ଧୁର ଘର ଗାଁ ଶେଷମୁଣ୍ଡ ଛକ ପାଖରେ। ଆଜି ସେ ସକାଳୁ ଉଠି ପଡ଼ିଛି। ଝରକାରେ ଦେଖୁଛି ଟିକି ଚଢ଼େଇଟି ମଧ୍ୟ ତା ଭଳିଆ ଶୀଘ୍ର ଉଠି ପଡ଼ିଛି। ବ୍ୟବସାୟୀମାନେ ଦୋକାନ ଖୋଲିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଗାଷୀଭାଇ ଗୀତ ଗାଇ ଗାଇ ବିଲକୁ ବାହାରି ପଡ଼ିଛି। ଜାବଜନ୍ତୁଙ୍କଠୁ ମଣିଷ ଯାଏଁ ସମସ୍ତେ ନିଜ ନିଜ କାମରେ ଲାଗି ପଡ଼ିଛନ୍ତି। କିନ୍ତୁ ତା’ର କେବଳ ଅଳସୁଆ ହୋଇ ବିଛଣା ଛାଡ଼ିବାକୁ ମନ ହେଉନି। ଟିକିଏ ଗଡ଼ି ତକିଆ ଉପରେ ମୁହଁ ଦେଇ ମନଗଢ଼ା ସ୍ବପ୍ନ ଦେଖୁଛି।

Advertisment

ଏଇ ସମୟରେ ଜଣଙ୍କର ସ୍ବର ଶୁଣାଗଲା -ଏ ମଧୁ ! ଏତେ ସମୟ ଧରି କ’ଣ ଶୋଇଛୁ ମ ! ଶୋଇ ଶୋଇ ଭାବି ସ୍ବପ୍ନ ଦେଖିଲେ ତୋର ସପନ ସତ ହୋଇ ଯିବନି। ଏଇ ଦେଖୁନୁ ଟିକି ଚଢ଼େଇକି। କର୍ମଚଞ୍ଚଳ ଜୀବଟିଏ। କେମିତି ସକାଳୁ ଉଠି ପଡ଼ି ତା କାମରେ ଲାଗି ପଡ଼ିଛି? ଏସବୁ କଥା ଶୁଣି ମଧୁ ଚମକି ପଡ଼ି କହିଲା - ତୁମେ କିଏ କହୁଛ? ମୁଁ ତୁମକୁ ଜାଣିନି କି ଚିହ୍ନି ନାହିଁ। ସେ କହିଲା -ମୁଁ କିଏ ତୋର ଜାଣିବାର ଆବଶ୍ୟକ ନାହିଁ। ମୁଁ ଯାହା କହୁଛି ତୋର ହିତ ପାଇଁ କହୁଛି। ସକାଳୁ ଉଠିବା ଅଭ୍ୟାସ କରେ। ସବୁ ଦିନ ପାଇଁ ତୋର ଯାହା କର୍ମ ରହିଛି କରି ଚାଲେ। ଶିକ୍ଷକମାନେ ଦେଇଥିବା ଆଜିର ପାଠକୁ ଆଜି ହିଁ କରି ପକା। କାହିଁକି କାଲିକି କରିବି କହି ଟାଳି ଦେଉଛୁ? ତୁ ବୁଢ଼ା ହୋଇ ଗଲେବି ସେ କାଲି ତୋ ଜୀବନରେ କେବେ ବି ଆସିବ ନାହିଁ। ତୋ ବାପା ମା ତୋ ଉପରେ କେତେ ଭରସା ରଖିଛନ୍ତି। ତୁ କ’ଣ ତାଙ୍କ ଭରସା ଭାଙ୍ଗିଦବୁ?

ଏଇ ସମୟ ହେଉଛି ତୋ ଜୀବନର ଉପଯୁକ୍ତ ସମୟ। ଏହାର ଉପଯୋଗ କରି ତୁ ଭଲ ମଣିଷ ହୋଇ ପାରିବୁ। ଅନ୍ୟମାନଙ୍କ ସାହା ହୋଇ ପାରିବୁ। ଏସବୁ ଶୁଣି ମଧୁ କଇଁ କଇଁ କାନ୍ଦିବାକୁ ଲାଗିଲା। ଏସବୁ କଥାରେ ସତ୍ୟତା ରହିଛି ବୋଲି ମଧୁ ହୃଦୟଙ୍ଗମ କଲା। ପୁଣି ମଧୁକୁ ଶୁଣାଗଲା, ଏସବୁ କଥା ତୋତେ ବାଧୁନି,ମୋତେ ଭାରି ବାଧୁଛି। ମଧୁ ଭାବିଲା ଏ ନିଶ୍ଚୟ ମୋର ହିତାଙ୍କାକ୍ଷୀ। ମଧୁ କହିଲା -ତୁମକୁ ଏସବୁ ବାଧିବାର କାରଣ ? ଏହାର ଉତ୍ତର ଝରକା ପାଖ ପବନରେ ଭାସି ଆସିଲା-କାରଣ, ମୁଁ ହେଉଛି ତୋର ବିବେକ।

ଦଲକାଏ ପବନରେ ମଧୁର ନିଦ ଭାଙ୍ଗିଗଲା। ମଧୁ ମନେ ମନେ ତା’ର ଏଇ ସପନକୁ ମନେ ପକାଇ ନିଜକୁ ସୁଧାରିବାକୁ ପ୍ରତିଜ୍ଞା କରୁଥିଲା। ‘‘ଆଜି ସକାଳର ସୂରୁଯ ମୋ ଜୀବନରେ ନୂତନ ଆଶାର କିରଣ ଢାଳି ଦେଉ।’’ ଏହା କହି ସେ ସେଇ ମୁହୂର୍ତରୁ ନିଜ କର୍ମରେ ଲାଗି ପଡ଼ିଲା।
ନବମ ଶ୍ରେଣୀ
କାକଟପୁର ବାଳିକା ନୋଡାଲ ଉଚ୍ଚ ବିଦ୍ୟାଳୟ,
କାକଟପୁର,ପୁରୀ