ପ୍ଲାଷ୍ଟିକ୍‌ ବୋତଲରେ ପାଣି ପିଇବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ସ୍ବାସ୍ଥ୍ୟ ବି‌େଶଷଜ୍ଞମାନେ ମତ ଦେଇଛନ୍ତି। ସିଲ୍‌ଯୁକ୍ତ ପ୍ଲାଷ୍ଟିକ୍‌ ବୋତଲରେ ଥିବା ପାଣି, ସ୍ବଚ୍ଛ ମିନେରାଲ୍‌ ୱାଟର୍‌ ବୋଲି ଲେଖାଥାଏ। କିନ୍ତୁ ଏହି ପାଣି ବୋରୱେଲ୍‌ର ପାଣି ସହିତ ମିଶିଥାଏ। ତେଣୁ ଏଥିରେ ଅନେକ ପ୍ରକାର ଜୀବାଣୁ ଥାଇପାରେ। ବିଶେଷ ଭାବେ ପ୍ଲାଷ୍ଟିକ୍‌ ବୋତଲରେ ଏହି ସବୁ ଜୀବାଣୁ ଅଧିକ ଦିନ ପର୍ଯ୍ୟନ୍ତ ରହିଥାନ୍ତି। ତେଣୁ ଏହାକୁ ପିଇବା ଦ୍ବାରା ସ୍ବାସ୍ଥ୍ୟ ଖରାପ ହୁଏ। ପ୍ଲାଷ୍ଟିକ୍‌ ବୋତଲରେ ପାଣି ‘‌କେମ୍ପିଲୋବେକ୍ଟର୍‌’ ସଂକ୍ରମଣର କାରକ। ଯାହାକି ଖାଦ୍ୟ ଓ ପାନୀୟଜନିତ ଏକ ରୋଗ। ସାଦା ପାଣିଠାରୁ ବୋତଲ ପାଣିରେ ଅଧିକ ବ୍ୟାକ୍ଟେରିଆ ଥାଏ। ପ୍ଲାଷ୍ଟିକ୍‌ ବୋତଲ ତିଆରି କରିବା ପାଇଁ ପେଟ୍ରୋଲିୟମ୍‌ ଉତ୍ପାଦ ଓ ଅନ୍ୟ ରାସାୟନିକ ପଦାର୍ଥର ବ୍ୟବହାର କରାଯାଏ। ତେଣୁ ଏଥିରେ ଥିବା ପାଣି ପିଇବା ଦ୍ବାରା ଶରୀର ରୋଗଗ୍ରସ୍ତ ହୋଇଥାଏ। ପ୍ଲାଷ୍ଟିକ୍‌୍ବୋତଲରେ ଉଷୁମ ପାଣି ରଖିବା ଦ୍ବାରା କାର୍ସିନୋଜେନିକ୍‌ ‌ ସୃଷ୍ଟି ହୁଏ, ଯାହାଦ୍ବାରା କ୍ୟାନସର୍‌ ଭଳି ରୋଗର ଆଶଙ୍କା ବୃଦ୍ଧି ପାଏ। ଗର୍ଭବତୀଙ୍କ ପାଇଁ ପ୍ଲାଷ୍ଟିକ୍‌ ବୋତଲର ପାଣି ସମ୍ପୂର୍ଣ୍ଣ ଅସ୍ବାସ୍ଥ୍ୟକର। ଏହାଦ୍ବାରା ପ୍ରସବଜନିତ ଜଟିଳତା ଦେଖାଯିବା ସହ ଶିଶୁର ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପଡ଼େ।

Advertisment

ଏକାକ୍ଷର ଶବ୍ଦ ‘ଛ’

