ଗରମ ପାଣିରେ ବି ରହିପାରେ ଜୀବିତ

ନୂଆ ସମୟ ନୂଆ କଥା

ବିଶ୍ବରେ ଅନେକ ପ୍ରଜାତିର ଜୀବଜନ୍ତୁ ଅଛନ୍ତି। ରଙ୍ଗ, ରୂପ, ଶାରୀରିକ ଶକ୍ତି ଆଦି ପ୍ରତ୍ୟେକ କ୍ଷେତ୍ରରେ ପଶୁଗୁଡ଼ିକ ମଧ୍ୟରେ ବିଭିନ୍ନତା ଦେଖାଯାଏ। ଏହି ତାଲିକାରେ ଏମିତି ଏକ ପ୍ରାଣୀ ରହିଛି, ଯିଏ କି ସବୁ ପରିସ୍ଥିତି ସହିତ ଖାପଖୁଆଇ ଚଳିପାରେ। ଗରମ ପାଣିରେ ପକାଯାଉ କି ଓଜ‌ନିଆ ଜିନିଷ ତଳେ ଚାପା ଯାଉ ଏହା କିନ୍ତୁ ମରେ ନାହିଁ। ଏହି ପ୍ରାଣିଟିର ନାମ ହେଉଛି ୱାଟର୍‌ ବିଅର୍‌ ବା ଟାର୍ଡିଗ୍ରେଡ୍‌ସ। ୨୦୦୭ ମସିହାରେ ବୈଜ୍ଞାନିକମାନେ କେତେକ ଟାର୍ଡିଗ୍ରେଡ୍‌ସଙ୍କୁ ମହାକାଶଯାନରେ ମହାକାଶକୁ ପଠାଇଥିଲେ। ମହାକାଶଯାନ ଫେରିବା ପରେ ଏହି ଜୀବଗୁଡ଼ିକ ଜୀବିତ ଥିବାର ଦେଖାଯାଇଥିଲା। ସାଧାରଣତଃ ୩୫ରୁ ୪୦ ଡିଗ୍ରୀ ତାପମାନ ସହ୍ୟ କରିବା ମଣଷ ପାଇଁ କଷ୍ଟକର ହୋଇପଡ଼େ। କିନ୍ତୁ ଟାର୍ଡିଗ୍ରେଡ୍‌ସ ୩୦୦ ଡିଗ୍ରୀ ଫାରେନ୍‌ହିଟ୍‌ ତାପମାତ୍ରାକୁ ମଧ୍ୟ ସହ୍ୟ କରିପାରେ। ବର୍ଷ ବର୍ଷ ପର୍ଯ୍ୟନ୍ତ ପାଣି ନ ମିଳିଲେ ବି ସେମାନଙ୍କର କୌଣସି ଅସୁବିଧା ହୁଏ ନାହିଁ। ବୈଜ୍ଞାନିକଙ୍କ ମତରେ ଟାର୍ଡିଗ୍ରେଡ୍‌ସ ଶରୀରରେ ପେରାମେକ୍ରାବିୟୋଟ୍‌ସ ନାମକ ଏକ ଜିନ୍‌ ଥାଏ, ଯାହା ଏକ ଢାଲ ଭଳି ଅତିବାଇଗଣୀ ରଶ୍ମିର ପ୍ରଭାବକୁ ନିଷ୍କ୍ରିୟ କରେ। ତେଣୁ ଏହି ପ୍ରାଣୀକୁ ବିଶ୍ବର ସବୁଠାରୁ ଶକ୍ତିଶାଳୀ ପ୍ରାଣୀ ଭାବେ ବିବେଚନା କରାଯାଉଛି।

ବ୍ଲଡ୍‌ କ୍ଲଟ୍‌ ହେବାର ନୂଆ କାରଣ

ବ୍ଲଡ୍‌ କ୍ଲଟ୍ ହେବା ଦ୍ବାରା ଆମ ଶରୀରରେ ରକ୍ତ ସଞ୍ଚାଳନ ବ୍ୟାହତ ହୋଇଥାଏ। ଏହାଦ୍ବାରା ବ୍ରେନ୍‌ ଷ୍ଟ୍ରୋକ୍‌, ହୃଦ୍‌ଘାତ ପରି ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ମଧ୍ୟ ରହିଛି। ୟୁନିଭର୍ସିଟି ଅଫ୍‌ ସିଡ୍‌ନିର ବିଶେଷଜ୍ଞମାନେ ଏ ନେଇ ଗବେଷଣା କରିବା ପରେ ଏପରି ତଥ୍ୟକୁ ଲୋକଲୋଚନାକୁ ଆଣିଛନ୍ତି। ସେମାନଙ୍କ ଦ୍ବାରା ପ୍ରସ୍ତୁତ ରିପୋର୍ଟରେ ଦର୍ଶାଯାଇଛି ଯେ, ଯଦି ଜଣେ ବ୍ୟକ୍ତି ଆବଶ୍ୟକତାଠାରୁ ଅଧିକ ସମୟ ଟିଭି ଦେଖନ୍ତି, ତେବେ ତାହାର ଖରାପ ପ୍ରଭାବ ରକ୍ତ ସଞ୍ଚାଳନ ଉପରେ ପଡ଼ିବାର ଆଶଙ୍କା ରହିଛି। ଏପରି କି ଏହାଦ୍ବାରା ବ୍ଲଡ୍‌ କ୍ଲଟ୍‌ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ। ଅନ୍ୟପକ୍ଷରେ ବ୍ଲଡ୍‌ କ୍ଲଟ୍‌ ପରି ସମସ୍ୟାର ସମ୍ମୁଖୀନ ହୋଇଥିବା କେତେକ ବ୍ୟକ୍ତିଙ୍କ ମଧ୍ୟରୁ କିଛି ବ୍ୟକ୍ତି ଆବଶ୍ୟକତାଠାରୁ ଅଧିକାଂଶ ସମୟ ଟିଭି ଦେଖୁଥିବାର ଏହି ବିଶ୍ବବିଦ୍ୟାଳୟର ବିଶେଷଜ୍ଞମାନେ ଜାଣିବାକୁ ପାଇଥିଲେ।

ସମ୍ବନ୍ଧିତ ଖବର