ଗୁରୁଦକ୍ଷିଣା

ତୁମ କାହାଣୀ

ମନୋଜ କୁମାର ବେହେରା

ଣେ ରାଜା ନିଜର ପୁତ୍ରକୁ ସାଙ୍ଗରେ ନେଇ ଜଣେ ଗୁରୁଙ୍କ ପାଖକୁ ଆସିଲେ। କିନ୍ତୁ ସେଠାରେ ତାଙ୍କର ସ୍ବାଗତ କରିବା ପାଇଁ କେହି ନଥିଲେ। ଗୁରୁ ଗୋଟିଏ ବୃକ୍ଷ ତଳେ ଗଭୀର ସମାଧିରେ ବସିଥିଲେ। ରାଜା ଗୁରୁଙ୍କର ସମାଧିରୁ ବାହରିବା ପର୍ଯ୍ୟନ୍ତ ପ୍ରତୀକ୍ଷା କରିବାକୁ ଲାଗିଲେ। ପ୍ରତୀକ୍ଷାର ସମୟ ବଢ଼ି ଚାଲିବାରୁ ତାଙ୍କର ରାଗ ମଧୢ ବଢ଼ିବାକୁ ଲାଗିଲା। ଆଉ ସେ ଗୁରଦେବଙ୍କୁ ପାନେ ଦେବା ପାଇଁ ଶପଥ ନେଲେ। କିନ୍ତୁ ନିଜର ପୁତ୍ର ପାଇଁ ସେ ଶାନ୍ତ ହୋଇଗଲେ। ଯେତେବେଳେ ଗୁରୁଦେବ ଆଖି ଖୋଲିଲେ, ସେ ରାଜାଙ୍କୁ ସେଠାରେ ଠିଆ ହୋଇଥିବାର ଦେଖିଲେ। ବିନମ୍ରତା-ପୂର୍ବକ ତାଙ୍କର ଆସିବାର କାରଣ ପଚାରିଲେ। କ୍ରୋଧିତ ରାଜା କହିଲେ,ତୁମେ କ’ଣ ଜାଣି ନାହଁ କି ଯେତେବେଳେ ରାଜାଙ୍କର ଆଗମନ ହୋଇଥାଏ ତାଙ୍କର ଉଚିତ୍‌ ଅତିଥି-ସତ୍କାର କରାଯାଏ। ଗୁରୁ କହିଲେ,ହେ ରାଜନ! କ୍ରୋଧ କରନ୍ତୁ ନାହିଁ। ଏଠାର ବ୍ରହ୍ମଚାରୀମାନେ ନିଜ-ନିଜ କାମରେ ବ୍ୟସ୍ତ ଅଛନ୍ତି। ସେଥିପାଇଁ ଆପଣଙ୍କର ସ୍ବାଗତ କରିବାକୁ କେହି ଉପସ୍ଥିତ ନଥିଲେ ା

ରାଜା ଏହା ଶୁଣି ଶାନ୍ତ ହୋଇଗଲେ। ତାଙ୍କ ମନରେ ଏବେ ମଧୢ କ୍ରୋଧ ଥିଲା। ରାଜକୁମାର ଯେତେବେଳେ ତାଙ୍କର ପାଠ ଶେଷ କଲେ, ବିଦାୟ ନେବାର ସମୟ ଆସିଲା। ରାଜକୁମାର କହିଲେ ମୁଁ ଆପଣଙ୍କ ଚରଣରେ କିଛି ଅର୍ପଣ କରିବାକୁ ଚାହୁଁଛି। ଗୁରୁଦେବ କହିଲେ, ତୁମେ ରାଜମହଲକୁ ଫେରିଯାଅ। ଉଚିତ୍‌ ସମୟ ଆସିଲେ ମୁଁ ଦକ୍ଷିଣା ମାଗିନେବି। ରାଜକୁମାର ରାଜମହଲକୁ ଫେରି ଆସିଲେ। ଏପଟେ ରାଜାଙ୍କର ଗୁରୁଙ୍କ ପ୍ରତି ଥିବା ରାଗର ସୁପ୍ତ କ୍ରୋଧ ତେଜି ଉଠିଲା। ସେ ନିଜର ସୈୖନିକମାନଙ୍କୁ ଆଦେଶ ଦେଲେ କି ଯାଅ ଗୁରୁଙ୍କର ଆଶ୍ରମକୁ ଜାଳିଦିଅ।

