ସବୁଠାରୁ ଦାମୀ ଖେଳଣା ତଥା ଡଲ୍ ହାଉସ୍ ଭାବେ ‘ଆଷ୍ଟୋଲାଟ୍ ଡଲ୍ ହାଉସ୍ କ୍ୟାସେଲ୍’ ପ୍ରସିଦ୍ଧି ହାସଲ କରିଛି। ଏହାର ମୂଲ୍ୟ ହେଉଛି ୮.୫ ମିଲିୟନ ଡଲାର। ଯାହାକି ନ୍ୟୁୟର୍କ ଏବଂ ଲଣ୍ଡନର କୌଣସି ମୁଖ୍ୟ ସ୍ଥାନରେ ଆପାର୍ଟମେଣ୍ଟର ଦାମ୍ ସହ ସମାନ। ଏହା ମଧ୍ୟରେ ଦେଖିବାକୁ ମିଳେ ଉଚ୍ଚକୋଟୀର ନିର୍ମାଣଶୈଳୀ, ସ୍ଥାପତ୍ୟ, ଇଞ୍ଜିନିୟରିଂ ଏବଂ ସୃଜନଶୀଳତା। ୯ ଫୁଟ ଉଚ୍ଚତା ବିଶିଷ୍ଟ ଏହି କ୍ୟାସେଲ୍ ମଧ୍ୟରେ ରହିଛି ୨୯ଟି କୋଠରି, ଛୋଟ ଆକାରର ସତସତିକା ଫାୟାର୍ପ୍ଲେସ୍, ଜିମ୍, ସୁଇମିଂ ପୁଲ୍, କରିଡର୍, ସିଟିଂ ଏରିଅା ଆଦି।
ଏହା ବ୍ୟତୀତ ଏଥିରେ ଏକ ଅସ୍ତ୍ରାଗାର, ରୋଷେଇଘର, ୱାଇନ୍ ସେଲାର, ବେସ୍ମେଣ୍ଟ୍, ହଲ୍ୱେଜ୍, ଷ୍ଟେୟାର୍ ୱେଜ୍, ବଲ୍ରୁମ୍, ମ୍ୟୁଜିକ୍ ରୁମ୍, ଲାଇବ୍ରେରି ରୁମ୍ ରହିଛି। ତା’ ମଧ୍ୟରେ ରହିଛି ଅନେକ ଛୋଟ ଛୋଟ ଆସବାବପତ୍ର, ଘରସଜ୍ଜା ସାମଗ୍ରୀ। ଯାହା ଲାଗେ ସମ୍ପୂର୍ଣ୍ଣ ବାସ୍ତବ ପରି। ଏହି କ୍ୟାସେଲ୍ର କୋଣ ଅନୁକୋଣରେ ଦେଖିବାକୁ ମିଳେ ନିଖୁଣ କାରିଗରୀର ଝଲକ। ଏହି ମାଷ୍ଟର୍ ୱାର୍କକୁ ତିଆରି କରିବା ପାଇଁ ଲାଗିଥିଲା ୧୩ ବର୍ଷ। ଏଥିରେ ୧୦,୦୦୦ରୁ ଅଧିକ ହାତ ତିଆରି ମିନିଏଚର କୃତି ରହିଛି। ଯେଉଁଥିରେ ହାତ ତିଆରି ପୋର୍ଟେ୍ଟ୍, ସୁନାର ସାଣ୍ଡେଲିଆର୍ ଓ ପୃଥିବୀର ସବୁଠୁ ଛୋଟ ବାଇବେଲ୍ ଅନ୍ୟତମ। ଏହାର ନାମକରଣ ଆଲଫ୍ରେଡ୍ ଟେନିସନ୍ଙ୍କ ‘ଲେଡି ଅଫ୍ ଶାଲୋଟ୍’ କବିତାରେ ଥିବା କାଳ୍ପନିକ କ୍ୟାସେଲ୍ ‘ଆଷ୍ଟୋଲାଟ୍’ରୁ ଅନୁପ୍ରାଣିତ ହୋଇ କରାଯାଇଛି।
ପ୍ରଥମ ମହିଳା ଦ୍ବୀପ
/sambad/media/post_attachments/wp-content/uploads/2022/10/8.jpg)
ଏମିତି ଅନେକ ଜାଗା ଅଛି ଯେଉଁଠି ମହିଳାମାନଙ୍କ ପ୍ରତି ପ୍ରବେଶ କଟକଣା ରହିଛି। ମାତ୍ର ଏକ ସ୍ଥାନରେ ମହିଳା ନୁହେଁ ବରଂ ପୁରୁଷଙ୍କ ଯିବା ଉପରେ କଟକଣା ରହିଛି। ଏହି ଦ୍ବୀପର ନାମ ହେଉଛି ‘ସୁପର ସି ଦ୍ବୀପ’। ଏହି ଦ୍ବୀପରେ କେବଳ ମହିଳାମାନଙ୍କର ପ୍ରବେଶ ପାଇଁ ଅନୁମତି ରହିଛି। ଆେମରିକାର ଜଣେ ମହିଳା ବ୍ୟବସାୟୀ ଖ୍ରୀଷ୍ଟିନା ରୋଥ୍ ଏହି ଦ୍ବୀପ କିଣିଛନ୍ତି। ଦ୍ବୀପଟି ୮.୪୭ ଏକର ଜାଗାରେ ରହିଛି। ଏଠାରେ ମହିଳାଙ୍କ ପାଇଁ ମନପସନ୍ଦର ରିସର୍ଟ ସହିତ ୪ଟି କ୍ୟାବିନ୍ ରହିଛି। ଗୋଟିଏ କ୍ୟାବିନ୍ରେ ୧୦ଜଣ ମହିଳାଙ୍କ ରହିବା ପାଇଁ ସୁବିଧା ରହିଛି। ଗୋଟିଏ କ୍ୟାବିନ୍ର ମୂଲ୍ୟ ୪ଲକ୍ଷ ଟଙ୍କା।