ସାଇକେଲ୍‌ ତା’ର ଦୁଇ ଗୋଲାକାର ଚକ ସାହାଯ୍ୟରେ ଗଡ଼େ। ଏମିତି କି ଯେ କୌଣସି ବାହନ ହେଉ ପଛେ ତାହା ଗୋଲାକାର ଚକ ସାହାଯ୍ୟରେ ହିଁ ଚାଲେ। ଚକର ଗୋଲ ଆକାର ବାହନକୁ ଗଡ଼ିବାରେ ସାହାଯ୍ୟ କରେ। ‌ହେଲେ ସେର୍ଗି ଗୋର୍ଡଭ୍‌ ନାମକ ଜଣେ ଇଞ୍ଜିନିୟର୍‌ ତିଆରି କରିଛନ୍ତି ଏକ ଅଜବ ପ୍ରକାରର ସାଇକେଲ। ଏହି ସାଇକେଲର ବିଶେଷତ୍ବ ହେଉଛି ଯେ, ଏହାର ପଛ ଚକ ଗୋଲାକାର ନୁହେଁ, ବରଂ ଏହା ତିଆରି ହୋଇଛି ଦୁଇଟି ଅର୍ଦ୍ଧ ଗୋଲାକାର ପଛ ଚକ ସାହାଯ୍ୟରେ। ଏହି ଦୁଇ ଅର୍ଦ୍ଧଗୋଲାକାର ଚକକୁ କିଛି ଦୂରତା ବ୍ୟବଧାନରେ ସେ ଏଭଳି ଭାବେ ସାଇକେଲରେ ଖଞ୍ଜିଛନ୍ତି ଯେ, ଯାହାକୁ ଦେଖିଲେ ଲାଗିବ ସାଇକେଲ ଆଦୌ ଗଡ଼ୁ ନାହିଁ। କିନ୍ତୁ ଏଭଳି ଚକ ଲଗାଯାଇଥିଲେ ବି ସାଇକେଲଟି ଚାଲେ। ସେ ପୁଣି ସମାନ୍ତରାଳ ରାସ୍ତା ସହ ଖାଲଢ଼ିପ ରାସ୍ତାରେ ବି ଭଲରେ ଯାଇପରେ। ତେବେ ଏହି ସାଇକେଲକୁ ତିଆରି କରିବା ଲାଗି ତାଙ୍କୁ ଅନେକ ପରିଶ୍ରମ କରିବାକୁ ପଡ଼ିଥିଲା।

ଷ୍ଟାଡିୟମ୍‌ ଭିତରେ ଟ୍ରେନ୍‌

Advertisment

publive-image Times of India

ଫୁଟବଲ୍‌ ପ୍ରେମୀ ସାରା ପୃଥିବୀରେ ଅଛନ୍ତି। ସ୍ଲୋଭାକିଆର ସିର୍ନି ବାଲୋଗ୍‌ ସହରରେ ଅଛି ଏହି ଅଜବ ଷ୍ଟାଡିୟମ୍‌। ଯାହା ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ହେଲେ ଆରମ୍ଭରୁ ଷ୍ଟାଡିୟମ୍‌ ଓ ରେଳଟ୍ରାକ୍‌ ଗୋଟିଏ ସ୍ଥାନରେ ନଥିଲା। ପ୍ରଥମେ ତିଅାରି ହୋଇଥିଲା ଏହି ରେଳଟ୍ରାକ୍‌ଟି। କିନ୍ତୁ ଅଶୀଦଶକରେ ଏହି ରେଳ ଟ୍ରାକ୍‌ କିଛି ବର୍ଷ ପର୍ଯ୍ୟନ୍ତ ଅଚଳ ଭାବେ ପଡ଼ିରହିଥିଲା। ଏଇ ସମୟରେ ହିଁ ମ୍ୟୁନିସିପାଲ୍‌ଟି ସେଠାରେ ଫୁଟବଲ୍‌ ଷ୍ଟାଡିୟମ୍‌ କରିଥିଲା। ୯୦ ଦଶକରେ ଏହି ରେଳଟ୍ରାକ୍‌ର ପୁନଃ ଉଦ୍ଧାର କରାଯାଇଥିଲା। ଆଉ ୧୯୯୨ରେ ଏହା ସର୍ବସାଧାରଣଙ୍କ ପାଇଁ ଉନ୍ମୋଚିତ ହୋଇଥିଲା। ଫଳରେ ଫୁଟବଲ୍‌ ଷ୍ଟାଡିୟମ୍‌ ଦେଇ ରେଳ ଗଡ଼ିବା ଆରମ୍ଭ ହେଲା। ଏହା ଏକ ନ୍ୟାରୋଗେଜ୍‌ ରେଳ ଅଟେ। ୧୭ କି.ମି ଲମ୍ବ ଏହି ଟ୍ରାକ୍‌ ଦେଇ ଏକ ଛୋଟ ବାଷ୍ପଚାଳିତ ଟ୍ରେନ୍‌ ଯାଇଥାଏ। ମ୍ୟାଚ୍‌ ଚାଲିଥିବାବେଳେ ଯେବେ ଏହି ଟ୍ରେନ୍‌ ଧୂଆଁ ଉଡ଼ାଇ ହର୍ନ ବଜାଇ ଷ୍ଟାଡିୟମ୍‌ ଦେଇ ଗତି କରେ ଦର୍ଶକଙ୍କର ଧ୍ୟାନ ମ୍ୟାଚ୍‌ ଉପରୁ ହଟିବା ସହିତ ଖେଳାଳିଙ୍କର କିଛିଟା ଧ୍ୟାନ ହଟିଥାଏ। ତଥାପି ସେମାନେ ଏହାକୁ ନଜର ନ ଦେଇ ମ୍ୟାଚ୍‌ ଜାରି ରଖିଥାନ୍ତି।