‘ଛ’ ଗୋଟିଏ ଅକ୍ଷର ହେଲେ ମଧ୍ୟ ଏହା ଏକ ଶବ୍ଦ। ପୁନଶ୍ଚ ଏହା ବିଭିନ୍ନ ମାତ୍ରାଯୁକ୍ତ ହୋଇ ଭିନ୍ନ ଭିନ୍ନ ଶବ୍ଦକୁ ରୂପାନ୍ତରିତ ହୋଇଥାଏ। ଯେମିତି ‘ଛା’, ‘ଛି’, ‘ଛୁ’, ‘ଛୈ’। ଏ ସମସ୍ତ ଗୋଟିଏ ଗୋଟିଏ ଅକ୍ଷର ପୁଣି ଗୋଟିଏ ଗୋଟିଏ ଶବ୍ଦ। ମନେ ରଖିବା ଆବଶ୍ୟକ ଯେ ଓଡ଼ିଆ ଭାଷା ଏକ ପ୍ରାଚୀନ ତଥା ବଳଶାଳୀ ଭାଷା। ଗୋଟିଏ ଭାଷାର ବଳ ତା’ର ଶବ୍ଦ-ପ୍ରାଚୁର୍ଯ୍ୟରୁ ଜଣାପଡ଼େ। ସେ ଦିଗରୁ ଆମ ଓଡ଼ିଆ ଭାଷା ଏକ ଶବ୍ଦ-ସାଗର କହିଲେ ଚଳେ। ‘ଛ’ ଅକ୍ଷରଟି ଓଡ଼ିଆ ବର୍ଣ୍ଣମାଳାର ଏକ ବ୍ୟଞ୍ଜନ ବର୍ଣ୍ଣ। ବ୍ରଞ୍ଜନ-କ୍ରମରେ ଏହା ସପ୍ତମ ଅକ୍ଷର। ବିଶେଷଣ ପଦରୂପେ ବ୍ୟବହାର କଲେ ଏହା ଷଷ୍ଠ ସ୍ଥାନକୁ ବୁଝାଇଥାଏ। ପୁଣି ବୁଝାଇଥାଏ ‘ତରଳ’, ‘ନିର୍ମଳ’ ଓ ‘କମ୍ପିତ’ ଶବ୍ଦକୁ। ଦେଶଜ ବ୍ୟବହାରରେ ‘ଛ’ କହିଲେ ଆମେ ଷଷ୍ଠ ସଂଖ୍ୟାକୁ ବୁଝିଥାଉ। ପୁଣି ‘ଛ’ର ଅର୍ଥ ଛେଦନ ଓ ଗ୍ୃହକୁ ମଧ୍ୟ ବୁଝାଏ। କଥାହେଲା ଏଭଳି ବ୍ୟବହାର ଧୀରେ ଧୀରେ ଆମ ଭାଷାଭଣ୍ଡାରରୁ କ୍ରମେ ଲୋପ ପାଇବାକୁ ବସିଛି।

କଥା-ଫରୁଆ: ‘ଦେଖୁଛି କାଠ, ପୋଛୁଚି ଚନ୍ଦନ’

ଚନ୍ଦନଗଛର କାଠରୁ ଚନ୍ଦନ ବାହାରି ଥାଏ। ଚନ୍ଦନକାଠକୁ ପଥରରେ ଘୋରିଲେ ଯେଉଁ ଲେପ ବାହାରେ ତା’କୁ ଚନ୍ଦନ କୁହାଯାଏ। ସେଇଭଳି ଚନ୍ଦନକାଠରୁ ଚନ୍ଦନ-ଅତର ମଧ୍ୟ ପ୍ରସ୍ତୁତ ହୁଏ। କେବଳ ବାସ୍‌ନାକୁ ଛାଡ଼ିଦେଲେ ଯେ କୌଣସି କାଠ, ଚନ୍ଦନକାଠ ଭଳି ଦେଖାଯାଏ। ତେଣୁ ଚନ୍ଦନ ଲେପ ସଂଗ୍ରହ କରିବା ଲାଗି ଯେ କୌଣସି କାଠକୁ ଘୋରି ଲେପ ବାହାର କଲେ ତାହା ହୁଏତ ଚନ୍ଦନ ପରି ଦିଶିପାରେ ହେଲେ ଚନ୍ଦନରେ ପରିଣତ ହେବ ନାହିଁ। ସେଇଭଳି ଅନେକ ବ୍ୟକ୍ତି ସଂସାରରେ ଅଛନ୍ତି ଯାହାଙ୍କ ପାଖରୁୁ ଗୁଣାତ୍ମକତା ଆଶା କରାଯାଇ ନପାରେ। ଗୁଣବାନ ବ୍ୟକ୍ତି ହିଁ ଗୁଣର ଅଧିକାରୀ ହୋଇ ସମାଜର ମଙ୍ଗଳ କରିଥାନ୍ତି। ଅତଏବ ଯେତେବେଳେ ଗୁଣହୀନ ବ୍ୟକ୍ତିଙ୍କଠାରୁୁ କେହି କିଛି ଭଲ କଥା ଆଶା କରନ୍ତି ସେ କ୍ଷେତ୍ରରେ ଟିପ୍‌ପଣୀ କରି କୁହାଯାଏ, ଆରେ ଦେଖୁଛୁ ତ କାଠଟାଏ ତା’ଠାରୁ ଚନ୍ଦନ ଆଶ‌ା କରୁଛୁ କାହିଁକି? ‘‘ଦେଖୁଛି କାଠ, ପୋଛୁଚି ଚନ୍ଦନ’’।