ଡାଟା ସାଇନ୍ସ୍ ଓ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ୍ ସହାୟତାରେ ମଣିଷ ବିଭିନ୍ନ ଅସମ୍ଭବକୁ ସମ୍ଭବ କରିପାରିଛି। ଏବେ ମଣିଷ ପଶୁପକ୍ଷୀଙ୍କ ଭାଷାକୁ ବି ବୁଝିି ପାରିବ। ବହୁଦିନରୁ ବୈଜ୍ଞାନିକମାନେ ଏହା ଉପରେ ଗବେଷଣା କରି ଆସୁଥିଲେ। ଏବେ ବିଶ୍ବର ଗବେଷକମାନେ ପଶୁପକ୍ଷୀଙ୍କ କଥାବାର୍ତ୍ତା ଶୁଣିବା ଓ ସେମାନଙ୍କ ସହ ବାର୍ତ୍ତାଳାପ କରିବା ଲାଗି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ୍ର ଉପଯୋଗ କରିଛନ୍ତି। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ୍ର ଅର୍ଥ ଏକ ମେସିନ୍ ମଧ୍ୟରେ ଚିନ୍ତା କରିବା ବା ବୁଝିବା କ୍ଷମତା ଓ ନିଷ୍ପତ୍ତି ନେବାର କ୍ଷମତା ବିକଶିତ କରିବା। ଏହା ସହାୟତାରେ ଏପରି ଏକ ମସ୍ତିଷ୍କ ତିଆରି କରାଯାଏ ଯାହା ସହାୟତାରେ କମ୍ପ୍ୟୁଟର୍ ମଣିଷ ପରି ଚିନ୍ତା କରିପାରିବ। ଏହି ଆଧାରରେ କମ୍ପ୍ୟୁଟର ପଶୁପକ୍ଷୀଙ୍କ ଭାଷା ବି ବୁଝିପାରିବ। କଲୋମ୍ବିଆ ବିଶ୍ବବିଦ୍ୟାଳୟର ପ୍ରଫେସର କରେନ୍ ୱାକର୍ ଏକ ପୁସ୍ତକ ରଚନା କରିଛନ୍ତି ଯାହାର ନାମ ସାଇନ୍ସ୍ ଅଫ୍ ଲାଇଫ୍: ହାଓ ଡିଜିଟାଲ୍ ଟେେକ୍ନାଲୋଜି ଇଜ୍ ବ୍ରିଙ୍ଗିଙ୍ଗ୍ ଅସ୍ କ୍ଲୋଜର ଟୁ ଦି ୱାର୍ଲଡସ ଅଫ୍ ଆନିମଲ୍ ଆଣ୍ଡ୍ ପ୍ଲାଣ୍ଟ୍।
ଏକାକ୍ଷର ଶବ୍ଦ ‘କ’
ପ୍ରଥମଶ୍ରେଣୀରୁ ଜାଣିସାରିଥିବେ। ମୌଳିକ ଭାବେ କହିବାକୁ ଗଲେ ଆମ ଓଡ଼ିଆ ବର୍ଣ୍ଣମାଳାରେ ୪୯ ଗୋଟି ଅକ୍ଷର। ସେଥିରୁ ୧୩ଗୋଟି ସ୍ବରବର୍ଣ୍ଣ ଓ ୩୬ ଗୋଟି ବ୍ୟଞ୍ଜନ ବର୍ଣ୍ଣ। ବ୍ୟଞ୍ଜନ ବର୍ଣ୍ଣମାଳାରେ ଥିବା ସବୁ ଅକ୍ଷର ଭିତରୁ ସର୍ବପ୍ରଥମ ବର୍ଣ୍ଣ ବା ଅକ୍ଷର ହେଉଛି ‘କ’। ଅନୁସ୍ବାର, ବିସର୍ଗ, ଚନ୍ଦ୍ରବିନ୍ଦୁ ପରେ ସ୍ବରବର୍ଣ୍ଣ ଶେଷ ହୋଇ ଆସିଯାଏ ‘କ’ ରୂପକ ବ୍ୟଞ୍ଜନ ବର୍ଣ୍ଣ। ହେଲେ ଏହା ସିନା ଗୋଟିଏ ଅକ୍ଷର, ଆମ ଅଭିଧାନ ଅନୁସାରେ ଏହା ଏକ ଶବ୍ଦ ଓ ଅନେକ ଅର୍ଥର ପ୍ରତିନିଧି। ବିଶେଷ୍ୟ ପଦ ଭାବରେ ଏହା ବ୍ରହ୍ମା, ବିଷ୍ଣୁ, ଶିବ, ବାୟୁ, ଯମ, ସୂର୍ଯ୍ୟ, ଆତ୍ମା, ଅଗ୍ନି, ପକ୍ଷୀ, ରୋଗ, କାଳ, କନ୍ଦର୍ପ, ଦୀପ୍ତି, କେଶ, ମୟୂର, ଶରୀର, ରାଜା, ଜଳ, ଶବ୍ଦ, ଧନ, ମସ୍ତକ, ସୁଖ ଓ ମନ ଆଦି ଅନେକ କଥାକୁ ବୁଝାଏ। ବେଳେ ବେଳେ ଆଶ୍ଚର୍ଯ୍ୟ ଲାଗେ ଯେ ଗୋଟିଏ ମାତ୍ର ଅକ୍ଷରର ଏତେ ଅର୍ଥ ହେଲା କିପରି? ଓଡ଼ିଆ ଭାଷା ପ୍ରକୃତରେ ଏକ ବଳଶାଳୀ ଗଭୀର ଭାଷା।
କଥା-ଫରୁଆ- ‘‘ଶାଳଗ୍ରାମର ଶୋଇବା ବସିବା ସମାନ’’
/sambad/media/post_attachments/wp-content/uploads/2023/04/4-11.jpg)
ଶାଳଗ୍ରାମ ଏକ ଗୋଲାକାର ଗାଢ଼ କଳା ରଙ୍ଗର ପଥର। ଚକ୍ରାକାରର ଏକ କୀଟ ଏଥିରେ ବାସ କରିଥିବାର ପ୍ରମାଣ ମିଳେ ଯାହା କାଳକ୍ରମେ ଏକ ଜୀବାଶ୍ମର ରୂପ ନେଇଥାଏ। କେତେ ହଜାର ବର୍ଷର ଏ ଜୀବାଶ୍ମକୁ ହିନ୍ଦୁ ମତରେ ବିଷ୍ଣୁଙ୍କର ପ୍ରତୀକ ଭାବରେ ଗ୍ରହଣ କରାଯାଏ। ମୂଳକଥାଟି ହେଲା ଏହା ଭିତରର ଚକ୍ରଚିହ୍ନ। ମୋଟାମୋଟି ଏହା ଏକ ଗୋଲାକାରର ମସୃଣ ପଥର ଯାହାକୁ ପବିତ୍ର ମନେକରି ହିନ୍ଦୁମାନେ ପୂଜା କରନ୍ତି। ଏହା ଏକ ଗୋଲ ପଥର ହୋଇଥିବାରୁ ଏହାକୁ ସ୍ଥାପନ କଲେ ଉଭୟ ବସିବା ଓ ଶୋଇବାକୁ ବୁଝାଏ। ଅତଏବ ଶାଳଗ୍ରାମର ଶୋଇବା ବସିବା ଏକାକଥା। ଗୋଲ୍ ପଥରଟିଏ ଶୋଇଛି କି ବସିଛି ସେଥିରେ ପାର୍ଥକ୍ୟ କ’ଣ ଅଛି? ତେଣୁ ଯେଉଁ କ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କର ବାହ୍ୟ କାର୍ଯ୍ୟକଳାପରେ ତା’ଙ୍କର ଅନ୍ତରର ଭାବ ଜାଣିହୁଏ ନାହିଁ ସେଠାରେ ଓଡ଼ିଆ ଭାଷାରେ ରୂଢ଼ି କରି କୁହାଯାଏ- ‘‘ଶାଳଗ୍ରାମର ଶୋଇବା ବସିବା ସମାନ।’’