ଏମିତି ଜଣେ ମଣିଷ ଥିଲେ, ଯେ କି ଟିକିଏ ସମୟ ନଷ୍ଟ କରୁ ନ ଥିଲେ। ଟିକିଏ ସମୟ ବୃଥା ବିତିଯିବ ଭାବି ନିଜ ପାଖରେ ସବୁ ବେଳେ ଘଣ୍ଟା ରଖୁଥିଲେ। ସେ ହେଉଛନ୍ତି ସତ୍ୟ ଅହିଂସାର ପୂଜାରୀ ଆମ ସମସ୍ତଙ୍କର ପ୍ରିୟ ବାପୁଜୀ।
ଦିନକର କଥା। ବାପୁଜୀ ସାବରମତୀ ଆଶ୍ରମରେ କୋୖଣସି କାମରେ ବ୍ୟସ୍ତ ଥାଆନ୍ତି।
ହୋରେସ୍ ନାମକ ଜଣେ ଇଂରେଜ ସାହେବ ତାଙ୍କୁ ଭେଟିବାକୁ ଆସିଲେ। ମହାଦେବ ଦେଶାଇ ବାପୁଜୀଙ୍କ ସେକ୍ରେଟାରୀ। ସେ ତାଙ୍କୁ ଆସନ୍ତା କାଲି ଚାରିଟା ବେଳକୁ ଆସିବାକୁ କହିଲେ। ଏତିକିରେ କଥା ସରିଲା। ସେ ଫେରିଗଲେ। ଭାରତୀୟମାନଙ୍କ ସମୟ ଜ୍ଞାନ ନେଇ ସାହେବଙ୍କ ମନରେ ନାନା ଚିନ୍ତା ଦେଖା ଦେଲା। ସେମାନେ ଇଣ୍ଡିଆନ୍ ଟାଇମ୍ କହି ସମୟ ଗଡ଼େଇ ଦିଅନ୍ତି। ସେମାନଙ୍କର ସମୟ ଜ୍ଞାନ ନାହିଁ। ଠିକ୍ ସମୟରେ ଠିକ୍ କାମ କରନ୍ତି ନାହିଁ। ଅଯଥା ଗପି ସମୟ ନଷ୍ଟ କରି ଦିଅନ୍ତି। ଆଉ ଏହା ସେମାନଙ୍କର ବଡ଼ ଦୁର୍ବଳତା ବୋଲି ଭାବନ୍ତି ନାହିଁ।
ଅପର ପକ୍ଷରେ ଇଂରେଜମାନେ ସମୟକୁ ଜଗି ଚଳନ୍ତି। ସାହେବଙ୍କ ମନରେ ଏମିତି ଏକ ଅହଙ୍କାର ବସା ବାନ୍ଧିଲା। ସେ ଏହା ଭାବି ତହିଁ ପରଦିନ ଚାରିଟା ପାଞ୍ଚ ମିନିଟ ବେଳକୁ ଆଶ୍ରମରେ ପହଞ୍ଚିଲେ। ଦେଖିଲେ ବାପୁଜୀ ନାହାନ୍ତି। ସାହେବ ଗାନ୍ଧିଜୀଙ୍କୁ ଆସିବାକୁ ଡକାଇଲେ। କାଳ ବିଳମ୍ବ ନକରି ବାପୁଜୀ ଆସି କହିଲେ, ‘ଆପଣଙ୍କର ସମୟ ଜ୍ଞାନ ନାହିଁ। ମୁଁ ଚାରିଟା ବାଜିବାକୁ ଦୁଇ ମିନିଟ ଥିଲା, ଆସି ଯାଇଥିଲି। ଠିକ୍ ଚାରିଟା ବେଳକୁ ଆପଣ ନ ଆସିବାରୁ ଫେରିଗଲି। ସମୟ ନଷ୍ଟ ହୋଇଯିବ ଭାବି ଅନ୍ୟ କାମ କରିବାରେ ଲାଗିଲି।
ବାପୁଜୀଙ୍କ କଥାେର ବିଚରା ସାହେବଙ୍କ ଅହଂକାର ଭାଙ୍ଗି ଚୂରମାର ହୋଇ ଗଲା। ସେ ଲଜ୍ଜିତ ହେଲେ। ତାଙ୍କ ମଥା ତଳକୁ ନଇଁ ଗଲା। ଅନ୍ୟ ଭାରତୀୟମାନଙ୍କ ପରି ବାପୁଜୀଙ୍କ ସମୟ ଜ୍ଞାନ ନାହିଁ ଭାବିବା ବିରାଟ ଭୁଲ ବୋଲି ସାହେବ ବୁଝି ପାରିଲେ।
ଭଞ୍ଜକଲୋନି, ଜଲେଶ୍ୱର,
ବାଲେଶ୍ବର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/story-1.jpg)