ଜୟପୁର: ଆଗେ ଦେଶ ପରେ ସବୁକିଛି... ସେ ପଛେ ହେଉ ଜୀବନର ପ୍ରଥମ ବାହାଘର । ଆଗେ ମାଆ, ମାଟି ଆଉ ଭାରତ ମାତା... ଯେତେବେଳେ ଦେଶରେ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିଛି ଆଉ ଯେତେବେଳେ ସାରା ଦେଶ ଓ ଆମ ସେନା ସଜାଗ ରହି ପାକିସ୍ତାନ ଆକ୍ରମଣର କଡା ଜବାବ ଦେଉଛନ୍ତି ଠିକ୍ ସେତେବେଳେ ଦେଶର ନିଷ୍ପତ୍ତି ସହ ଏବଂ ସେନା ସହ ଛିଡା ହେବା ପ୍ରତିଟି ଭାରତୀୟଙ୍କ କର୍ତ୍ତବ୍ୟ... ଯାହାକୁ ପୂର୍ଣ୍ଣମାତ୍ରାରେ ପାଳନ କରିଛନ୍ତି ବିବାହ ପାଇଁ ବେଦୀରେ ବସିଥିବା ଜଣେ ବର ।
ରାଜସ୍ଥାନ ଯୋଧପୁରରେ ଗତକାଲି ବର କନ୍ୟାଙ୍କ ଭିତରେ ବିବାହ ଚାଲୁଥିବା ବେଳେ ବ୍ଲାକ୍ ଆଉଟ୍ ପାଇଁ ନିର୍ଦ୍ଦେଶ ଆସିଥିଲା । ଦେଶର ସୁରକ୍ଷା ଏବଂ ପାକିସ୍ତାନୀ ସେନାର ଆକ୍ରମଣରୁ ଜନଜୀବନ ରକ୍ଷା ପାଇଁ ବ୍ଲାକ୍ ଆଉଟ୍ ପାଇଁ ପୂର୍ବରୁ ନିର୍ଦ୍ଦେଶ ଥିବାରୁ ବିବାହ ସମୟରେ ହିଁ ବ୍ଲାକ୍ ଆଉଟ୍ କରାଯାଇଥିଲା । ଯାହାକୁ ସମ୍ମତି ଜଣାଇ ସେହି ଅନ୍ଧାର ଭିତରେ ବର ଜଣଙ୍କ କନିଆଁଙ୍କ ମଥାରେ ସିନ୍ଦୂର ଦେବା ସହ ବେଦୀରେ ବସି ବାହାହୋଇଥିଲେ ଏବଂ ସାତ୍ ଫେରା ନେଇ ସାତ ଜନ୍ମର ସାଥୀ ହେବାକୁ ଶପଥ ନେଇଥିଲେ ।
ତେବେ ଏହି ଘଟଣା ଏବେ ସବୁଠି ଚର୍ଚ୍ଚାର ପରିସରକୁ ଆସିଥିବା ବେଳେ ବ୍ଲାକ ଆଉଟ୍ ବେଳେ ବାହାଘରର ଭିଡିଓ ସୋସିଆଲ ମିଡିଆରେ ଜୋର୍ ଭାଇରାଲ ହେଉଥିବା ବେଳେ ବରଙ୍କୁ ସବୁଆଡୁ ପ୍ରଶଂସା କରାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/05/09/vWdQi3rdBFzzP8LOQ5Fj.jpg)