ଖୋଲା ଝରକା – ଟୁଥ୍‌ବ୍ରଶ୍‌ରେ ରହିଥାଏ ଅନିଷ୍ଟକାରୀ ଜୀବାଣୁ

ପ୍ରତିଦିନ ବ୍ରଶ୍‌ କରିବାଦ୍ବାରା ଦାନ୍ତ ସଫା ରହିଥାଏ। ଫଳତଃ ଦାନ୍ତଜନିତ ସମସ୍ୟାକୁ ଆମେ ଅନେକାଂଶରେ ଏଡ଼ାଇ ପାରିଥାଉ। ଦିନକୁ ଦୁଇଥର ଦାନ୍ତ ଘଷିଲେ ତାହା ସ୍ବାସ୍ଥ୍ୟ ପାଇଁ ଲାଭପ୍ରଦ ହୋଇଥାଏ। ଏହାକୁ ଖୋଲା ରଖିଲେ ସେଥିରେ ବ୍ୟାକ୍ଟେରିଆ ନିଜର ବଂଶ ବୃଦ୍ଧି କରିଥାଆନ୍ତି। ତେଣୁ ବ୍ରଶ୍‌କୁ ବାହାରର ଧୂଳି ଏବଂ ବ୍ୟାକ୍ଟେରିଆଠୁ ଦୂରେଇ ରଖିବା ଲାଗି ସେଥିରେ କଭର ଦେଇଥାଆନ୍ତି। ହେଲେ ବ୍ରଶ୍‌ କଭର୍‌ ଏହାକୁ ଜୀବାଣୁମୁକ୍ତ ରଖି ନ ଥାଏ, ବରଂ ଓଦା ବ୍ରଶ୍‌କୁ କଭର୍‌ ଭିତରେ ରଖିବାଦ୍ବାରା ସେଥିରେ ବ୍ୟାକ୍ଟେରିଆଙ୍କ ସଂଖ୍ୟା ଆହୁରି ବଢ଼ିଯାଇଥାଏ। ନିକଟରେ ଆମେରିକୀୟ ବିଶେଷଜ୍ଞମାନେ ଏକ ଗବେଷଣାରୁ କିଛି ତଥ୍ୟ ଜାଣିପାରିଛନ୍ତି। କେବଳ ସେତିକି ନୁହେଁ, କଭର ଲାଗିଥିବା ବ୍ରଶ୍‌ ଅଧିକ ଦିନ ଧରି ବ୍ୟବହାର କରିବାଦ୍ବାରା ସେଥିରେ ଏମ୍‌ଆର୍‌ଏସ୍‌ଏ ନାମକ ଏକ ଅନିଷ୍ଟକାରୀ ଜୀବାଣୁ ସୃଷ୍ଟି ହୋଇଥାଆନ୍ତି। ଏହି ଜୀବାଣୁ ଶରୀରରେ ବିଭିନ୍ନ ରୋଗ ସଂକ୍ରମଣର କାରଣ ସାଜିଥାଏ। ବିଶେଷକରି ଜଣଙ୍କ ଟୁଥ୍‌ବ୍ରଶ୍‌କୁ ଅନ୍ୟ କେହି ବ୍ୟବହାର କରୁଥିଲେ ଏହି ଆଶଙ୍କା ଅଧିକ ବୋଲି ଗବେଷଣାର ମୁଖ୍ୟ ଡ.ଲରେନ୍‌ ଆବେର୍‌ ପ୍ରକାଶ କରିଛନ୍ତି।

ଏକାକ୍ଷର ଶବ୍ଦ- ‘କା’

