ବୈଜ୍ଞାନିକମାନେ ନୂଆ କୌଶଳ ଦ୍ବାରା ମଣିଷର ‌ଷ୍ଟେମ୍‌ କୋଷିକାଗୁଡ଼ିକ ଇନ୍‌ସୁଲିନ୍‌ ସୃଷ୍ଟିକାରୀ ବେଟା କୋଷିକାରେ ପରିଣତ ହୋଇପାରିବ। ରକ୍ତରେ ଗ୍ଲୁକୋଜ ସ୍ତର କମ୍‌-ବେଶି ମାମଲାରେ ଏହି ନୂଆ କୋଷିକା ଅଧିକ ପ୍ରତିକ୍ରିୟାଶୀଳ ବୋଲି ଜଣାପଡ଼ିଛି। ଷ୍ଟେମ୍‌ କୋଷିକାଗୁଡ଼ିକ ଇନସୁଲିନ୍‌ (ରକ୍ତ ଶର୍କରା ନିୟନ୍ତ୍ରଣକାରୀ ହର୍ମୋନ୍‌) ଉତ୍ପନ୍ନ କରୁଥିବା କୋଷିକାରେ ରୂପାନ୍ତର ହୋଇପାରେ। ଏହି ‌କୋଷିକା ଯେଉଁ ପରିମାଣରେ ଇନ୍‌ସୁଲିନ୍‌ ଉତ୍ପନ୍ନ କରେ ତାହାଦ୍ବାରା ଗ୍ଲୁକୋଜ୍‌ ନିୟନ୍ତ୍ରଣ କରିବା କଷ୍ଟକର। ଅଧ୍ୟୟନକାରୀଙ୍କ ପାଇଁ ଏହା ବଡ଼ ଆହ୍ବାନ ଭାବେ ଉଭା ହୋଇଛି। ଆମେରିକାର ୱାଶିଂଟନ୍‌ ୟୁନିଭର୍ସିଟିର ଗବେଷକମାନେ ଇନ୍‌ସୁଲିନ୍‌ ସୃଷ୍ଟି କରିପାରୁନଥିବା ମୂଷା ଦେହରେ ବେଟା କୋଷିକା ପ୍ରତିରୋପିତ କରିଥିଲେ। ଏହାର କିଛି ଦିନ ମଧ୍ୟରେ ନୂଆ କୋଷିକାଗୁଡ଼ିକ ଇନ୍‌ସୁଲିନ୍‌ ସୃଷ୍ଟି କରିଥିଲେ। ଗ୍ଲୁକୋଜ୍‌ ସ୍ତର କମ୍‌-ବେଶି ହେବା ପରେ ଏହି ନୂଆ କୋଷିକା ଅତି ଶୀଘ୍ର ପ୍ରତିକ୍ରିୟାଶୀଳ ହୋଇଥାଏ ବୋଲି ୱାଶଂିଟନ୍‌ ୟୁନିଭର୍ସିଟିର ସହକାରୀ ପ୍ରଫେସର ଜେଫ୍‌ରୀ ଆର୍‌ ମିଲମ୍ୟାନ୍‌ କହିଛନ୍ତି।

Advertisment

ପିମ୍ପୁଡ଼ିର ଚେହେରା

publive-image Shutterstock

ପିମ୍ପୁଡ଼ି ଏତେ ଛୋଟ ଜୀବ ଯାହା ବେଳେ ବେଳେ ଆଖିକୁ ଦେଖାଯାଏ ନାହିଁ। କିନ୍ତୁ ଯେତେବଳେ ଏହା କାମୁଡ଼ିଦିଏ ତା’ର ଶକ୍ତି ଜଣାପଡ଼ିଥାଏ। ତା’ର ପ୍ରକୃତ ଚେହେରା କିପରି, ତାହା ଆମକୁ ଖାଲି ଆଖିରେ ଦେଖାଯାଏ ନାହିଁ କିମ୍ବା ଆମେ ଦେଖିନାହଁୁ। କିନ୍ତୁ ଏକ ବିଶ୍ବସ୍ତରୀୟ ଫଟୋଗ୍ରାଫି ପ୍ରତିଯୋଗିତାରେ ଏହାର ଚେହେରା ସାମନାକୁ ଆସିଛି। ‘‘ସ୍ମଲ୍‌ ୱାର୍ଲଡ ଫଟୋମାଇକ୍ରୋଗ୍ରାଫି ପ୍ରତିଯୋଗିତା ୨୦୨୨’’ରେ ପୃଥିବୀର କ୍ଷୁଦ୍ର ଜୀବଙ୍କ ଫଟୋ ସ୍ଥାନ ପାଇଥିଲା। ଏଠାରେ ଜଣେ ବ୍ୟକ୍ତି ତାଙ୍କ କ୍ୟାମେରାରେ ପିମ୍ପୁଡ଼ିର ମୁହଁର ଫଟୋ ଉତ୍ତଳନ କରିଥିଲେ। ତା’ଙ୍କ ନାମ ୟଚଜିନିୟସ୍‌ କବାଲିଆଉସକସ୍‌। ଜଜ୍‌ ଏହି ଫଟୋକୁ ଇମେଜ୍‌ ଅପ୍‌ ଡିଷ୍ଟିଂକ୍‌ସନ୍‌ ବର୍ଗରେ ପୁରସ୍କୃତ କରିଛନ୍ତି।