିକଙ୍କୁ ସୁରକ୍ଷିତ ରଖିବା ସହ ବିଶ୍ବରେ ନିଜର ସ୍ବାଭିମାନକୁ ସୁରକ୍ଷିତ ରଖିପାରିଛି ଏହାକୁ ଉପସ୍ଥାପନା କରାଯିବ। ଏହିକ୍ରମରେ ଓଡ଼ିଶାର ରାଜଧାନୀ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ପରିସରରୁ ମଧ୍ୟ ତ୍ରିରଙ୍ଗା ଶୋଭାଯାତ୍ରା ବାହରିଛି । କାର୍ଯ୍ଯକ୍ରମରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ଏବଂ ତାଙ୍କର ମନ୍ତ୍ରିମଣ୍ଡଳ ମଧ୍ୟ ତ୍ରିରଙ୍ଗା ଧରି ପଦଯାତ୍ରା ପରେ ବାଇକ୍ ରାଲିରେ ବାହାରିଥିଲେ । କ୍ରୀଡା ମନ୍ତ୍ରୀ ସୂର୍ଯ୍ଯବଂଶୀ ସୂରଜଙ୍କ ବାଇକରେ ବସି ମୁଖ୍ୟମନ୍ତ୍ରୀ ବାଇକ୍ ରାଲିରେ ବାହାରିଛନ୍ତି ।
#WATCH | #OperationSindoor | Odisha CM Mohan Charan Majhi leads the Tiranga Yatra from Kalinga Stadium in Bhubaneswar, in honour of the Indian armed forces.
— ANI (@ANI) May 14, 2025
(Source: I&PR Department, Odisha) pic.twitter.com/fpuAvWnm2x
ସେପଟେ ଉତ୍ତରପ୍ରଦେଶରେ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭାରତ ସୌର୍ଯ୍ଯ ତ୍ରିରଙ୍ଗା ଯାତ୍ରାରେ ସାମିଲ ହୋଇଛନ୍ତି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ବି ତ୍ରିରଙ୍ଗା ଧରି ଭାରତୀୟ ବୀରଙ୍କ ପାଇଁ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସମେତ ବିଭିନ୍ନ ରାଜ୍ୟରୁ ଏବଂ ସାରା ଦେଶରୁ ଏହି ଶୋଭାଯାତ୍ରାର ଝଲକ ସାମ୍ନାକୁ ଆସୁଛି ।
#WATCH | 'Tiranga Shaurya Samman Yatra' being taken out in Dehradun, under the leadership of Uttarakhand Chief Minister Pushkar Singh Dhami, in honour of the Indian armed forces. #OperationSindoor pic.twitter.com/aFGs9Sikm0
— ANI (@ANI) May 14, 2025