ବ୍ୟଞ୍ଜନ ବର୍ଣ୍ଣ ‘କ’ ଅନେକ ଅର୍ଥବୋଧକ। ମାତ୍ର ସେଥିରେ ଆକାର ଯୁକ୍ତ ହୋଇ ‘କା’ ହେଲେ ତା’ର ଅର୍ଥ ସମ୍ପୂର୍ଣ୍ଣ ବଦଳିଯାଏ। ଦେଶଜ ଅର୍ଥରେ ଏହା ଏକ ସର୍ବନାମ ଓ ‘କାହାର’ ବୋଲି ବୁଝାଇଥାଏ। ଏହା ମଧ୍ୟ ଏକ ସ୍ବର। ଆଜିକାଲି ହୁଏତ କେଉଁଠି କେଉଁଠି କା‌ଉ ଦେଖିବାକୁ ମିଳୁନାହାନ୍ତି ହେଲେ ଦିନେ ସମୟ ଥିଲା, ଗାଆଁ ଓ ସହର ସବୁଆଡ଼େ କାଉର ‘କା’ ସ୍ବର ଶୁଣିବାକୁ ମିଳୁଥିଲା ପ୍ରତିଟି ସକାଳରେ। ‘‘ରାତି ପାହିଲାଣି ରାବଇ କାଉ, ଉଠଉଠ ମଠ ନ କର ଆଉ।’’ ଅନ୍ୟପକ୍ଷରେ ‘କା’ ମଧ୍ୟ ଆଉ ଏକ ସାର୍ବଜନୀନ ମହତ୍ତର ଅର୍ଥ ବହନ କରେ। ‘କା’ର ଅର୍ଥ ପ୍ରତିନିଧିତ୍ବ। ବିଶେଷକରି ଖେଳକୁଦରେ କୌଣସି ଖେଳାଳି ଅନୁପସ୍ଥିତ ରହିଲେ ତା’ଙ୍କର ସ୍ଥାନ ପୂରଣ କରିବା ପାଇଁ ଆଉ ଜଣକୁ ତା’ଙ୍କ ସ୍ଥାନରେ ପ୍ରତିନିଧିତ୍ବ କରିବା ସକାଶେ ବଛାଯାଏ। ତା’ର ମାନେ ସେ ଜଣକ ମୂଳ ଖେଳାଳିଙ୍କର ‘କା’ ନେଇ ଖେଳନ୍ତି।

କଥା-ଫରୁଆ – ‘ଜାତି ଗଲା ପେଟ ପୂରିଲାନି’

ସଙ୍କୁଚିତ ଅର୍ଥରେ ଆମେ ମଣିଷ ସମାଜକୁ କେତେ ନା କେତେ ଜାତିରେ ବିଭାଜିତ କରିଛୁ। ଯେମିତି-ବ୍ରାହ୍ମଣ, କରଣ, ତେଲି, ଗୁଡ଼ିଆ। ଭାଷା ଓ ସ୍ଥାନ ଭେଦରେ ପୁଣି କିଏ ଓଡ଼ିଆ ତ କିଏ ବଙ୍ଗାଳି। ପୁଣି ଆନ୍ତର୍ଜାତିକ ସ୍ତରରେ କିଏ ରୁଷୀୟ ତ କିଏ ଜାପାନୀ। ଏପରି କି ପଶୁମାନଙ୍କୁ ହିଂସ୍ର, ଅହିଂସ୍ର ବା ମାଂସଭୋଜୀ, ତୃଣଭୋଜୀ ଭେଦରେ ବିଚାର କରାଯାଏ। ସବୁଠାରୁ ଉପରକୁ ଗଲେ ମଣିଷ, ପଶୁ, ପକ୍ଷୀ, ବୃକ୍ଷ, ଲତା ଓ କୀଟପତଙ୍ଗଙ୍କୁ ମଧ୍ୟ ଜାତି ଧାରାରେ ବିବେଚନା କରାଯାଇଥାଏ। କଥା ହେଉଛି ଅନେକ ସମୟରେ ନିଜ ପରିଚୟ ଛାଡ଼ି ଜଣେ ଯେତେବେଳେ କୌଣସି ସ୍ବାର୍ଥପାଇଁ ଅନ୍ୟର ପରିଚୟରେ ପରିଚିତ ହେବାକୁ ଚାହେଁ ଓ ଶେଷରେ ଉଦ୍ଦେଶ୍ୟ ସାଧନ କରିପାରେ ନାହିଁ ସେ କ୍ଷେତ୍ରରେ ଏ ପ୍ର‌େୟାଗଟି କରାଯାଏ। ସେ କହେ- ‘‘ମୋ ଜାତି ଗଲା ହେଲେ ପେଟ ପୂରିଲାନି।

ସମ୍ବନ୍ଧିତ ଖବର