ଗୋଟିଏ ଗାଁ ପାଖରେ ଏକ ନଦୀ ଥାଏ। ସେ ନଦୀରେ ଗୋଟିଏ କୁମ୍ଭୀର ରହୁଥିଲା। ନଦୀ କୂଳରେ କିଛି ମୂଷା ଗାତ କରି ରହୁଥାଆନ୍ତି। ସଞ୍ଜ ହେଲେ ସେମାନେ ବାହାରକୁ ବାହାରନ୍ତି ଓ ଖେଳନ୍ତି। କୁମ୍ଭୀରଟି ସବୁବେଳେ ମୂଷାମାନଙ୍କୁ ମାରି ଖାଇବାକୁ ଚେଷ୍ଟା କରେ। କିନ୍ତୁ ମୂଷାମାନେ ଏକଥା ଜାଣି ପାରି ଗାତରେ ପଶି ଯାଆନ୍ତି। ଏମିତି ମୂଷାମାନେ ସବୁବେ‌େଳ ଡରରେ ଚଳୁଥାଆନ୍ତି। ଥରେ ଗୋଟିଏ ମୂଷାକୁ କୁମ୍ଭୀରଟି ଝାମ୍ପି ନେଲା। ତେଣିକି ମୂଷାମାନେ କେମିତି ବଞ୍ଚିବେ ସେ କଥା ଭାଳେଣି ପଡ଼ିଗଲା। ଆଖପାଖରେ ଥିବା ମୂଷାମାନେ ଏକାଠି ହୋଇ କୁମ୍ଭୀରଠୁ ରକ୍ଷା ପାଇବାକୁ ଏକ ଉପାୟ ଚିନ୍ତା କଲେ।

Advertisment

ସବୁ ମୂଷା ମିଶି ନିକଟରେ ଥିବା କେଉଟ ଘରୁ ଜାଲଟିଏ ଆଣିଲେ। ତାକୁ ନଦୀ କୂଳରେ ପକାଇଦେଲେ। ତା ପରଦିନ ମୂଷାମାନେ ଜାଲର ଆରପଟେ ଖେଳିଲେ। ମୂଷାମାନଙ୍କୁ ଖାଇବା ଆଶାରେ ଯେତେବେଳେ କୁମ୍ଭୀରଟି ଜାଲ ଉପରେ ଘୁଷୁରି ଘୁଷୁରି ଗଲା, ସେ ଜାଲରେ ଛନ୍ଦି ହୋଇ ପଡ଼ିଲା। ଆଉ ମୁକୁଳି ପାରିଲାନି। କିଛି ସମୟ ପରେ କେଉଟ ତା’ ଜାଲକୁ ଖୋଜି ଖୋଜି ଆସି କୁମ୍ଭୀର ପାଖରେ ପହଁଚିଲା। ଜାଲ ଓ କୁମ୍ଭୀରକୁ ସେ କେଉଟ ସାଙ୍ଗରେ ନେଇ ଚାଲିଗଲା। ତା’ପରଠୁ ମୂଷାମାନେ ଖୁସିରେ ରହିଲେ।

ଦ୍ବିତୀୟ ଶ୍ରେଣୀ
ମଦର୍ସ ପବ୍ଲିକ୍‌ ସ୍କୁଲ,
ପୁରୀ