ପକ୍ଷୀ ଶିକାର

ତୁମ କାହାଣୀ - ତସନିମ୍ ସୁଲତାନା

ଜଣେ ଶିକାରୀ ଥିଲା। ସେ ପକ୍ଷୀ ଶିକାର କରି ବଜାରରେ ବିକ୍ରି କରୁ ଥିଲା। ପକ୍ଷୀମାନଙ୍କୁ ଧରିବା ପାଇଁ ଦୁଇଟି ପିଞ୍ଜରା ରଖୁଥିଲା। ଗୋଟିଏ ପିଞ୍ଜରାରେ ପୋଷା ‘ଶିକାରୀ ପକ୍ଷୀ’ ରଖୁଥିଲା। ତା’ ଚାରି ପାଖରେ ଫାସ ବସାଉ ଥିଲା। ପୋଷା ପକ୍ଷୀଟିକୁ ଦାନା ଖାଉଥିବା ଦେଖି ଜଙ୍ଗଲରେ ଥିବା ଅନ୍ୟ ପକ୍ଷୀମାନେ ଦାନା ଲୋଭରେ ଆସି ଫାସରେ ପଡ଼ି ଯାଉଥିଲେ। ଏହିପରି ଶିକାରୀଟି ତା’ର ବ୍ୟବସାୟ କରୁଥିଲା।

ଥରେ ଶିକାରୀ ଉପରେ ସୀମାର ନଜର ପଡ଼ିଲା। ସେ ପକ୍ଷୀପ୍ରେମୀ ଝିଅ ଥିଲା। ଜଣେ ପୋଷା ପକ୍ଷୀ ଯୋଗୁଁ ଅନେକ ନିରୀହ ପକ୍ଷୀମାନଙ୍କ ଜୀବନ ଯାଉଛି। ଏକଥା ତାକୁ ବହୁତ ବାଧୁଥିଲା। ସେ କିପରି ଅନ୍ୟ ପକ୍ଷୀମାନଙ୍କ ଜୀବନ ରକ୍ଷା କରିବ ,ସେ କଥା ଚିନ୍ତା କରିବାକୁ ଲାଗିଲା।

ସେ ସବୁ କଥା ତା’ ମାମୁଙ୍କୁ କହିଲା। ମାମୁ ବାର୍ଡୱାଚର୍ସ ସୋସାଇଟିର ସଭ୍ୟ ଥିଲେ । ଏହି ସୋସାଇଟି ପ୍ରାକୃତିକ ପରିବେଶରେ ପକ୍ଷୀମାନଙ୍କ ସଂରକ୍ଷଣକୁ ପ୍ରୋତ୍ସାହିତ କରିଥାଏ। ଏହାର ସଭ୍ୟମାନେ ପକ୍ଷୀମାନଙ୍କ ଗତିବିଧି ନିରୀକ୍ଷଣ କରିଥାନ୍ତି। ତା’ ମାମୁ ଫୋନରେ ଏ କଥା ପକ୍ଷୀପ୍ରେମୀ ସଂଗଠନକୁ ଜଣେଇଲେ।। ସଂଗଠନର ଯୋଜନା ଅନୁସାରେ ସୀମାର ମାମୁ ସେଇ ପକ୍ଷୀଟିକୁ ଶିକାରୀଠାରୁ ଉଚିତ ମୂଲ୍ୟରେ କିଣିନେଲେ।

ପକ୍ଷୀଟିକୁ ଚିହ୍ନିବା ଓ ତାକୁ ଅନୁସରଣ କରିବା ପାଇଁ ତା’ ଗୋଡ଼ରେ ସ୍ବତନ୍ତ୍ର ବ୍ୟାଚ୍‌ ପିନ୍ଧାଇ ତାକୁ ମୁକ୍ତ କରିଦେଲେ। ପକ୍ଷୀଟି ମୁକ୍ତ ହୋଇ ଆକାଶକୁ ଉଡ଼ିଗଲା। କିନ୍ତୁ କିଛି ଦିନ ପରେ ସେ ପୁଣି ଶିକାରୀ ପାଖକୁ ଫେରି ଆସିଲା। ଶିକାରୀଟି ତା’କୁ ପାଇ ପୁଣି ତା’ର ବ୍ୟବସାୟ ଆରମ୍ଭ କରି ଦେଲା। ଏସବୁ କଥା ସୀମାର ମାମୁ ଜାଣି ପାରିଲେ। ଏଥର ସେ ପକ୍ଷୀ ବିଷୟରେ ସମସ୍ତ ତଥ୍ୟ ସଂଗ୍ରହ କରି ଥାନାରେ ଏତଲା ଦେଲେ। ଜଙ୍ଗଲ ବିଭାଗ କର୍ମଚାରୀମାନେ ଆସି ଶିକାରୀଠୁ ପକ୍ଷୀଟିକୁ ନେଇଗଲେ। ପକ୍ଷୀଟି ଚିଡ଼ିଆଖାନାରେ ପକ୍ଷୀ ବିଶେଷଜ୍ଞଙ୍କ ନଜରରେ ରହିଲା। କିଛି ଦିନ ରହିବା ପରେ ପକ୍ଷୀଟିର ଅଭ୍ୟାସ ବଦଳିଗଲା। ତେଣୁ ତା’କୁ ମୁକ୍ତ କରିଦିଆଗଲା। ଅନ୍ୟ ପକ୍ଷୀମାନେ ତା’ର ବନ୍ଧୁ ପାଲଟି ଗଲେ।

ଏପଟେ ଶିକାରୀଟି ବହୁତ ଦିନ ପରେ ସେଇ ପକ୍ଷୀଟିକୁ ଜଙ୍ଗଲରେ ଖୋଜି ଠାବ କଲା। ତାକୁ ଯେତେ ଡାକିଲେ ବି ସେ ଆଉ ଶିକାରୀଟିର ପାଖ ମାଡ଼ିଲା ନାହିଁ।
ନବମ ଶ୍ରେଣୀ
କାକଟପୁର ବାଳିକା ନୋଡାଲ ଉଚ୍ଚ ବିଦ୍ୟାଳୟ
କାକଟପୁର

ସମ୍ବନ୍ଧିତ ଖବର