ବିଚିତ୍ର ପୁରସ୍କାର

ତୁମ କାହାଣୀ - ରଘୁନନ୍ଦନ ଓଝା‌

ଜଙ୍ଗଲରେ ଅନେକ ପଶୁପକ୍ଷୀ ରହୁଥିଲେ। ସେମାନଙ୍କ ଭିତରେ ବହୁତ ଭଲ ସମ୍ପର୍କ ବି ଥିଲା। କାହା ଭିତରେ କାହା ପାଇଁ ରାଗ, ବାଦ, ହିଂସା ଆଦି ଦେଖିବାକୁ ମିଳୁ ନଥିଲା। ମଝିରେ ମଝିରେ ସାଙ୍ଗ ହୋଇ ସେମାନେ ଭୋଜି ଭାତ କରୁଥିଲେ।

ଏମିତି ଦିନେ ଭୋଜିରେ ଖାଇବାବେଳେ କୋକିଶିଆଳୀଟି ମାଂସ ଖାଉ ଖାଉ ତା’ର ତଣ୍ଟିରେ ହାଡ଼ ଖଣ୍ଡେ ଲାଗିଗଲା। ତାକୁ ବହୁତ କଷ୍ଟ ହେଲା। ବହୁ ଚେଷ୍ଟା କରି ମଧ୍ୟ ହାଡ଼ ଖଣ୍ଡଟା ବାହାରିଲା ନାହିଁ। ସେ ଜଙ୍ଗଲଯାକ ବୁଲି ସମସ୍ତଙ୍କର ସାହାଯ୍ୟ ମାଗିଲା। ହାଡ଼ଟା‌କୁ ଯିଏ ବାହାର କରିଦେବ ତାକୁ ପୁରସ୍କାର ଦେବାକୁ ମଧ୍ୟ କହିଲା। ମାତ୍ର କେହି ହେଲେ ପାରିଲେ ନାହିଁ। ବହୁତ ସମୟ ଏମିତି ଛଟପଟ ହୋଇ କାନ୍ଦିବାକୁ ଆରମ୍ଭ କଲା।

କହନ୍ତି କୋକିଶିଆଳୀ, ବିଲୁଆ ସବୁ ବହୁତ ଚତୁର। ସେମାନଙ୍କୁ ଜମା ବିଶ୍ବାସ କରିବା କଥା ନୁହେଁ। ତେଣୁ ତା’ର ତଣ୍ଟିରେ ସତରେ ହାଡ଼ ଲାଗିଛି କି ନାହିଁ ପଶୁମାନେ ସନ୍ଦେହ କଲେ। ଏମିତି ପୁରସ୍କାର ଦେବାର ଲୋଭ ଦେଖାଇ କାହାକୁ କାମୁଡ଼ି ଦେବନି ତ! ଏମିତି କେତେ କ’ଣ ସମସ୍ତେ ଭାବିବାରେ ଲାଗିଲେ।

ଶେଷରେ ପୋଖରୀ କୂଳରେ ବସିଥିବା ବଗଟିଏ ଆଗେଇ ଆସିଲା। କୋକିଶିଆଳୀର କଷ୍ଟ ଦେଖି ତା‌ ମନରେ ଦୟା ହେଲା। ପୁରସ୍କାର କଥା ଶୁଣି ପୁଣି ତା’ର ଲୋଭ ବି ହେଲା। କହିଲା ଯିଏ ଯାହା ଭାବୁ, ମୁଁ ସାହାଯ୍ୟ କଲେ ଭଲ ଉପହାରଟିଏ ମିଳିବ। ସେଇ ଆଶାରେ କୋକିଶିଆଳୀର ପାଟିରେ ତା’ର ଲମ୍ବା ଥଣ୍ଟ ପୂରାଇ ହାଡ଼ଟିକୁ କାଢ଼ିଦେଲା। ତାପରେ ସେ ପୁରସ୍କାର ମାଗିଲା। କୋକିଶିଆଳୀକୁ ଏପଟେ ଆରମ ଲାଗୁଥାଏ। ସେ ମୁରୁକି ହସି କହିଲା- ‘‘ଆରେ ବୋକା, ତୋ’ ମୁଣ୍ଡଟା ମୋ ପାଟି ଭିତରେ ଥିବାବେଳେ ମୁଁ ତାକୁ ନ ଚୋବାଇ ଛାଡ଼ିଦେଲି। ଏହାଠାରୁ ବଡ଼ ପୁରସ୍କାର ତୋ’ର ଆଉ କଅଣ ଅଛି?’’

ବଗ ମନେ ମନେ ରାଗିଯାଇ କହିଲା ମନ୍ଦ ସ୍ବଭାବ ପ୍ରାଣୀର ସ୍ବଭାବ ସଦାବେଳେ ମନ୍ଦ।

ଚତୁର୍ଥ ଶ୍ରେଣୀ
ବିଜିପୁର, ପୁରୀ

ସମ୍ବନ୍ଧିତ ଖବର