ପ୍ରତିଦିନ କିଛି ନା କିଛି ମଙ୍ଗଳଗ୍ରହ ସହ ଜଡ଼ିତ ତଥ୍ୟ ସାମ୍ନାକୁ ଆସୁଛି। ବିଭିନ୍ନ ଆକାର ଓ ରଙ୍ଗର ପଥର ମିଳିବା ପରେ ଏବେ ଲାଲ ଗ୍ରହରୁ ଏପରି ଏକ ପଥର ଦୃଶ୍ୟମାନ ହୋଇଛି ଯାହା କି ଫୁଲ ପରି ଦେଖାଯାଇଛି।ପ୍ରଥମ ନଜରେର ବୈଜ୍ଞାନିକମାନେ ଏହାକୁ ଫୁଲ ବିବେଚନା କରିଥିଲେ। ହେଲେ ଅନୁସନ୍ଧାନରୁ ଜଣାପଡ଼ିଥିଲା ଯେ ଏହା ଏକ ପଥର। ଏହାର ଫଟୋ ନାସାର କ୍ୟୁରୋସିଟି ରୋଭର୍ ନିଜ କ୍ୟାମେରାରେ କଏଦ କରିଛି।
ଏହି ଫୁଲ ପରି ପଥରର ଅଲଗା ଅଲଗା ପତ୍ର ବାହାରିଥିବା ପରି ଦେଖାଯାଉଛି। ରିପୋର୍ଟ ଅନୁସାରେ ବିଭିନ୍ନ ପ୍ରକାର ଖଣିଜର ମିଶ୍ରଣ ପରେ ଏହା ହୋଇଛି। ଭିନ୍ନ ଭିନ୍ନ ପ୍ରକାରର ଖଣିଜକୁ ମିଶାଇ ଏ ପ୍ରକାର ଆକାର ନେଇଥିବା ପଥରକୁ ଡାଇଜେନେଟିକ କ୍ରିଷ୍ଟାଲ୍ କ୍ଲଷ୍ଟର୍ କୁହାଯାଏ। ସେହିପରି କ୍ୟୁରୋସିଟି ମିଶନର ଡେପୁଟି ପ୍ରୋଜେକ୍ଟ୍ ବୈଜ୍ଞାନିକ ଏବିଜିଲ ବ୍ରେମେନ୍ଙ୍କ ଟ୍ବିଟ୍ ଅନୁଯାୟୀ ଏପରି ଆକୃତି ଯାହା ଲୁଣରେ ତିଆରି ଓ ଯାହାକୁ ସଲ୍ଫେଟ୍ କୁହାଯାଏ। ଏହା କିଛି ସମୟ ପରେ ନଷ୍ଟ ହୋଇଯାଏ। ବୈଜ୍ଞାନିକମାନେ ଏହାର ନାମ ‘ବ୍ଲାକଥର୍ନ ସଲ୍ଟ୍’ ରଖିଛନ୍ତି।
୫୦୦ ବର୍ଷ ପୂର୍ବରୁ ‘କୁଲ୍ଫି’ର ଆରମ୍ଭ
/sambad/media/post_attachments/wp-content/uploads/2022/12/7-16.jpg)
ଭାରତ ସମେତ ମିୟାଁମାର, ପାକିସ୍ତାନ, ବାଂଲାଦେଶର ଲୋକେ କୁଲ୍ଫି ଖାଇବାକୁ ପସନ୍ଦ କରନ୍ତି। ବିଶେଷକରି ବାଦାମ, ଭାନିଲା, କେଶର ଆଦି ଫ୍ଲେଭର୍ର କୁଲ୍ଫିର ଚାହିଦା ଅଧିକ। ଏହାକୁ ବିଭିନ୍ନ ତରିକାରେ ପ୍ରସ୍ତୁତ କରାଯାଉଥିବା ବେଳେ ଭିନ୍ନ ଶୈଳୀରେ ମଧ୍ୟ ପରଷା ଯାଏ। ଭାରତରେ ମିଠା ଖାଦ୍ୟ ଭାବେ ଏହା ବହୁ ପୂର୍ବରୁ ରହିଆସିଛି। ଅବଶ୍ୟ ପ୍ରଥମେ ଏହା ତରଳ ଅବସ୍ଥାରେ ଥିଲା। ଏହାର ଆରମ୍ଭ େଷାଡ଼ଶ ଶତାବ୍ଦୀରେ ମୋଗଲ ସାମ୍ରାଜ୍ୟ ସମୟରେ ଉତ୍ତର ଭାରତରେ ହୋଇଥିଲା। ମୋଗଲମାନେ ଗାଢ଼ ବା ବହଳିଆ କ୍ଷୀରରେ ପିସ୍ତା ଓ କେଶର ମିଶାଇ ପରେ ଏହାକୁ ଏକ ଧାତୁ ପାତ୍ରରେ ରଖୁଥିଲେ। ସେତେବେଳେ ଫ୍ରିଜ୍ ନଥିଲା। ଥଣ୍ଡାରେ କୁଲ୍ଫି ଜମିବା ପାଇଁ ବରଫ ତଥା ଲୁଣ ପାଣି ମିଶ୍ରଣରେ ଏହାକୁ ଥଣ୍ଡା କରାଗଲା। ଫରାସୀ ଶବ୍ଦରୁ ଆସିଛି କୁଲ୍ଫି। ଯାହାର ଅର୍ଥ ହେଉଛି ‘କଭର୍ କପ୍’ ବା ଘୋଡ଼ା ଯାଇଥିବା ପାତ୍ର।