ସାରା ରାଜ୍ୟରେ ଭୋଜି ମଉଜର ବ୍ୟବସ୍ଥା ଚାଲିଥାଏ। ରାଜକୁମାରଙ୍କର ଥାଏ ବାହାଘର। ସାତ ଖଣ୍ଡ ରାଜ୍ୟର ରାଜା ମହାରାଜା ନିମନ୍ତ୍ରଣ ପାଇ ଆସିଥାନ୍ତି। ଭୋଜି ପୂର୍ବଦିନ ପ୍ରବଳ ବର୍ଷା ଓ ପବନ। ଭୋଜିର ମୁଖ୍ୟ ଭାବରେ ମହାମନ୍ତ୍ରୀ ନେଇଥାନ୍ତି ଦାୟିତ୍ୱ। ମହାମନ୍ତ୍ରୀ ଥା’ନ୍ତି ଚିନ୍ତାରେ। ଜାତି ଜାତି ମାଉଁସ ବରାଦ ହୋଇଛି,ଖାସି ସାଗୁଆତିର ନାନା କିସମ ବ୍ୟଞ୍ଚନ ପରସା ହେବ। ମାଉଁସର ବ୍ୟବସ୍ଥା ତ ହୋଇ ସାରିଛି, କିନ୍ତୁ ଭୋଜି ପତରରେ ବଡ଼ ମାଛ ଭଜା ନ ପଡ଼ିଲେ, ରାଜାଙ୍କ ଟେକ ରହିବ କି?

Advertisment

ଏଇ ବର୍ଷାରେ ନଦୀକୁ କିଏ ଯିବ ଆଉ ମାଛ ମାରିବ? କଥା କାନକୁ କାନ ହୋଇ ଯାଇ ପହଞ୍ଚିଲା ଧୀବର ପଲ୍ଲୀରେ। ଏତେ ବର୍ଷା ପବନରେ କେହି ସାହସ କରୁ ନଥାନ୍ତି ଯିବାକୁ ନଦୀ ଭିତରକୁ। ହେଲେ ଧୀବର ପଲ୍ଲୀର ସବୁଠାରୁ ପୁରୁଖା ବୃଦ୍ଧ ଚୁପଚାପ କାହାକୁ ନ ଜଣାଇ ନାଆ ମେଲିଦେଲେ ନଦୀ ଭିତରକୁ। ତାଙ୍କୁ ଜଣା ପ୍ରବଳ ବର୍ଷାରେ ମାଛ ରହନ୍ତି କେଉଁଠାରେ। ବୃଦ୍ଧ ଚାଲିଲେ ପଥର ଖୋଲ ନିକଟକୁ।

ନିଜ ଅଭିଜ୍ଞତା ବଳରେ ପ୍ରବଳ ବର୍ଷାରେ, ପବନକୁ ଖାତିର ନ କରି ରାତିସାରା ବୃଦ୍ଧ ନଦୀର ଉପର ମୁଣ୍ଡରେ ମାଛ ମାରୁଥାନ୍ତି। ସାଥିରେ ଥାଏ ଗୋଟିଏ ଛୋଟ ଭେଳା। ଧୀବର ବଡ଼ ବଡ଼ ମାଛ ଡଙ୍ଗା ଭର୍ତ୍ତି କରି ଧରିଲେ। ସକାଳୁ ଶଗଡ଼ରେ ମାଛ ଧରି ଚାଲିଲେ ରାଜବାଟିକୁ। ମହାମନ୍ତ୍ରୀ ଖବର ପାଇ ଆସି ବୃଦ୍ଧଙ୍କୁ କୁଣ୍ଢାଇ ପକାଇଲେ। ଭୋଜି ପତରରେ ଲାଗିଲା ବଡ଼ ମାଛ ଭଜା। ନଦୀର ସୁଆଦିଆ ମାଛ ଖାଇ ସମସ୍ତେ ବାହାବା ଦେଲେ।

ରାଜାଙ୍କ କାନକୁ ଗଲା ଏହି ଖବର। ରାଜକୁମାରଙ୍କ ବାହାଘର ପରେ ରାଜା ଧୀବରଙ୍କୁ ଡକାଇ ପାଟବସ୍ତ୍ର ଓ ଏକଶତ ସ୍ୱର୍ଣ୍ଣ ମୁଦ୍ରା ଦେଇ ସମ୍ମାନିତ କଲେ। ସବୁଠାରେ ବୃଦ୍ଧ ଧୀବରଙ୍କ ପ୍ରଶଂସା ସାରା ରାଜ୍ୟରେ ଗୁଞ୍ଜରି ଉଠିଲା।
ସପ୍ତମ ଶ୍ରେଣୀ,
ବିମଳା କନଭେଣ୍ଟ୍‌
କଳାହାଣ୍ଡି