ବହୁଦିନ ତଳର କଥା। ଦେବତାମାନଙ୍କ ଗୁରୁ ବୃହସ୍ପତି ଚଢ଼େଇମାନଙ୍କ ରାଜା ବାଛିବାକୁ ଠିକ୍ କଲେ। ସେ ଜଙ୍ଗଲର ସବୁ ଚଢ଼େଇଙ୍କୁ ଏକାଠି ହେବାକୁ ଖବର ପଠାଇଲେ। ସେହିଦିନ ସେମାନଙ୍କ ରାଜା ବଛାହେବ ବୋଲି ମଧ୍ୟ ଜଣାଇଲେ।
ଡାମରାକୁଆ ଭାବିଲା, ସେ ରାଜା ହୁଅନ୍ତା କି! କୁଆ ଚତୁର ବୋଲି ସମେସ୍ତ କହନ୍ତି। ସେ ଜଙ୍ଗଲଯାକ ବୁଲି ସବୁ ଚଢ଼େଇଙ୍କ ପର ଯୋଗାଡ଼ କଲା। ସେଗୁଡ଼ିକୁ ନିଜ ଦେହରେ ଚାରିଆେଡ଼ ଖଞ୍ଜି ଦେଲା। ଭାବିଲା, ସେ ଏପରି ବିଚିତ୍ର ଦେଖାଗଲେ ଗୁରୁ ତାକୁ ରାଜା କରିଦେବେ। ସବୁ ଚଢ଼େଇ ଏକାଠି ହେଲେ। ବୃହସ୍ପତି ଆସି ସତକୁ ସତ ଡାମରାକୁଆକୁ ରାଜା କରିଦେଲେ। ଏଥିରେ ଅନ୍ୟ ଚଢ଼େଇମାନେ ରାଗି ଗଲେ। ସମସ୍ତେ ତାକୁ ଆକ୍ରମଣ କରି ନିଜ ନିଜର ପର ଛଡ଼େଇ ନେଲେ। ଶେଷରେ ସେ ପୁଣି ଡାମରା କୁଆ ହୋଇଗଲା। ଲାଜରେ ଜାଗା ଛାଡ଼ି କୁଆଟି ପଳେଇଲା।
ଖଜୁରୀପଡ଼ା, ଫୁଲବାଣୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/story.jpg)