ନେ ଜଣେ ବେପାରୀ ନିଜ ଗ୍ରାହକମାନଙ୍କୁ ମହୁ ବିକୁଥିଲେ। ଆଉ ଠିକ୍‌ ସେତିକି ବେ‌େଳ ହାତରୁ ଖସି ପଡ଼ିଲା ମହୁ ପାତ୍ରଟି। ଅଧାରୁ ଅଧିକ ମହୁ ଢାଳି ହୋଇଗଲା ଭୂମି ଉପରେ। ଉପରୁ ଉପରୁ ଯେତିକି ମହୁ ଉଠାଯାଇ ପାରିବା କଥା ସେତିକି ମହୁ ଉଠାଇ ନେଲେ ବେପାରୀ ଜଣକ। ତଥାପି କିଛିଟା ମହୁ ରହିଯାଇଥିଲା ମାଟି ଉପରେ।

Advertisment

କିଛି ସମୟ ପରେ ଦଳେ ମହୁମାଛି କେଉଁଠି ଥିଲେ କେଜାଣି ଆସିି ବସି ପଡ଼ିଲେ ତଳେ ପଡ଼ିଥିବା ମହୁ ଉପରେ। ମିଠା ମିଠା ମହୁ ଭଲ ଲାଗୁଥିଲା ସେମାନଙ୍କୁ। ତେଣୁ ସେମାନେ ଶୀଘ୍ର ଶୀଘ୍ର ମହୁକୁ ଚାଟିବାକୁ ଲାଗିଲେ। ତାଙ୍କ ପେଟ ପୂରିବା ପର୍ଯ୍ୟନ୍ତ ସେମାନେ ମହୁ ଚାଟିଲେ।

ଯେତେବେଳେ ମହୁମାଛିଙ୍କର ପେଟ ପୂର୍ଣ୍ଣ ହୋଇଗଲା, ସେତେବେଳେ ସେମାନେ ସେଠୁ ଯିବା ପାଇଁ ବାହାରିଲେ। ହେଲେ ବହୁତ ଚେଷ୍ଟା କରିବା ସତ୍ତ୍ବେ ଆଉ ଉଡ଼ିପାରିଲେନି। କାହିଁଁକି ନା ମହୁର ଅଠା ସେମାନଙ୍କର ଡେଣାଗୁଡ଼ିକରେ ଲାଖିଯାଇଥିଲା।

ବହୁତ ମହୁମାଛି ମହୁରେ ଲାଖି ଲାଖି ମରିଗଲେ। ଆଉ କିଛି ମହୁମାଛି ଯନ୍ତ୍ରଣାରେ ଛଟପଟ ହେଉଥାଆନ୍ତି। ଏସବୁ ଦୃଶ୍ୟ ଦେଖି ଆଉ କିଛି ମହୁମାଛି ଆସି ପହଞ୍ଚିଗଲେ ଖାଇବାକୁ। କ’ଣ କରାଯାଇ ପାରିବ। ସ୍ବାଦିଷ୍ଟ ମହୁ ଖାଇବାର ଲୋଭ କ’ଣ ଏତେ ସହଜରେ ଯିବ! ତେଣୁ ସେମାନେ ନିଜ ଦୁର୍ଦ୍ଦଶା କଥା ନ ଭାବି ମହୁ ଖାଇବାରେ ବ୍ୟସ୍ତ ଥାଆନ୍ତି।

ମହୁମାଛିଙ୍କର ଏମିତି ଦୁର୍ଗତି ଆଉ ମୂର୍ଖତାକୁ ଦେଖି ବେପାରୀ ଜଣକ କହିଲା, ଯେଉଁମାନେ ନିଜ ଜିଭର ସ୍ବାଦ ଲୋଭରେ ପଡ଼ନ୍ତି ସେମାନେ ଠିକ୍‌ ଏହି ମହୁମାଛିଙ୍କ ପରି ମୂର୍ଖ ଅଟନ୍ତି। କିଛି ସମୟ ପାଇଁ ସ୍ବାଦର ସୁଖ ଉଠାଇବା ଲୋଭରେ ସେମାନେ ନିଜର ସ୍ବାସ୍ଥ୍ୟ ନଷ୍ଟ କରିଦିଅନ୍ତି। ଆଉ ଜୀବନ ସାରା ନାନା ପ୍ରକାରର ରୋଗ କଷ୍ଟ ଭୋଗି ଶେ‌ଷରେ ମୃତ୍ୟୁ ମୁଖରେ ପଡ଼ନ୍ତି।
ୟୁନିଟ୍‌-୯, ଭୁବନେଶ୍ବର