ଏ କଥାଟି ଓଡ଼ିଶାର ଗାଁ ଗହଳଠାରୁ ଆରମ୍ଭ କରି ସହର ବଜାରରେ ମଧ୍ୟ ଖୁବ୍ ପ୍ରଚଳିତ। ଚିଲିକାର ଲୁଣିମାଛରେ କଇଁଆ ରସ ଦେଇ ରାନ୍ଧିଲେ ତାହା ଖୁବ୍ ସ୍ବାଦିଷ୍ଟ ହୋଇଥାଏ। ହେଲେ ଚିଲିକା ଭିତରୁ ମାଛ ମାରିବା ପୋଖରୀ, ଗାଡ଼ିଆ ବା ନଈରୁ ମାଛ ମାରିବା ଭଳି ସହଜସାଧ୍ୟ ନୁହେଁ। ସେମିତି କଇଁଆ ବା ତେନ୍ତୁଳି ଗଛରେ ଚଢ଼ି କାହିଁ ଉଚ୍ଚରେ ଥିବା ପାଚିଲା ତେନ୍ତୁଳି ତୋଳିବା କଷ୍ଟକର। ଏଇ ଉଚ୍ଚତାକୁ ଆକାଶ ସହ ତୁଳନା କରାଯାଇଛି। ଅତଏବ ଚିଲିକାରୁ ମାଛ ଧରି ଉଚ୍ଚ କଇଁଆ ଗଛରୁ ଫଳ ତୋଳି ତରକାରି ଖାଇବା ଏକ ଅତି କଠିନ କାମ। ଦୁଇଟି କଷ୍ଟସାଧ୍ୟ ସମସ୍ୟାର ସମାