ଜୁରାଟର ଗୋଟିଏ ସହରରେ ଜଣେ ଓକିଲ ନିଜ ପତ୍ନୀଙ୍କ ସହିତ ରହୁଥିଲେ। ସେ ବହୁତ ଭଲ ପାଉଥିଲେ ନିଜ ପତ୍ନୀଙ୍କୁ। ଦିନେ ତାଙ୍କ ପତ୍ନୀ ଅସୁସ୍ଥ ହେଇ ପଡ଼ିଲେ। ଡାକ୍ତର ତାଙ୍କ ସ୍ବାସ୍ଥ୍ୟର ପରୀକ୍ଷା ନିରୀକ୍ଷା କରି କହିଲେ ଅପରେସନ୍ କରିବାକୁ ପଡ଼ିବ। ସଂଯୋଗ ବଶତଃ ତାଙ୍କ ପତ୍ନୀଙ୍କର ଯେଉଁଦିନ ଅପରେସନ୍ ଥିଲା ସେହିଦିନ ଅନ୍ୟ ସହରର ବଡ଼ କୋର୍ଟରେ ତାଙ୍କର ଗୋଟିଏ କେସ୍ର ଶୁଣାଣି ଥିଲା। ତେଣୁ ଓକିଲ ସାହେବ ନିଜର ଜଣେ ଓକିଲ ମିତ୍ରଙ୍କୁ ଡକେଇ କହିଲେ, ମଁୁ ମୋ ପତ୍ନୀଙ୍କୁ ଏମିତି ଅବସ୍ଥାରେ ଛାଡ଼ି କୁଆଡ଼େ ଯିବାକୁ ଚାହଁୁନାହିଁ। ତେଣୁ ତୁମେ ଆଜି ମୋ ତରଫରୁ ଯାଇ ସେ କେସ୍ କୋର୍ଟରେ ଲଢ଼।
ଏହା ଶୁଣି ଓକିଲ ସାହେବଙ୍କର ସ୍ତ୍ରୀ କହିଲେ, ‘ଇଏ ତୁମେ କ’ଣ କରୁଛ’? ଯଦି ତୁମ ଅନୁପସ୍ଥିତିରେ ଆଜି କୌଣସି ନିର୍ଦ୍ଦୋଷ ବ୍ୟକ୍ତିକୁ ଦଣ୍ଡ ମିଳିବ ତେବେ ମଁୁ ନିଜକୁ କେବେ କ୍ଷମା କରି ପାରିବି ନାହିଁ। ମଁୁ ଠିକ୍ ଅଛି। ତୁମେ କୋର୍ଟ ଯାଇ କେସ୍ ଲଢ଼।
ପତ୍ନୀଙ୍କର ଜିଦ୍ ଆଗରେ ହାର୍ ମାନି ଓକିଲ ସାହେବ ଜଣକ ଅଲଗା ସହରରେ ଥିବା କୋର୍ଟରେ କେସ୍ ଲଢ଼ିବାକୁ ବାହାରି ଗଲେ। ଜେରା ଚାଲିଥିବା ବେଳେ କୋର୍ଟର ଦରବାନ୍ ଆସି ତାଙ୍କୁ କାଗଜର ଟୁକୁଡ଼ା ଖଣ୍ଡେ ଧରେଇ ଦେଲା। ଓକିଲ ସାହେବ ଜଣକ କାଗଜକୁ ଖୋଲି ପଢ଼ିଲେ ଆଉ ତା’ପରେ ପକେଟ୍ରେ ତାକୁ ରଖି ଜେରାରେ ବ୍ୟସ୍ତ ରହିଲେ। କୋର୍ଟର ନିଷ୍ପତ୍ତି ଆସିଲା ଆଉ ଓକିଲ ସାହେବ ଜିତି ଯାଇଥିଲେ କେସ୍ଟିକୁ।
ଜଣେ ସହକର୍ମୀ ଆସି ଓକିଲ ସାହେବଙ୍କୁ ପଚାରିଲେ, ‘ଆଜ୍ଞା... ଦରବାନ୍ ଦେଇଥିବା ସେହି କାଗଜ ଟୁକୁଡ଼ାଟା କ’ଣ ଥିଲା? ଓକିଲ ସାହେବ କହିଲେ, ପ୍ରକୃତରେ ସେଇଟା ଟେଲିଗ୍ରାମ୍ ଥିଲା।’ ଏଇ ଅଳ୍ପ ସମୟ ତଳେ ମୋର ପତ୍ନୀଙ୍କର ଦେହାନ୍ତ ହେଇଗଲା। ଓକିଲ ସାହେବଙ୍କ କଥା ଶୁଣି ସ୍ତବ୍ଧ ହେଇଗଲେ ସେଠି ଉପସ୍ଥିତ ଥିବା ଲୋକମାନେ। ସେ ଓକିଲ ଜଣକ କିଏ ଜାଣିଛନ୍ତି?
ସେ ହେଉଛନ୍ତି ଆମ ଦେଶର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ।
ୟୁନିଟ୍-୯, ବାୟାବାବା ମଠ ଲେନ୍
ଭୁବନେଶ୍ବର