ଗାଁଟିଏ। ଏହାର ଗୋଟିଏ ମୁଣ୍ଡରେ ଝଙ୍କାଳିଆ ବରଗଛଟିଏ ଓ ତା’ ତଳେ ରହିଛି ଗୋଟିଏ ପୁରୁଣା କୂଅ। କେଉଁ କାଳରୁ ବିଶ୍ବାସ ରହିଆସିଛି ଯେ’ ଏ କୂଅର ଇଚ୍ଛାପୂରଣ କରିବା ଶକ୍ତି ଅଛି। ଏଣୁ କୌଣସି ଗୋଟିଏ କାମ କରିବା ଆଗରୁ ଲୋକେ ତା’ ପାଖକୁ ଯାଇ ତା’ ଭିତରକୁ ଟଙ୍କାଟିଏ ପକାଇ ଦେଉଥିଲେ ଏବଂ ବରଟିଏ ମାଗୁଥିଲେ।

Advertisment

ସେ ଗାଁରେ ରାମୁ ବୋଲି ଗୋଟିଏ ପିଲା ଥିଲା। ବିନା ପରିଶ୍ରମରେ ସେ ଚାହଁୁଥିଲା ଧନୀ ହେବାକୁ। ତେଣୁ ଥରେ ସେ କୂଅ ପାଖକୁ ଗଲା ଏବଂ ଗୋଟିଏ ଟଙ୍କା ତା’ ଭିତରକୁ ପକାଇଦେଇ ହଠାତ୍‌ ଧନୀ ହୋଇଯିବାକୁ କାମନା କରି ଆସିଲା। ସେ ଭାବିଲା ଏମିତି କରିଦେଲେ ଆପେ ଧନୀ ହୋଇଯିବ। ହେଲେ ସେମିତି କିଛି ଘଟିଲା ନାହିଁ। ପୁଣି ସେମିତି ଯାଇ ଟଙ୍କା ଉପରେ ଟଙ୍କା ପକାଇବାରେ ଲାଗିଲା।

ଦିନେ ହଠାତ୍‌ ସେଥିରୁ ତାକୁ ଶବ୍ଦ ଶୁଣାଗଲା, ଆରେ ହେ ବୋକା! କାହିଁକି ଟଙ୍କାଗୁଡ଼ାକ ନଷ୍ଟ କରିବାରେ ଲାଗିଛୁ? ତୁ ଏମିତି ଯେତେ କଲେ ବି ତୋ ଇଛା ପୂରଣ ହେବ ନାହିଁ। ଇଛା ସହିତ କାମ ବି ଦରକାର। ତେଣୁ ଏଠାରେ ଏମିତି ଟଙ୍କା ନଷ୍ଟ ନ କରି କଠିନ ପରିଶ୍ରମ କରେ।ରାମୁ ଆଶ୍ଚର୍ଯ୍ୟ ହୋଇ ଏଣେତେଣେ ଚାହିଁଲା। ସେ ଦେଖିଲା ଯେ ଜଣେ ବୁଢ଼ୀ କୂଅର ଆରପାଖରେ ବସି ଏହା କହୁଛନ୍ତି। କଥାଟି ରାମୁର ମନକୁ କିନ୍ତୁ ପାଇଲା। ଏଣୁ ସେ ତାଙ୍କ ପାଖକୁ ଗଲା। ହାତରେ ଧରିଥିବା ଟଙ୍କାକୁ ଦେଖାଇ ଆଉ ନଷ୍ଟ କରିବ ନାହିଁ ବୋଲି କହିଲା। ଏହା ଶୁଣି ବୁଢ଼ୀ ଖୁସି ହୋଇ ତାକୁ ଆଶୀର୍ବାଦ କଲେ।

ଫେରିବା ବାଟରେ ରାମୁ କିଛି କଖାରୁ ମଞ୍ଜି କିଣି ଆଣିଲା। ତାଙ୍କର ବଡ଼ ବଗିଚାଟିଏ ଥିଲା। ତା’ପର ଦିନ ସେ ମଞ୍ଜିଯାକ ସେଥିରେ ଲଗାଇଲା। ଧୀରେଧୀରେ ଅନ୍ୟାନ୍ୟ ପନିପରିବା ଚାଷ କରିବାକୁ ମଧ୍ୟ ଆରମ୍ଭ କଲା। ତାହା ବିକି ବେଶ୍‌ କିଛି ଉପାର୍ଜନ କଲା। ବର୍ଷକୁ ବର୍ଷ ତା’ର ଏହି ବେପାର ବଢ଼ିବାକୁ ଲାଗିଲା। ତା’ର କର୍ମଦ୍ବାରା ସେ ଧନୀ ହେବା ସହିତ ଲୋକମାନେ ତାକୁ ଖାତିର ବି କଲେ। ସରକାରଙ୍କଠାରୁ ଅଗ୍ରଣୀ ଚାଷୀ ରୂପେ ସେ ପୁରସ୍କାର ପାଇଲା।

ଅଷ୍ଟମ ଶ୍ରେଣୀ, ଗଣ୍ଡମୁଣ୍ଡା
ଭୁବନେଶ୍ବର