ବିଭିନ୍ନ ପ୍ରକାର ପନ୍ଥା ଅବଲମ୍ବନ କରି ଲୋକେ ନିଜକୁ ସବୁଠାରେ ଆଗୁଆ ରଖିବାକୁ ଚେଷ୍ଟା କରିଥାଆନ୍ତି। ଏହିକ୍ରମରେ ବେଶପୋଷାକକୁ ବି ପଛରେ ଛାଡ଼ନ୍ତି ନାହିଁ। ୟୁକ୍ରେନ୍‌ ନିବାସୀ ଏଲେନା କ୍ରାଭ୍‌ଚେନ୍‌କୋ ଦୀର୍ଘ ୩୦ ବର୍ଷ ହେବ କେଶ କାଟିନାହାନ୍ତି। ୩୫ ବର୍ଷୀୟା ଏଲେନାଙ୍କ କେଶର ଲମ୍ବ ୬.୫ ଫୁଟ୍‌। ତାଙ୍କର ସୁନ୍ଦର କେଶକୁ ଦେଖି ତାଙ୍କୁ ଡିଜ୍‌ନିର ରାଜକୁମାରୀଙ୍କ ସହ ତୁଳନା କରାଯାଉଛି। ସପ୍ତାହକୁ ଥରେ ପ୍ରାକୃତିକ ସାମଗ୍ରୀକୁ ବ୍ୟବହାର କରି ସେ କେଶ ସଫା କରନ୍ତି। ଏଥିପାଇଁ ଏଲେନାଙ୍କୁ ପ୍ରାୟ ଘଣ୍ଟାଏ ସମୟ ଲାଗେ। ସେହିପରି ଦିନକୁ ଦୁଇଥର ମୁଣ୍ଡ କୁଣ୍ଡାନ୍ତି। ତେବେ ପ୍ରତି ୬ମାସରେ କେଶ ଅଗକୁ ଟ୍ରିମ୍‌ କରନ୍ତି।

ଭୂମିରେ ପାଦ ରଖୁନଥିବା ପକ୍ଷୀ

Advertisment

publive-image Pinterest

ମହାରାଷ୍ଟ୍ର ରାଜ୍ୟର ରାଜ୍ୟ ପକ୍ଷୀ ହାରିଲ୍‌। କୁହାଯାଏ ଏହି ପକ୍ଷୀ କେବେ ବି ଭୂମିରେ ପାଦ ରଖନ୍ତି ନାହିଁ। ଡେଙ୍ଗା ଡେଙ୍ଗା ଗଛ ଥିବା ଜଙ୍ଗଲ ଏହି ପକ୍ଷୀମାନଙ୍କର ପ୍ରଥମ ପସନ୍ଦ। ବେଳେ ‌ବେଳେ ବରଗଛ ଓ ଅଶ୍ବତଥ୍‌ ଗଛରେ ଏହି ପକ୍ଷୀ ବସା ବାନ୍ଧିଥାଆନ୍ତି। ଆଉ ଏକ ବିଶେଷତ୍ବ ହେଉଛି, ଏମାନେ ଦଳ ଦଳ ହୋଇ ରହିବାକୁ ଭଲ ପାଅାନ୍ତି। ପକ୍ଷୀଗୁଡ଼ିକ ଦେଖିବାକୁ ପାରା ଭଳି। ଦେହର ରଙ୍ଗ ଅଲିଭ୍‌ ଗ୍ରୀନ୍‌। ଇଂରାଜୀରେ ଏହି ପକ୍ଷୀଙ୍କୁ ‌‘ୟେଲୋ ଫୁଟେଡ୍‌ ପିଜନ୍‌’ ବୋଲି କୁହାଯାଏ। ଏମାନଙ୍କର ପାଦ ହଳଦିଆ ରଙ୍ଗର ହୋଇଥିବାରୁ ବୋଧହୁଏ ଏଭଳି ନାମକରଣ କରାଯାଇଛି। ଉଚ୍ଚତା ୨୯ ସେ.ମି ରୁ ୩୩ ସେ.ମି ଭିତରେ ହୋଇଥିବା ବେଳେ ଲାଞ୍ଜର ଲମ୍ବା ୮ରୁ ୧୦ ସେ.ମି।