ଖୁବ୍‌ ଶୀଘ୍ର ରାଜକୁମାରଙ୍କର ରାଜ୍ୟାଭିଷେକର ସମୟ ପାଖେଇ ଆସିଲା। ସେ ଗୁରୁଙ୍କର ଆଶୀର୍ବାଦ ନେବାପାଇଁ ଆଶ୍ରମକୁ ଗଲେ। ଦେଖିବାକୁ ପାଇଲେ ଆଶ୍ରମ ପୂରା ଜଳି ଯାଇଛି, ଆଉ ସବୁ ଜିନିଷ ନଷ୍ଟ ହେଇ ଯାଇଛି। ପାଖରେ ଥିବା ଗଛ ତଳେ ଗୁରୁଦେବ ଧୢାନ କରୁଥିବାର ରାଜକୁମାର ଦେଖିଲେ। ନିଜର ରାଜ୍ୟାଭିଷେକ ଉତ୍ସବରେ ଉପସ୍ଥିତ ରହିବା ପାଇଁ ନିମନ୍ତ୍ରଣ କଲେ। କଥା ହେଉଥିବା ସମୟରେ ରାଜକୁମାର ପଚାରିଲେ ଆଶ୍ରମର ଏମିତି ଅବସ୍ଥା କେମିତି ହେଲା? ଗୁରୁଦେବ କଥାକୁ ଆଡ଼େଇ ଦେଇ କହିଲେ ଆଶ୍ରମରେ ହଠାତ୍‌ ନିଆଁ ଲାଗିଗଲା। କିନ୍ତୁ ଆଶ୍ରମର ଅନ୍ୟ ଲୋକମାନେ ରାଜକୁମାରଙ୍କୁ ସତ କଥା ସବୁ କହିଦେଲେ। ରାଜକୁମାର ଏହା ଶୁଣି କ୍ରୋଧିତ ହୋଇଗଲେ। ଗୁରୁ ତାଙ୍କୁ ଶାନ୍ତ କରି କହିଲେ,ପୁତ୍ର! କ୍ରୋଧ ବଦଳରେ ପ୍ରେମ କର। ତରବର ହେବା ସ୍ଥାନରେ ଧୈୖର୍ଯ୍ୟ ରଖିବା ଶିଖ।

ନା..ଗୁରୁଦେବ! ଏହାର ପ୍ରତିଶୋଧ ମୁଁ ଯେମିତି ହେଲେ ନେବି। ଗୁରୁଦେବ ରାଜକୁମାରଙ୍କୁ ଅଟକେଇ ଦେଇ କହିଲେ, ପ୍ରଥମେ ତୁମେ ମୋର ଦକ୍ଷିଣା ଦିଅ ଯାହା ତୁମେ ମୋତେ ବଚନ ଦେଇଥିଲ । ଗୁରୁଦେବ କହିଲେ ନିଜ ପିତାଙ୍କର କର୍ମକୁ କ୍ଷମା କରିଦିଅ। ମୋତେ ଏତିକି ହିଁ ଦକ୍ଷିଣା ଦରକାର। ଏହା ଶୁଣି ରାଜକୁମାର ସ୍ତବ୍ଧ ହୋଇଗଲେ ।
ବାୟାବାବା ମଠ ଲେନ୍‌
ଭୁବନେଶ୍ବର

ସମ୍ବନ୍ଧିତ ଖବର