ଜଣେ ଆଠ ବର୍ଷର ଶିଶୁ ଗୋଟିଏ ଟଙ୍କାକିଆ କଏନ ଧରି ଦୋକାନୀଙ୍କୁ ପଚାରିଲା - ଆପଣଙ୍କ ଦୋକାନରେ ପ୍ରଭୁ ଜଗନ୍ନାଥ ମିଳବେ କି? ଦୋକାନୀଟି ବିରକ୍ତ ହୋଇ ଟଙ୍କାଟିକୁ ଫୋପାଡ଼ି ଦେଲେ। କହିଲେ - ଯାଆ। ପିଲାଟି ପାଖ ଦୋକାନୀଙ୍କୁ ଟଙ୍କାଟିଏ ଦେଇ ଚୁପଚାପ୍ ଠିଆ ହୋଇ ରହିଲା।

Advertisment

ଦୋକାନୀ ପିଲାଟିକୁ କହିଲେ - ଏ ପିଲା! ଟଙ୍କାଟାରେ କଣ ନେବୁ ? ପିଲାଟି କହିଲା - ମୁଁ ଭଗବାନ ଜଗନ୍ନାଥଙ୍କୁ ନେବି। ଏହା ତୁମ ଦୋକାନରେ ଅଛି କି ? ଦୋକାନୀ କହିଲେ ଯାଆ... କୁଆଡ଼ୁ ପଳାଇ ଆସିଲା.. କହିଲା କ’ଣ ନା ମୁଁ ଭଗବାନ ଜଗନ୍ନାଥଙ୍କୁ ଟଙ୍କାକରେ କିଣିବି। ପାଗଲ ଶାଲା... କିନ୍ତୁ, ନିରୀହ ପିଲାଟି ହାର ମାନି ନ ଥିଲା। ଗୋଟିଏ ଦୋକାନରୁ ଅନ୍ୟ ଏକ ଦୋକାନ। ଦ୍ୱିତୀୟ ଦୋକାନରୁ ତୃତୀୟ ଦୋକାନ। ଏପରି ଭାବରେ ସେ ଚାଳିଶି ଦୋକାନୀଙ୍କୁ ଟଙ୍କାକରେ ଭଗବାନ ଜଗନ୍ନାଥ ମିଳିବେ କି ପଚାରି ସାରିଲାଣି। କିଏ ତାତ୍ସଲ୍ୟ କରୁଛି, କିଏ ହସୁଛି, ପୁଣି କିଏ ବିରକ୍ତ ହୋଇ ଗୋଡ଼ାଉଛି। କିନ୍ତୁ ପିଲାଟି ମନରେ ଦୃଢ ଆତ୍ମବିଶ୍ୱାସ ଜଗନ୍ନାଥ ବିକା ହେଉଛନ୍ତି। କାରଣ ଡାକ୍ତର କହିଛନ୍ତି ଜଗନ୍ନାଥ ଚାହିଁଲେ ତୋ ମା’ର ଦେହ ଭଲ ହୋଇଯିବ।

ଶେଷରେ ଏକ ବୁଢ଼ା ମାରୱାଡି ଦୋକାନୀଙ୍କ ପାଖରେ ପହଞ୍ଚିଲା। ସେହି ଦୋକାନୀଙ୍କୁ ସବୁ କଥା କହିଲା। ବୁଢ଼ା ପଚାରିଲେ - ତୁମେ ଭଗବାନଙ୍କୁ କିଣିବାକୁ ଚାହୁଁଛ? ଭଗବାନଙ୍କୁ ନେଇ କ’ଣ କରିବ? ଏହି ପ୍ରଶ୍ନ ଶୁଣି ପିଲାଟିର ମୁହଁରେ ଆଶା ଦେଖାଗଲା। ତାକୁ ଲାଗିଲା ଯେ, ଭଗବାନଙ୍କୁ ମୁଁ... ଏହି ଦୋକାନରୁ ପାଇପାରିବି! ପିଲାଟି ବହୁତ ଉତ୍ସାହର ସହିତ ଉତ୍ତର ଦେଲା - ମୋର ମା’ ବ୍ୟତୀତ ଦୁନିଆରେ ଆଉ କେହି ନାହିଁ। ମୋ ମା’ ପରଘରେ ଦିନସାରା କାମ କରି ମୋ ପାଇଁ ଖାଇବାକୁ ଆଣିଥାଏ । ସେ ଏବେ ଡାକ୍ତରଖାନାରେ। ଯଦି ମୋ ମା’ ଚାଲିଯାଏ ତେବେ ମୋତେ କିଏ ଖାଇବାକୁ ଦେବ? ତେଣୁ ଡାକ୍ତର କହିଛନ୍ତି, ବର୍ତ୍ତମାନ ଭଗବାନ ଜଗନ୍ନାଥ ତୁମ ମା’ ଙ୍କୁ ରକ୍ଷା କରିପାରିବେ।

