ଚୀନ୍ ଦେଶରେ ଥିବା ଗୁଇଝାଓ ପ୍ରଦେଶର ୟିଙ୍ଗ୍ସାନ୍ ସହରରେ ୯୯.୯ ମିଟର ଉଚ୍ଚ ବିଶିଷ୍ଟ ଏକ ପ୍ରାସାଦ ରହିଛି। ଯାହା ସମ୍ପୂର୍ଣ୍ଣ କାଠରେ ତିଆରି। ସେହି ବିଶାଳକାୟ ପ୍ରାସାଦକୁ ତିଆରି କରିବାରେ କାରିଗରଙ୍କୁ ପ୍ରାୟ ଦୁଇବର୍ଷ ସମୟ ଲାଗିଥିଲା। ବିଶ୍ବରେ ଅନେକ କାଠରେ ନିର୍ମିତ ପ୍ରାସାଦ ରହିଛି କିନ୍ତୁ ଏହି ପ୍ରାସାଦ ଅଧିକ ଉଚ୍ଚ ହୋଇଥିବା କାରଣରୁ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସାମିଲ କରାଯାଇଛି। ପ୍ରାସାଦ ତିଆରି କରିବାରେ ଦେବଦାରୁ ଓ ପାଇନ୍ ଗଛର କାଠ ବ୍ୟବହାର ହୋଇଥିଲା। ଏହା ୨୪ ମହଲା ବିଶିଷ୍ଟ। ପ୍ରାସାଦରେ ମୋଟ୍ ୧୫୦ଟି ଗୃହ ରହିଛି। ପ୍ରାସାଦର ତଳ କୋଠରିରେ ଥିବା ଛଅଟି କାନ୍ଥ କାଠରେ ତିଆରି ହୋଇଛି। ଏହା ସହିତ ଏହି ପ୍ରାସାଦ ପ୍ରକୃତି ଅନୁକୂଳ ଅଟେ। ତେବେ ଏହି ପ୍ରାସାଦଟିରେ ରହିବା ପାଇଁ ସରକାର ଏପର୍ଯ୍ୟନ୍ତ କାହାକୁ ଅନୁମତି ଦେଇନାହାନ୍ତି। ପ୍ରତ୍ୟେକ ଦିନ ପ୍ରାୟ ୨ ହଜାରରୁ ଅଧିକ ପର୍ଯ୍ୟଟକ ଏହି ପ୍ରାସାଦକୁ ଦେଖିବାକୁ ଆସୁଛନ୍ତି।
/sambad/media/post_attachments/wp-content/uploads/2020/07/gutar-hotel-300x200.jpg)
ଗିଟାର ହୋଟେଲ
ଆଜିକାଲି ବିଭିନ୍ନ ଡିଜାଇନ୍ର ହୋଟେଲ ଦେଖିବାକୁ ମିଳୁଛି। ଏହି ପ୍ରକାରର ହୋଟେଲ୍ ଗୁଡ଼ିକର ବାହାର ଅତ୍ୟନ୍ତ ଭିନ୍ନ ଆକାରର ନିର୍ମାଣ ହୋଇଥାଏ। ଆମେରିକାରେ ନିର୍ମାଣ ହୋଇଛି ଏପରି ଏକ ହୋଟେଲ୍ ଯାହା ଅବିକଳ ଗିଟାର ଭଳି ଦେଖିବାକୁ। ତେବେ ଏହି ଗିଟାର ହୋଟେଲ୍ଟି ଦୁନିଆର ପ୍ରଥମ ଗିଟାର ହୋଟେଲ୍ ବୋଲି ଚର୍ଚ୍ଚା ହେଉଛି। ଏଠାରେ ଗୋଟିଏ ରାତି ପାଇଁ ୭୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ୬୩୮ ଟି ବିଳାସପୂର୍ଣ୍ଣ ଘର ଥିବା ଏହି ହୋଟେଲ୍କୁ ନିର୍ମାଣ କରିବାକୁ ୧୦.୬୨ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୪୫୦ ଫୁଟ୍ ଉଚ୍ଚାରେ ନିର୍ମାଣ ହୋଇଥିବା ଏହି ହୋଟେଲ୍ରେ ଅନେକ ଜାଗା ରହିଛି। ଏକାଥରକେ ପ୍ରାୟ ୬୫୦୦ରୁ ଅଧିକ ଲୋକ ବସି କୌଣସି କାର୍ଯ୍ୟକ୍ରମ ଦେଖିପାରିବେ। ହୋଟେଲ୍ ଭିତରେ ୧୯ଟି ରେସ୍ତୋରାଁ ରହିଛି। ଏହାଛଡ଼ା ୧୩ ଏକରର ପହଁରା କୁଣ୍ଡ, ୩୨ ହଜାର ବର୍ଗ ଫୁଟ୍ର ସ୍ପା ଆଉ ସେଲୁନ୍ ରହିଛି।