ପ୍ରକୃତରେ ଆମେ ଯେତେ କଥାବାର୍ତ୍ତା କରୁ ସେଥିରୁ ଅନେକ ବାକ୍ୟ ନ କହିଲେ ବି କୌଣସି କ୍ଷତି ହୁଅନ୍ତା ନାହିଁ। ମାତ୍ର ଆମେ ତାହା ନ ବୁଝି ଅନେକ ଅଦରକାରୀ କଥା କହିବାରେ ସମୟ ନଷ୍ଟ କରୁ। ସେ ଭିତରୁ ଅନ୍ୟକୁ ଉପଦେଶ ଦେବା ଏକ ସାଧାରଣ କଥା। କେଉଁଠାରେ କେହି ସମସ୍ୟାରେ ପଡ଼ିଲେ ପ୍ରାୟତଃ ଅନେକ ପରାମର୍ଶ ଦେବାକୁ ଆଗେଇ ଆସନ୍ତି। ସେଥିପାଇଁ କେହି ତାଙ୍କୁ ପଚାରନ୍ତୁ ବା ନ ପଚାରନ୍ତୁ। ମାତ୍ର ନିଜର ସମସ୍ୟା ଯେ ଅନେକ ସେ ଦିଗରେ ମୋଟେ ଯତ୍ନଶୀଳ ହୁଅନ୍ତି ନାହିଁ। ତା’ର କାରଣ ହେଲା ଅନ୍ୟର ସମସ୍ୟାଟି ଆମକୁ ସହଜରେ ଦିଶେ ଓ ନିଜ ସମସ୍ୟାର ସମାଧାନ ସହଜରେ ମନକୁ ଆସେ ନାହିଁ। ସେଇଥିପାଇଁ କୌଣସି ବ୍ୟକ୍ତି ନିଜେ ସେଇ ଏକା ସମସ୍ୟାରେ ଥାଇ ଅନ୍ୟକୁ ବୁଦ୍ଧି ବତାଇଲେ କୁହାଯାଏ- ‘‘କହି ଦେଉଥାଇ ପରକୁ, ବୁଦ୍ଧି ନ ଦିଶଇ ଘରକୁ’’।
କଥା-ଫରୁଆ : ‘‘କହି ଦେଉଥାଇ ପରକୁ, ବୁଦ୍ଧି ନ ଦିଶଇ ଘରକୁ’’
/sambad/media/post_attachments/wp-content/uploads/2020/12/katha-farua-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)