ଜଗନ୍ନାଥ ତୁମ ଦୋକାନରେ ମିଳି‌େବ କି?
ହଁ ... ତୁମ ପାଖରେ କେତେ ଟଙ୍କା ଅଛି?
ଟଙ୍କାଟିଏ।

ହେଉ କିଛି ଅସୁବିଧା ନାହିଁ। ଦୋକାନୀ ପିଲାଟିର ହାତରୁ ଟଙ୍କାଟି ନେଇ କହିଲେ - ତୁମେ ଏହି ଏକ ଗ୍ଲାସ୍ ପାଣି ମାଆଙ୍କୁ ପିଆଇ ଦିଅ, ମା’ ଭଲ ହୋଇଯିବେ। ପରଦିନ କିଛି ଡାକ୍ତରୀ ବିଶେଷଜ୍ଞ ଦଳ ଆସିଲେ। ଶିଶୁଟିର ମାଆକୁ ଅପରେସନ୍ କଲେ ଖୁବ୍ ଶୀଘ୍ର ସୁସ୍ଥ ହୋଇଯି‌େବ ବୋଲି ଆଶ୍ବାସନା ଦେଲେ। ଶିଶୁଟି ମା’ କୁ ପାଣି ଗ୍ଲାସ୍‌ଟି ପିଆଇଲା। ଅପରେସନର ଦୁଇ ଦିନ ପରେ ତା’ର ମା’ ସୁସ୍ଥ ହେଲେ। ଡାକ୍ତରଖାନାରୁ ସୁସ୍ଥ ହୋଇ ବିଦାୟ ନେବା ବେଳେ, ଡାକ୍ତର ଆଶ୍ୱାସନା ଦେଲେ - ଚିନ୍ତା କରିବାର କିଛି ନାହିଁ। ଜଣେ ବୃଦ୍ଧ ଭଦ୍ରଲୋକ ସମସ୍ତ ବିଲ୍ ପୈଠ କରି ଦେଇଛନ୍ତି। ସେ ମଧ୍ୟ ଏକ ଚିଠି ଦେଇଛନ୍ତି। ମହିଳା ଜଣକ ଚିଠି ଖୋଲି ପଢ଼ିଲେ।

ସେଥିରେ ଲେଖାଥିଲା- “ମୋତେ ଧନ୍ୟବାଦ ଦେବା ଆବଶ୍ୟକତା ନାହିଁ । ଭଗବାନ ଜଗନ୍ନାଥ ତୁମକୁ ଉଦ୍ଧାର କରିଛନ୍ତି, ମୁଁ କେବଳ ଏକ ମାଧ୍ୟମ। ଯଦି ତୁମେ ଧନ୍ୟବାଦ ଦେବାକୁ ଚାହୁଁଛ, ତେବେ ତୁମ ନିରୀହ ପିଲାକୁ ଦିଅ। ଯିଏ ଭଗବାନଙ୍କୁ ଟଙ୍କାକରେ ଖୋଜୁଥିଲା। ପିଲାଟି ମନରେ ଦୃଢ ଆତ୍ମବିଶ୍ୱାସ ଥିଲା, କେବଳ ଈଶ୍ବର ହିଁ ରକ୍ଷା କରିପାରିବେ। ଏହି ବିଶ୍ବାସରେ ହିଁ... ସେ ଆଜି ସଫଳ ।
ଓଲ୍‌ଡ୍‌ଟାଉନ୍‌,ନୟାଗଡ଼