ଆମ ଦୁନିଆ : ଡିଜିଟାଲ୍‌ ଡ୍ରେସ୍‌ ଓ ଶହେ ଭାଷା କହିପାରୁଥିବା ରୋବୋଟ୍‌

ଅଧିକାଂଶ ସମୟରେ ସୋସିଆଲ୍‌ ମିଡିଆରେ ସେଲିବ୍ରିଟିମାନେ ନିଜ ଡ୍ରେସ୍‌କୁ ନେଇ ଚର୍ଚ୍ଚାରେ ଥାଆନ୍ତି। କିନ୍ତୁ ଏବେ ସୋସିଆଲ୍‌ ମିଡିଆରେ ଏପରି ଏକ ଡ୍ରେସ୍‌ ଭାଇରାଲ୍‌ ହେବାରେ ଲାଗିଛି ଯାହା କୌଣସି ସେଲିବ୍ରିଟିଠାରୁ କମ୍‌ ନୁହେଁ। ଭାଇରାଲ୍‌ ହୋଇଥିବା ଯେଉଁ ଡ୍ରେସ୍‌ ବିଷୟରେ କୁହାଯାଉଛି ଏହାର ସବୁଠୁ ବଡ଼ ବିଶେଷତ୍ୱ ହେଉଛି ଏହାକୁ ଚେଷ୍ଟା କଲେ ମଧ୍ୟ କେହି ଛୁଇଁପାରିବେ ନାହିଁ। ଡ୍ରେସ୍‌ର ଦାମ୍‌ ପାଖାପାଖି ୭ ଲକ୍ଷ ଟଙ୍କା। ଆମେରିକାର ସାନ୍‌ ଫ୍ରାନ୍‌ସିସ୍କୋସ୍ଥିତ ସୁରକ୍ଷା କମ୍ପାନୀ କ୍ୱାଣ୍ଟର୍‌ସ୍କେପ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ରିଚାର୍ଡ ମ’ ନିଜ ସ୍ତ୍ରୀଙ୍କ ପାଇଁ ଏକ ଡ୍ରେସ୍‌ ୯୫୦୦ ଆମେରିକୀୟ ଡଲାର ଅର୍ଥାତ୍‌ ୭ଲକ୍ଷ ଟଙ୍କା ଖର୍ଚ୍ଚ କରି ପ୍ରସ୍ତୁତ କରିଛନ୍ତି। ଏହି ଡିଜିଟାଲ୍‌ ଡ୍ରେସ୍‌କୁ ଫ୍ୟାସନ୍‌ ହାଉସ୍‌ ଦ ଫ୍ୟାବ୍ରିକେଟ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି।

NanoNewsNet

ଶହେ ଭାଷା କହିପାରୁଥିବା ରୋବୋଟ୍‌
ଇରାନ୍‌ର ତେହେରାନ୍‌ ବିଶ୍ୱବିଦ୍ୟାଳୟ ଏଭଳି ଏକ ରୋବୋଟ୍‌ ତିଆରି କରିଛି ଯାହା ଶହେଟି ଭିନ୍ନ ଭିନ୍ନ ଭାଷା ବୁଝିପାରିବା ସହ ଅନୁବାଦ ବି କରିପାରୁଛି। କେବଳ ଏତିକି ନୁହେଁ ଏହା ମୁହଁ ଚିହ୍ନିବା ସହ ଫୁଟ୍‌ବଲ୍‌କୁ କିକ୍‌ ମାରିପାରେ। ଆଇଆର୍‌ଆଇବି ଟିଭି ରିପୋର୍ଟ ଅନୁସାରେ, ବିଶ୍ୱବିଦ୍ୟାଳୟର ଏକ ଟିମ୍‌ ଚାରି ବର୍ଷ ଧରି ଏହି ରୋବୋଟ୍‌କୁ ତିଆରି କରିଥିଲେ। ଏହାର ନାଁ ‘ସୁରେନା’। ରିପୋର୍ଟ ଅନୁସାରେ ଏହି ରୋବୋଟ୍‌ ଯେ କୌଣସି ଜିନିଷକୁ ଉଠାଇପାରିବ। ଖାଲି ସେତିକି ନୁହେଁ, ଲୋକମାନଙ୍କ ସହ ହାତ ମିଳାଇ ଅଭିନନ୍ଦନ ଜଣାଇପାରିବ। ସୂତ୍ର ଅନୁସାରେ, ୧୭୦ ସେଣ୍ଟିମିଟର୍‌ ଲମ୍ବ ଏବଂ ୭୦ କିଲୋଗ୍ରାମ୍‌ ଓଜନର ସୁରେନା ଘଣ୍ଟା ପ୍ରତି ୦.୭ କିଲୋମିଟର୍‌ ଗତିରେ ଚାଲିବାକୁ ସକ୍ଷମ ଏବଂ ଆବଡ଼ା-ଖାବଡ଼ା ଜାଗାରେ ଆଗପଛ ତଥା ବାମ-ଡାହାଣକୁ ମୁହଁ ବୁଲାଇପାରିବ।

ସମ୍ବନ୍ଧିତ ଖବର