ଆଗ କାଳରେ ଏତେ ପୋଲ ବା ଶଙ୍ଖ ନ ଥିଲା। ଓଡ଼ିଶାରେ କେତେ ନଈନାଳ। ଏପରି କି ଗୋଟିଏ ଗାଆଁରୁ ଆଉ ଗୋଟିଏ ଗାଆଁକୁ ଯିବାକୁ ହେଲେ ଗୋଟାଏ ଦୁଇଟା ନଈ ବା ନାଳ ପାରି ହେବାକୁ ପଡ଼ୁଥିଲା। କେଉଁଠି କେଉଁଠି ଅଗଭୀର ନଈ ନାଳ ସଙ୍ଗକୁ ଅଣଓସାରିଆ ଜଳସ୍ରୋତଗୁଡ଼ିକରେ ଡଙ୍ଗା ବି ଚାଲିବା ସମ୍ଭବ ନ ଥିଲା। ଦେହରୁ ଲୁଗାପଟା ଆଡ଼େଇ ଅନେକ ସମୟରେ ଲୋକେ ନଈ ପାର ହେଉଥିଲେ। ତେଣୁ ଯାଉଯାଉ ନଈ ପଡ଼ିଲା ମାନେ ଦେହରୁ ବସନ ବାହାର କର। ମାତ୍ର ନଈ ନ ଦେଖୁଣୁ ନିଜକୁ ଲଙ୍ଗଳା କରିବା କ’ଣ ଆବଶ୍ୟକ? ଏହା ଏକ ପ୍ରକାରର ଅବିବେକିତା। ସେଇଥିପାଇଁ ପ୍ରକୃତ ଆବଶ୍ୟକତା ଲାଗି ଯେଉଁ ପ୍ରସ୍ତୁତି ଜରୁରି ତାହା ଉପଗତ ହେବା ପୂର୍ବରୁ କେହି ବ୍ୟଗ୍ରତା ପ୍ରକାଶ କଲେ ଆମେ କହୁ ସେ ବ୍ୟକ୍ତି ଜଣକ ‘‘ନଈ ନ ଦେଖୁଣୁ ଲଙ୍ଗଳା’’ ହେଉଛନ୍ତି।