ନାନୀ ଦାର୍ଶନିକ ଅଫଲାତୁନ୍ଙ୍କ ପାଖରେ ପ୍ରାୟ ସବୁ ସମୟରେ ବଡ଼ ପଣ୍ଡିତଙ୍କ ଭିଡ଼ ଲାଗିଥାଏ। ସମସ୍ତେ ତାଙ୍କଠୁ କିଛି ନା କିଛି ଜ୍ଞାନ ଲାଭ କରୁଥିଲେ। କିନ୍ତୁ ସ୍ବୟଂ ଅଫଲାତୁନ୍ ନିଜକୁ କେବେ ବି ଜ୍ଞାନୀ ବୋଲି ଭାବୁ ନଥିଲେ। ଦିନେ ତାଙ୍କର ଜଣେ ମିତ୍ର ତାଙ୍କୁ କହିଲେ, ପ୍ରତିଦିନ ଆପଣଙ୍କ ପାଖକୁ ଦୁନିଆର ବଡ଼ ବଡ଼ ବିଦ୍ବାନ କିଛି ନା କିଛି ଶିଖିବା ଆଉ ଜାଣିବା ପାଇଁ ଆସନ୍ତି ଆଉ ଆପଣଙ୍କ ସହିତ କଥାବାର୍ତ୍ତା କରି ନିଜକୁ ଧନ୍ୟ ମନେ କରନ୍ତି। କିନ୍ତୁ ଆପଣଙ୍କର ଗୋଟିଏ କଥା ମଁୁ ବୁଝି ପାରୁନି।
ଏହା ଶୁଣି ଅଫଲାତୁନ୍ ଟିକିଏ ହସି ଦେଇ କହିଲେ, ଆଛା ତୁମେ କୁହ ତୁମର କେଉଁ କଥାରେ ଶଙ୍କା ଅଛି?
ତାଙ୍କ କଥା ଶୁଣି ମିତ୍ର ଜଣକ କହିଲେ, ଆପଣ ନିେଜ ଜଣେ ଏତେ ବଡ଼ ଦାର୍ଶନିକ ଆଉ ବିଦ୍ବାନ ହେବା ସତ୍ତ୍ବେ ଅନ୍ୟମାନଙ୍କଠୁ ଶିକ୍ଷା ଗ୍ରହଣ କରିବା ପାଇଁ ସର୍ବଦା ପ୍ରସ୍ତୁତ ରହୁଛନ୍ତି। ତାହା ପୁଣି ବହୁତ ଉତ୍ସାହ ଆଉ ଆଗ୍ରହର ସହିତ। ଆଉ ସବୁଠୁ ବଡ଼ କଥା ହେଲା କି ଆପଣ ସାଧାରଣ ବ୍ୟକ୍ତିଠାରୁ ମଧ୍ୟ ଶିକ୍ଷା ଗ୍ରହଣ କରିବାକୁ କୁଣ୍ଠାବୋଧ କରୁନାହାନ୍ତି। ଆପଣଙ୍କୁ ଆଉ ଶିଖିବାର କ’ଣ ଆବଶ୍ୟକତା ଅଛି? ଆପଣ ଲୋକଙ୍କୁ ଖୁସି କରିବା ପାଇଁ ତାଙ୍କଠୁ ଶିକ୍ଷା ଲାଭ କରିବାର ଛଳନା କରୁନାହାନ୍ତି ତ?
ମିତ୍ରଙ୍କର କଥା ଶୁଣି ଅଫଲାତୁନ୍ ଜୋର୍ରେ ହସିଲେ ଆଉ କହିଲେ, ମିତ୍ର! ସମସ୍ତଙ୍କ ପାଖରେ ଏମିତି କିଛି ନା କିଛି ଜିନିଷ ଅଛି ଯାହା ଅନ୍ୟମାନଙ୍କ ପାଖରେ ନାହିଁ। ତେଣୁ ସମସ୍ତେ ଅନ୍ୟ ମାନଙ୍କଠୁ କିଛି ନା କିଛି ଶିଖିବା ଉଚିତ। କାହିଁକି ନା ଶିଖିବାର କୌଣସି ସୀମା ନଥାଏ।
ୟୁନିଟ୍-୯,
ବାୟାବାବା ମଠ ଲେନ୍,
ଭୁବନେଶ୍ବର