ରେଳଯାତ୍ରା

ତୁମ ଗପ: ତସନିମ୍ ସୁଲ୍‌ତାନା

କିଲା ଓ ମୀନା ମାଉସୀଙ୍କ ପରିବାରରେ ବହୁତ ନିବିଡ ସମ୍ପର୍କ ରହିଛି। ଉଭୟ ପରିବାରର ବଡ଼ ଝିଅ ଥିଲେ କାଜଲ ଓ ରଂଜିତା। ଉଭୟ ଅଲଗା ସ୍କୁଲରେ ପଢ଼ୁଥିଲେ। କାଜଲ ଓଡ଼ିଆ ମିଡିୟମ ସ୍କୁଲରେ ପଢ଼ୁଥିବା ବେଳେ ରଂଜିତା ଇଂରେଜି ମିଡିୟମରେ ପଢ଼ୁଥିଲା। ଉଭୟ ପରିବାର ବଡ଼ ଦିନ ଓ ନୂଆବର୍ଷ ବଡ଼ଦିନ ଛୁଟିରେ ହାଇଦ୍ରାବାଦର ବିଭିନ୍ନ ପର୍ଯ୍ୟଟନସ୍ଥଳ ବୁଲି ଟ୍ରେନରେ ଫେରୁଥିଲେ। ଟ୍ରେନ୍‌ ଯାତ୍ରା ସମୟରେ ଅନେକ ପାହାଡ଼, ପର୍ବତ, ନଦ ନଦୀ, କୃଷି, ଶିଳ୍ପକ୍ଷେତ୍ର, ସୁନ୍ଦର ମନୋରମ ଅଟ୍ଟାଳିକା ଓ ଦୂର ପର୍ବତରୁ ପକ୍ଷୀ ମାନଙ୍କ ଘରବାହୁଡ଼ା ଦୃଶ୍ୟ କାଜଲ ମମ୍ମୀଙ୍କୁ ଭାବୁକ ଓ ବିମୋହିତ କରିଦେଉଥିଲା।

ଏମାନଙ୍କ ବଗି ନଂ ଏସ୍ -୯ରେ ପଶ୍ଚିମବଂଗ ଓ ଅନ୍ୟ ରାଜ୍ୟର ଯାତ୍ରୀ ମଧ୍ୟ ରହିଥିଲେ। ସକିଲା ଓ ରଂଜିତାଙ୍କ ସଂରକ୍ଷିତ ସିଟ୍ ତଳ ବର୍ଥରେ ଥିବାବେଳେ ସେମାନଙ୍କ ପିଲାମାନଙ୍କ ସିଟ୍ ଉପର ବର୍ଥରେ ରହିଥିଲା। ଏଇ ସମୟରେ ଟ୍ରେନଟି ପ୍ଲାଟଫର୍ମରୁ ଛାଡ଼ୁଥିବାବେଳେ ଜଣେ ମହିଳା ବଗିରେ ପ୍ରବେଶ କଲେ। ତାଙ୍କ କେଶରେ ଫୁଲ ଲାଗିଥିଲା। କାଜଲ ମମ୍ମୀଙ୍କ ସିଟ୍‌ ପାଖରେ ତାଙ୍କ ସିଟ‌୍ ଥିଲା। କାଜଲ ମମ୍ମୀ ଭଲ ହିନ୍ଦୀ କହି ପାରନ୍ତି। ସେମାନଙ୍କ ବାର୍ତାଳାପକୁ କାଜଲ ଓ ରଂଜିତା ମନ ଦେଇ ଶୁଣୁଥିଲେ। ରାଜମହେନ୍ଦ୍ରୀ ପ୍ଲାଟଫର୍ମରେ ସେ ମହିଳା ଜଣକ କାଜଲ ମମ୍ମୀଙ୍କୁ ଧନ୍ୟବାଦ ଜଣେଇ ଟ୍ରେନ୍‌ରୁ ଓହ୍ଲାଇ ସାରି ଝରକା ପଟେ ପ୍ୟାକେଟ ଧରେଇ ଦେଲେ। ଛୋଟ ଛୋଟ ସିଙ୍ଗଡ଼ା ସହ ଲଙ୍କା ଦେଖି ରଂଜିତା ନାକ ଟେକିଲା। ତାକୁ ରାଗ ଜମାରୁ ପସନ୍ଦ ନୁହେଁ। କାଜଲ ମମ୍ମୀ କହିଲେ- ରଂଜିତା , କ’ଣ ହେଲା! ଏମିତି କାହିଁକି ନାକ ଟେକୁଛୁ ଯେ! ରଂଜିତା କହିଲା – ଦେଖ ଆଣ୍ଟିଜୀ , ଏଇ ଛୋଟ ଛୋଟ ଖେଳଣା ସିଙ୍ଗଡ଼ା। ଏଥିରେ କ’ଣ ପେଟ ପୂରିବ? ତା’ସହ ପୁଣି ଏ ରାଗିଲା ଲଙ୍କା। ଛି.. ଛିଲୋ ମାଆ।

