କଥା-ଫରୁଆ : ‘‘ତୁଚ୍ଛାକୁ ଏତେ, ମୁଦି ନାହିଁ ଗୋଡ଼ କଚାଡ଼ୁ କେତେ!’’

ମଣିଷ ମାତ୍ରେ ସେ ନିଜକୁ ପ୍ରଦର୍ଶିତ କରିବା ଲାଗି ଚେଷ୍ଟା କରେ। ସେ ଯେ ବେଶଭୂଷା ହୁଏ ଅଳଙ୍କାର ପିନ୍ଧେ, ପ୍ରସାଧନ କରେ ତା’ ପଛରେ ଅଛି ଏହି ନିଜକୁ ପ୍ରଦର୍ଶିତ କରିବାର ବାସନା। ତେଣୁ ସାଧାରଣ ଶବ୍ଦରେ କହିଲେ, ଦେଖେଇହେବା ମନୁ‌ଷ୍ୟର ଏକ ସହଜାତ ପ୍ରବୃତ୍ତି। ହେଲେ ଯାହାର ଅଛି ସେ ସିନା ଦେଖେଇ ହେବ, ଯାହାର ନାହିଁ ସେ ଦେଖେଇବ କ’ଣ? ତେଣୁ କିଛି ନ ଥାଇ ସେ କେବଳ ବିକଳ ହୁଏ। ଯିଏ ଗୋଡ଼ରେ ସୁନ୍ଦର ମୁଦି ପିନ୍ଧିଥାଏ, ସେଥିପ୍ରତି ଅନ୍ୟର ଦୃଷ୍ଟି ଆକର୍ଷଣ କରିବା ପାଇଁ ଗୋଡ଼ କଚାଡ଼ି ଅନ୍ୟକୁ ସେ ଆକୃଷ୍ଟ କରେ। ଉଦ୍ଦେଶ୍ୟ, ଏଇ ଦେଖ ମଁୁ ମୁଦି ପିନ୍ଧିଛି। ମାତ୍ର ମୁଦି ନ ଥାଇ ଗୋଡ଼ କଚାଡ଼ିବା ଏକ ନିଷ୍ଫଳ ପ୍ରୟାସ। ଅତଏବ ଗୁଣ ନ ଥାଇ ନିଜକୁ ଗୁଣବାନ ବୋଲି କହି ଦେଖେଇହେବା ଭଳି କୌଣସି କାର୍ଯ୍ୟ କଲେ, କୁହାଯାଏ- ‘‘ତୁଚ୍ଛାକୁ ଏତେ, ମୁଦି ନାଇଁ ଗୋଡ଼ କଚାଡ଼ୁ କେତେ!’’

ସମ୍ବନ୍ଧିତ ଖବର