ଗାଁ ଟିଏ। ନାଁ ତା’ର ବିଜିପୁର। ସେହି ଗାଁରେ ଶ୍ରୀକୃଷ୍ଣଙ୍କର ଏକ ମନ୍ଦିର। ମନ୍ଦିରର ପୂଜକ ଦିବ୍ୟଦୃଷ୍ଟି ସଂପନ୍ନ। ସେ ଅତୀତ ଓ ଭବିଷ୍ୟତ କଥା ଜାଣିପାରନ୍ତି। ସେହି ମନ୍ଦିର ପାଖରେ ଏକ ଆମ୍ବଗଛ ଥିଲା। ଗଛରେ ବହୁତ ଆମ୍ବ ଫଳେ। ଯିଏ ଗଛକୁ ଛୁଏଁ, ତା’ ପାଖରେ ଗୋଟିଏ ଆମ୍ବ ଖସିପଡ଼େ। ଦ୍ବିତୀୟ ଥର ଛୁଇଁଲେ ଆଉ ଗୋଟେ ପଡ଼େ। କିନ୍ତୁ ଆମ୍ବ ତୋଳିବାକୁ ଗଲେ କେହି ନିଆଁ ଚେଙ୍କିଲା ପରି ଲାଗେ।
ଥରେ ଗୋଟିଏ ଲୋକ ରାତିରେ ସେହି ଗଛ ପାଖରେ ପହଞ୍ଚିଲା। ଆମ୍ବଗଛକୁ ଛୁଇଁବା ବେଳେ ତାକୁ ସତେ ଯେମିତି କିଏ ନିଆଁରେ ଚେଙ୍ଗି ଦେଲା ପରି ଲାଗିଲା। କିନ୍ତୁ ଆମ୍ବ ଆଉ ପଡ଼ିଲାନି। ସେ ପୂଜକଙ୍କୁ ପାଖକୁ ଯାଇ ଗଛର ରହସ୍ୟ ଜାଣିବାକୁ ଚେଷ୍ଟା କଲା। ପୂଜକ କହିଲେ ଏହା ସବୁ ମହାପ୍ରଭୁ ଶ୍ରୀକୃଷ୍ୃଙ୍କ ଲୀଳା। ଯଦି କେହି ଚୋର ଓ ମନ୍ଦ ଉଦ୍ଦେଶ୍ୟ ରଖୁଥିବା ବ୍ୟକ୍ତି ଏ ଗଛକୁ ଛୁଇଁବେ ତାଙ୍କୁ ନିଆଁଚେଙ୍କ ଲାଗିବ। ଏହା କହି ପୂଜକ ସେଠାରୁ ଚାଲିଗଲେ। ସେ ବ୍ୟକ୍ତି ଜଣକ ପ୍ରକୃତରେ ଚୋର ଥିଲେ। ଏଣୁ ସେ ସବୁ ବୁଝିପାରିଲେ। ସେଠାରୁ ଯିବାପରେ ଭାବିଲେ ମଁୁ କିଛି ଭଲ କାମ କରିବି। ସେ ଫେରିଯାଇ ନିଜ ଗ୍ରାମର ଶିଶୁମାନଙ୍କୁ କହିଲେ ସେହି କୁହୁକ ଗଛ ପାଖକୁ ଯାଇ ଆମ୍ବ ଖାଇବାକୁ। ପିଲାମାନେ ଏହା ଜାଣି ଭାରି ଖୁସି ହେଲେ। ପରେ ବ୍ୟକ୍ତିଜଣକ ଚୋରୀ କରିବା ଛାଡ଼ିଦେଲେ।
ଏହି କୁହୁକ ଗଛ ଯୋଗୁଁ ତାଙ୍କ ସ୍ବଭାବରେ ପରିବର୍ତ୍ତନ ହୋଇଥିବାରୁ ସେ ବିଷୟ ନିଜ ଡାଏରିରେ ଲେଖିଲେ ଓ ଖବରକାଗଜରେ ପ୍ରକାଶିତ କଲେ। ଏମିତି କିିଛିଦିନ ଭଲକାମ କଲାପରେ ସେ ଦିନେ ସେହିବାଟେ ଯାଉଥିଲେ। ଏଥର ସେହି ଗଛ ପାଖକୁ ଯାଇ ଛୁଇଁବାରୁ ଆଉ ନିଆଁଚେଙ୍କ ଲାଗିଲାନି ବରଂ ତାଙ୍କ ହାତରେ ଗୋଟିଏ ଆମ୍ବ ଆସି ପଡ଼ିଲା। ବହୁତ ଖୁସି ହୋଇ ସେ ଘରକୁ ଫେରିଲେ।
ଦ୍ବିତୀୟ ଶ୍ରେଣୀ
ମଦର୍ସ ପବ୍ଲିକ୍ ସ୍କୁଲ୍, ପୁରୀ