ଚୀନ୍ର ବୈଜ୍ଞାନିକମାନେ ଏକ ଛୋଟ ଅଣୁ ଆବିଷ୍କାର କରିଛନ୍ତି। ଯାହା କୋଷିକାର ପୁନର୍ଜନ୍ମ କରାଇବାରେ ସମର୍ଥ ହେବ। ଆଗାମୀ ଦିନରେ ଏହା କିଛି ଅଙ୍ଗ ପ୍ରତିରୋପଣକୁ ରୋକିପାରିବ। ଜିଆମେନ୍ ୟୁନିଭର୍ସିଟିର ସ୍କୁଲ୍ ଅଫ୍ ଲାଇଫ୍ ସାଇନସ୍ର ପ୍ରଫେସର ଝୋଉ ଦାୱାଙ୍ଗ୍ ଓ ଡେଙ୍ଗ୍ ଜିଆନ୍ମିଙ୍ଗ୍ଙ୍କ ନେତୃତ୍ବରେ ଏହି ଅଧ୍ୟୟନ କରାଯାଇଥିଲା। ସାଇନ୍ସ୍ ଟ୍ରାନ୍ସଲେସନାଲ୍ ମେଡିସିନ୍ର ସଦ୍ୟ ସଂସ୍କରଣରେ ଏକ ଅଧ୍ୟୟନର ତଥ୍ୟ ପ୍ରକାଶ ପାଇଛି। ଗବେଷକମାନେ ଏକ୍ସଏମ୍ୟୁ-ଏମ୍ପି-୧ ନାମକ ଔଷଧ ଆବିଷ୍କାର କରିଛନ୍ତି।
ତାହା ଯକୃତ, ଇଣ୍ଟେଷ୍ଟାଇନ୍ ଓ ତ୍ବଚାରେ କୋଷିକା ମରାମତି ଓ ପୁନର୍ଜନ୍ମ କରାଇପାରେ। ଭବିଷ୍ୟତରେ ଏହି ଔଷଧ ଅଙ୍ଗ ପ୍ରତିରୋପଣ କିମ୍ବା ଜଟିଳ ବାୟୋମ୍ୟାଟେରିଆଲ୍ ଓ କୋଷିକା ଉପଚାର ଆବଶ୍ୟକତା ଦୂର କରିପାରିବ ବୋଲି ଝୋଉ କହିଛନ୍ତି। ସେ ଓ ତାଙ୍କ ଦଳ ଅଙ୍ଗର ଆକାରକୁ ନିୟନ୍ତ୍ରଣ କରୁଥିବା ଜଟିଳ ସଙ୍କେତ ପ୍ରଦାନକାରୀ ଅଣୁ ଉପରେ ବିଶ୍ଲେଷଣ କରିଥିଲେ। ଏମ୍ଏସ୍ଟି୧/୨ର କାର୍ଯ୍ୟକଳାପକୁ ରୋକିବାରେ ଏକ୍ସଏମ୍ୟୁ-ଏମ୍ପି-୧ ସଫଳ ପ୍ରମାଣିତ ହୋଇଥିଲା।
ସ୍ମାଇଲ୍ ଫରେଷ୍ଟ୍
/sambad/media/post_attachments/wp-content/uploads/2022/09/20-6.jpg)
ବିଶ୍ବରେ ଏମିତି ଅନେକ ରାସ୍ତା ରହିଛି, ଯେଉଁଗୁଡ଼ିକ ଜଙ୍ଗଲ ମଧ୍ୟ ଦେଇ ଯାଇଛି। ସେସବୁ ଭିତରୁ ଆମେରିକାରେ ଏମିତି ଏକ ସଡ଼କ ରହିଛି, ଅକ୍ଟୋବରରୁ ନଭେମ୍ବର ମାସରେ ଏହି ଅଞ୍ଚଳକୁ ଆକାଶ ମାର୍ଗରୁ ଦେଖିଲେ ଏହା ‘ସ୍ମାଇଲ୍’ ଆକୃତି ଭଳି ଦେଖାଯାଏ। ଏହି ସଡ଼କ ଆମେରିକାର ଗ୍ରାଣ୍ଡ୍ ରଣ୍ଡେ ଓ ୱିଲାମିନା ସହର ମଧ୍ୟରେ ରହିଛି। କେବଳ ସେତିକି ନୁହେଁ, ଉପରୁ ଗଛଗୁଡ଼ିକର ସମଷ୍ଟି ଏକ ବିଶାଳ ‘ସ୍ମାଇଲ୍’ ଚେହେରା ଭଳି ଲାଗିବ। ଏହି ଗଛଗୁଡ଼ିକୁ ଲଗାଯିବା ସମୟରେ ସ୍ମାଇଲ୍ ଚେହେରା ଆକୃତିରେ ଲଗାଯାଇଛି।
ଆଗାମୀ ୫୦ ବର୍ଷ ପର୍ଯ୍ୟନ୍ତ ଏହି ସ୍ମାଇଲ୍ ବା ହସକୁ ଲୋକମାନେ ଦେଖିପାରିବେ। ଏହାପରେ ଗଛଗୁଡ଼ିକୁ କାଟିଦିଆଯିବ। ହମ୍ପଟନ୍ ଓ’ କମ୍ପାନିର ମ୍ୟାନେଜର୍ ଡେନିସ୍ କ୍ରିଲ୍ ଏହି ଗଛଗୁଡ଼ିକୁ ଲଗାଇଥିେଲ। ସେଠାରେ ଡଗଲସ୍ ଫର୍, ୱେଷ୍ଟର୍ଣ୍ଣ ହେମ୍ଲକ୍, ନୋବେଲ୍ ଫର୍ ଓ ୱେଷ୍ଟର୍ଣ୍ଣ ରେଡ୍ ସେଡାର୍ ନାମକ ଗଛ ଲଗାଯାଇଥାଏ। ଚେହେରାର ଆଖି ଓ ପାଟି ଡଗଲସ୍ ଫର୍ ଗଛ ଦ୍ବାରା ପ୍ରସ୍ତୁତ ହୋଇଥାଏ। ଚେହେରାର ହଳଦିଆ ରଙ୍ଗ ପାଇଁ ଲାର୍ଚ୍ଚ ନାମକ ଗଛ ବ୍ୟବହାର ହୁଏ। ଲାର୍ଚ୍ଚ ଗଛଗୁଡ଼ିକର ପତ୍ର ଅକ୍ଟୋବରରୁ ନଭେମ୍ବର ମାସରେ ହଳଦିଆ ରଙ୍ଗର ହୋଇ ପତ୍ରଝଡ଼ା ଦେଇଥାଏ। ତେଣୁ ଏହି ମାସରେ ସ୍ମାଇଲ୍ ଫେସ୍ ସ୍ପଷ୍ଟ ଦେଖାଯାଏ।