ପୃଥିବୀରେ ଏମିତି ଅେନକ ଦ୍ବୀପ ଅଛି ଯାହା ନିଜର ବିଶେଷତ୍ବ ପାଇଁ ସାରା ପୃଥିବୀରେ ପରିଚିତ। ସେଥିମଧ୍ୟରୁ ଅନ୍ୟତମ ହେଉଛି ଏଷ୍ଟୋନିଆର କିହ୍ନୁ ଦ୍ବୀପ। ଏହା ମହିଳାଙ୍କ ଦ୍ବୀପ ଭାବେ ପରିଚିତ। କାରଣ ଏଠାକାର ୩୦୦ ଜନସଂଖ୍ୟା ମଧ୍ୟରୁ ୯୦ ପ୍ରତିଶତ ହେଉଛନ୍ତି କେବଳ ମହିଳା। ଏଠାକାର ଅଳ୍ପ ସଂଖ୍ୟକ ପୁରୁଷ ମେନ୍ଲାଣ୍ଡ୍ ଏଷ୍ଟୋନିଆକୁ ରୋଜଗାର ପାଇଁ ଚାଲି ଯାଆନ୍ତି। ତେଣୁ ଦ୍ବୀପରେ କେବଳ ମହିଳାମାନେ ରହନ୍ତି। ଏହି ମହିଳାମାନେ ଘର ସମ୍ଭାଳିବା ସହ ନିଜର ସଂସ୍କୃତି ପରମ୍ପରାକୁ ବି ବଜାୟ ରଖିଛନ୍ତି। ନାଚ ଗୀତ ମଜା ମଜଲିସ୍ରେ ଏଠାକାର ମହିଳାଙ୍କ ସମୟ ବିତେ। ତା ସହ ବିଭିନ୍ନ ଶିଳ୍ପକାରୀ କାର୍ଯ୍ୟ କରି ଏମାନେ କିଛି ରୋଜଗାର ବି କରନ୍ତି। ୟୁନେସ୍କୋରେ ଏହି ଦ୍ବୀପ ‘ଇନ୍ଟାଞ୍ଜିବଲ୍ କଲ୍ଚରାଲ୍ ହେରିଟେଜ୍ ଅଫ୍ ହ୍ୟୁମାନିଟି’ ତାଲିକାରେ ଅଛି।
କପ୍କେକ୍ ଟାୱାର୍
/sambad/media/post_attachments/wp-content/uploads/2022/06/25-1.jpg)
କୁନି କୁନି କପ୍କେକ୍କୁ ଏକାଠି କରି ଏକ ଉଚ୍ଚ ଟାୱାର୍ ତିଆରି କରାଯାଇଛି। ସେହି ଟାୱାର୍ର ଉଚ୍ଚତା ୪୧ ଫୁଟ ୮ ଇଞ୍ଚ। ଏହାକୁ ତିଆରି କରିବା ପାଇଁ ୧୮,୮୧୮ଟି କପ୍ କେକ୍ ବ୍ୟବହାର ହୋଇଥିଲା। ଚେନ୍ନାଇର ଫୋରମ୍ ବିଜୟ ମଲ୍ ନାମକ ଏକ ବଡ଼ ଶପିଂ ମଲ୍େର ଗ୍ରାଉଣ୍ଡ ଫ୍ଲୋର୍ରେ ଏହି କପ୍କେକ୍ ଟାୱାର୍ ତିଆରି ହୋଇଥିଲା। ପ୍ରୀତି କିଚେନ୍ ଆପ୍ଲାଏନ୍ସେସ୍ ଓ ଫୁଡ୍ କନ୍ସୁଲେଟ୍ ଚେନ୍ନାଇ ମିଳିତଭାବେ ପ୍ରୀତି କିଚେନ୍ ଆପ୍ଲାଏନ୍ସ୍ର ୪୦ ତମ ବାର୍ଷିକୀ ପାଳନ କରିବା ପାଇଁ ଏହି କପ୍ କେକ୍ ଟାୱାର୍ ତିଆରି କରିଥିଲେ। ମଲ୍ର ଗ୍ରାଉଣ୍ଡ୍ ଫ୍ଲୋର୍ରେ ହିଁ କେକ୍ର ମିକ୍ସଚର୍ ପ୍ରସ୍ତୁତି, ବେକିଂ, ଆଇସିଂ, ଡେକୋରେସନ୍ ସବୁ କିଛି ହୋଇଥିଲା। ପରେ ହଜାର ହଜାର ସଂଖ୍ୟାର କପ୍କେକ୍କୁ ବିରାଟକାୟ ପିରାମିଡ୍ ଆକାରର ରଖାଯାଇ ଟାୱାର୍ ନିର୍ମାଣ କରାଯାଇଥିଲା। ପ୍ରତି କପ୍କେକ୍ର ଓଜନ ୭୦ ଗ୍ରାମ୍ ଥିଲା। ଏହାକୁ ଗରିବ ଲୋକଙ୍କୁ ପ୍ରଦାନ କରାଯାଇଥିଲା।