କଥା-ଫରୁଆ :  ‘‘ଶାଗଖିଆକୁ ପେଯଖିଆ ଦେଖିପାରେନା’’

ସାଧାରଣ ମଣିଷ ଭିତରେ କ୍ରୋଧ, ଘୃଣା, ଈର୍ଷା ଓ ସ୍ବାର୍ଥପରତା ପ୍ରକାଶ ପାଇବା କିଛି ଅସ୍ବାଭାବିକ ନୁହେଁ। ମାତ୍ର ଏ ସବୁକୁ ଦମନ କରି ନ ପାରିଲେ ମଣିଷଟିଏ କ୍ଷତିଗ୍ରସ୍ତ ତ ହୁଏ ତାହା ସହିତ ସାରା ସମାଜ ମଧ୍ୟ କ୍ଷତିରେ ପଡ଼େ। ତେଣୁ ଯୋଗୀ, ମୁନି, ସାଧୁମାନେ ଏ ସବୁକୁ ମଣିଷର ଶତ୍ରୁ ବୋଲି ଘୋଷଣା କରିଛନ୍ତି। ଯେ ଏ ସବୁକୁ ଦମନ କରିପାରେ ସେ ଉତ୍ତମ ମଣିଷ ବୋଲାଏ। ମଣିଷ ଭିତରର ଏ ଶତ୍ରୁମାନଙ୍କ ଭିତରୁ ଈର୍ଷା ଏକ ବଡ଼ ଶତ୍ରୁ। ଆମେ ନିଜ ଅପେକ୍ଷା ଆଉ କାହାର ଭଲ ଦେଖିଲେ ସହଜ‌ରେ ତା’ ପ୍ରତି ଈର୍ଷାନ୍ବିତ ହୋଇପଡ଼ୁ। ଏ ପରିକି ଜଣେ ଅତି ଗରିବ, ତା’ ଭଳି ଆଉ ଜଣେ ଗରିବର ସାମନ୍ୟ ଉନ୍ନତି ମଧ୍ୟ ସହ୍ୟ କରିପାରେ ନାହିଁ। ସେଥିପାଇଁ ଓଡ଼ିଆରେ ଗୋଟିଏ କଥା ଅଛି- ‘‘ଶାଗଖିଆକୁ ପେଯଖିଆ ଦେଖିପାରେନା’’। ପେଯ ଖାଇ ବଞ୍ଚିଥିବା ଲୋକ ତା’ ଭଳି ଆଉ କେହି ପେଯଖିଆରୁ ଉଠି ଶାଗଖାଇବାର ସୁଯୋଗ ପାଇଲେ ତା’ ପ୍ରତି ଈର୍ଷାଳୁ ହୋଇପଡ଼େ।

ସମ୍ବନ୍ଧିତ ଖବର