ରଂଜିତା କଥାରେ କାଜଲ ମମ୍ମୀ କହିଲେ-ଆଲୋ ମାଆ,ଆମେ ଜାଣିବା କଥା ‘ ଯେ ଦେଶ ଯାଇ,ସେଫଳ ଖାଇ। ଏଠି ବିଭିନ୍ନ ଭାଷା ଭାଷୀ ଓ ସଂସ୍କୃତିର ଲୋକ ବସବାସ କରନ୍ତି। ସମସ୍ତଙ୍କ ଖାଦ୍ୟାଭ୍ୟାସ ସମାନ ନୁହେଁ। ଦକ୍ଷିଣ ଭାରତର ଲୋକ ଭାତ ସହ ଖଟା ଓ ରାଗକୁ ଭଲ ପାଉଥିବା ବେଳେ ,ଉତ୍ତର ଭାରତର ଲୋକମାନଙ୍କ ମୁଖ୍ୟ ଖାଦ୍ୟ ରୁଟି। ସେମାନେ ମିଠା ପ୍ରତି ବେଶି ଆକର୍ଷିତ ହୋଇଥାନ୍ତି। କାଜଲ କହିଲା ମମ୍ମୀ- ଆମ ହଷ୍ଟେଲରେ ପ୍ରିୟା ନାମରେ ଆମର ଜଣେ ସାଙ୍ଗ ରହିଛି। ସେ ଲକ୍ଷ୍ନୌର ଝିଅ। ଆମେ ପଖାଳ ସଙ୍ଗେ ଶୁଖୁଆ ଭଜା ଖାଉଥିବାର ଦେଖି ସେ ପଖାଳକୁ ପାଣିଭାତ କହୁଥିଲା। ସିଏ ଆମ ସଙ୍ଗେ ଖାଇବାକୁ ବସି ପଡ଼ିଲା। ଆଶ୍ଚର୍ଯ୍ୟ ହୋଇ କହୁଥିଲା- ଉପରେ ପାଣି ଓ ତଳେ ଭାତ ରହିଛି। ଏହାକୁ କେମିତି ଖାଇବା! ଆମେ ଭାତକୁ ଚିପୁଡ଼ି ଖାଇବାର ଶୈଳିକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଉଥିଲା।

କାଜଲ ମମ୍ମୀ କହିଲେ- ଆମକୁ ନିଜ ଭାଷା ଓ ରାଷ୍ଟ୍ର ଭାଷାସହ ଅନ୍ୟ ରାଜ୍ୟର ଭାଷା ଓ ସଂସ୍କୃତି ବିଷୟରେ ଜାଣିବାର ଅଛି। ରଂଜିତା କହିଲା- ଆଣ୍ଟିଜୀ, ଅନ୍ୟ ଭାଷାଭାଷୀଙ୍କୁ ଅଭିବାଦନ ଜଣେଇବା ପାଇଁ କିଛି କଥା କୁହନ୍ତୁ ନା!

ହଁ ,କହୁଛି ପିଲେ ଶୁଣ- ଆମେ ନିଜ ଭାଷାସହ ଅନ୍ୟ ଭାଷାରେ ନମସ୍କାର କରିବା ଶିଖିବା ଉଚିତ। ଯେମିତି ତେଲୁଗୁ ସଂସ୍କୃତିରେ ନମସ୍କାରକୁ ନମସ୍କାରମ,ୱାଡାକମ୍‌ ,ଗୁଜରାଟିରେ କେମ୍-ଛୋ,ତାମିଲରେ ୱନକ୍କମ୍ କୁହା ଯାଇଥାଏ। ଉର୍ଦୁ ଭାଷା ଭାଷୀମାନେ ସବ୍ବାଖେର୍ କହିଥାନ୍ତି।
୯ମ ଶ୍ରେଣୀ,
କାକଟପୁର ବାଳିକା ନୋଡାଲ ଉଚ୍ଚ ବିଦ୍ୟାଳୟ,
କାକଟପୁର,ପୁରୀ

ସମ୍ବନ୍ଧିତ ଖବର