ମଧ୍ୟ ପୂର୍ବ ଏସିଆର ସବୁଠୁ ବଡ଼ ଲାଇବ୍ରେରି ‘ମହମ୍ମଦ ବିନ୍ ରସିଦ୍ ଲାଇବ୍ରେରି’ ଏବେ ସାରା ବିଶ୍ବରେ ଚର୍ଚ୍ଚାରେ ରହିଛି। ଦୁବାଇର ରାଜା ଶେକ୍ ମହମ୍ମଦ ବିନ୍ ରସିଦ୍ ଅଲ୍ ମକତୁମ୍ଙ୍କ ନାମାନୁସାରେ ଏହାର ନାମକରଣ କରାଯାଇଛି। ଏହାର ନିର୍ମାଣରେ ୨୧୫୧ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ହାଇଟେକ୍ ଲାଇବ୍ରେରିରେ ୧୧ ଲକ୍ଷ ପୁସ୍ତକ, ୬୦ ଲକ୍ଷରୁ ଅଧିକ ନିବନ୍ଧ, ୭୩ ହଜାର ମ୍ୟୁଜିକ୍ ନୋଟସ୍, ୭୫ ହଜାର ଭିଡିଓ, ୫ ହଜାର ପାଣ୍ଡୁଲିପି ଓ ୩୫ ହଜାର ସମ୍ବାଦପତ୍ର ସ୍ଥାନ ପାଇଛି। ଏଠାରେ ନଅଟି ବିଭାଗ ରହିଛି। ସାଧାରଣ ପୁସ୍ତକାଳୟ, ଆରବ ପୁସ୍ତକାଳୟ, ଶିଶୁ ପୁସ୍ତକାଳୟ, ମିଡିଆ ପୁସ୍ତକାଳୟ, ବ୍ୟାପାର ପୁସ୍ତକାଳୟ, ଯୁବ ପୁସ୍ତକାଳୟ, ବିଶେଷ ସଂଗ୍ରହ ପୁସ୍ତକାଳୟ, ମାନଚିତ୍ର ଓ ଆଟଲାସ୍ ପୁସ୍ତକାଳୟ ଇତ୍ୟାଦି। ବଟନ୍ ଦବାଇବା ମାତ୍ରେ ପୁସ୍ତକଗୁଡ଼ିକ ପାଖକୁ ଚାଲିଆସିଥାଏ।
ହାଇ-ଫାଇଭ୍
/sambad/media/post_attachments/wp-content/uploads/2023/03/7-15.jpg)
ପିଲାଙ୍କଠାରୁ ଆରମ୍ଭ କରି ବଡ଼ ସମସ୍ତେ ହାଇ-ଫାଇଭ୍ ଶବ୍ଦ ସହ ପରିଚିତ। ନବେ ଦଶକରେ ଏହାକୁ ଦେ-ତାଳି ବୋଲି କୁହାଯାଉଥିଲା। ଏହାର ଆରମ୍ଭ ୧୯୭୭ରେ ବେସ୍ବଲ୍ ଖେଳରୁ ଆରମ୍ଭ ହୋଇଥିଲା। ୧୯୭୭ ଅକ୍ଟୋବର ୨ରେ ଡଜର ଷ୍ଟାଡିୟମ୍ରେ ଲସ୍ ଆଞ୍ଜେଲସ୍ ଡଜର୍ସ ଓ ହ୍ୟୁଷ୍ଟନ୍ ଆଷ୍ଟ୍ରୋଜ୍ ଟିମ୍ ମଧ୍ୟରେ ମ୍ୟାଚ୍ ହୋଇଥିଲା। ଡଜର୍ସର ଆଉଟ୍ ଫିଲ୍ଡର ହଷ୍ଟି ବେକର ଓ ତାଙ୍କ ସାଥୀ ଖେଳାଳି ଗ୍ଲେନ୍ ବର୍କଠାରୁ ହିଁ ଏହା ଆରମ୍ଭ ହୋଇଛି। ହଷ୍ଟି ବେକ୍ର ୨୯ ରନ୍ କରିଥିଲେ, କିନ୍ତୁ ୩୦ ରନ୍ କରିବାରେ ସଫଳ ବି ହୋଇଥିଲେ। ସେ ଅତ୍ୟଧିକ ଖୁସିରେ ଗୋଟିଏ ହାତ ଉପରକୁ ଉଠାଇଥିଲେ, ଅାଉ ସେହି ସମୟରେ ତାଙ୍କର ସାଥୀ ଖେଳାଳି ଗ୍ଲେନ୍ ଉପରକୁ ହାତ କରି ତାଙ୍କ ହାତରେ ମିଶାଇ ଥିଲେ। ଆଉ ସେଇଠୁ ଆରମ୍ଭ ହୋଇଥିଲା ‘ହାଇ-ଫାଇଭ୍’ ପରମ୍ପରା।