ବିଲେଇ ଏକ ଗୃହପାଳିତ ପଶୁ। ପିଲାମାନଙ୍କୁ କୁକୁର, ବିଲେଇଙ୍କ ସହ ଖେଲିବାକୁ ଭଲ ଲାଗେ। କିନ୍ତୁ ଏହି ବିଲେଇ ମଣିଷ ପାଇଁ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। ଏଭଳି ସତର୍କ ସୂଚନା ମିଳିଛି ଏକ ଗବେଷଣାରୁ। ପୋଷା ବିଲେଇ ଓ ମାନସିକ ରୋଗ ବିଷୟବସ୍ତୁକୁ ନେଇ ବ୍ରିଟେନ୍‌ସ୍ଥିତ ୟୁନିଭର୍ସିଟି କଲେଜ ଅଫ୍‌ ଲଣ୍ଡନ୍‌ର ମନୋବିଜ୍ଞାନୀମାନେ ଏକ ଗବେଷଣା କରିଥିଲେ। ପ୍ରତିଦିନ ବିଲେଇ ସହ ଘଣ୍ଟା ଘଣ୍ଟା ବିତାଉଥିବା କିଛି ବ୍ୟକ୍ତିଙ୍କୁ ଏହାର ପରିସରଭୁକ୍ତ କରାଯାଇଥିଲା। ଆଶ୍ଚର୍ଯ୍ୟର କଥା ହେଲା ଯେ ଏମାନଙ୍କ ମଧ୍ୟରୁ କେତେକଙ୍କଠାରେ ମାନସିକ ରୋଗର ଲକ୍ଷଣ ଦେଖିବାକୁ ମିଳିଥିଲା। ବିଶେଷଜ୍ଞମାନେ କହିଛନ୍ତି ଯେ, ପୋଷ‌ା ବିଲେଇ ସହ ଅଧିକାଂଶ ସମ‌ୟ ବିତାଇଲେ ତାହାର ପ୍ରଭାବ ସଂପୃକ୍ତ ବ୍ୟକ୍ତିଙ୍କର ମାନସିକ ସ୍ଥିତି ଉପରେ ପଡ଼ିଥାଏ। ପୁଣି ଭବିଷ୍ୟତରେ ସେହି ବ୍ୟକ୍ତି ମାନସିକ ରୋଗଦ୍ବାରା ଆକ୍ରାନ୍ତ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ଏଭଳି କଥା ସମ୍ପର୍କରେ କିପରି ଅଧିକ ତଥ୍ୟ ମିଳିପାରିବ ସେ ନେଇ ଉକ୍ତ ୟୁନିଭର୍ସିଟିର ମନୋବିଜ୍ଞାନୀମାନେ ଚେଷ୍ଟା ଜାରି ରଖିଛନ୍ତି।

Advertisment

publive-image Amazon India

ସବୁଠାରୁ ଦାମୀ ଅଙ୍ଗୁର
ନାଁ ହେଉଛି ରୁବି ରୋମାନ୍‌। ମିଠା ରସରେ ଭରପୂର। ଏହା ହେଉଛି ଜାପାନ୍‌ରେ ଉତ୍ପାଦିତ ଏକ ସ୍ବତନ୍ତ୍ର ପ୍ରକାରର ଅଙ୍ଗୁର ଯାହାକୁ ଏବେ ବିଶ୍ବର ସବୁଠୁ ଦାମୀ ଅଙ୍ଗୁର କୁହାଯାଉଛି। କହିବାକୁ ଗଲେ ଅଙ୍ଗୁରର ଦାମ୍‌ କିଲୋ ପିଛା ଭାରତୀୟ ମୁଦ୍ରାରେ ୭ ଲକ୍ଷ ୫୦ ହଜାର ଟଙ୍କା ହେବ। ଗତ ୧୨ ବର୍ଷ ମଧ୍ୟରେ ‘ରୁବି ରୋମାନ୍‌’ ଅଙ୍ଗୁର୍‌ର ଏହା ହେଉଛି ସର୍ବାଧିକ ମୂଲ୍ୟ। ରୁବି ରୋମାନ୍‌ ଗୋଟିଏ ଅଙ୍ଗୁରର ଓଜନ ୨୦ ଗ୍ରାମ୍‌ରୁ ବି ଅଧିକ ହୋଇଥାଏ। ଇଶିକୋୟା ପରଫେକ୍‌ଚୁଆଲ୍‌ ନାମକ ଏକ ସଂସ୍ଥା ଏହି ମୂଲ୍ୟବାନ ଅଙ୍ଗୁର ଉତ୍ପାଦନ କରୁଛନ୍ତି। ଏହି ଅଙ୍ଗୁରକୁ ବିକ୍ରି କରା ନ ଯାଇ ନିଲାମ୍‌ରେ ଡକାଯାଇଥାଏ।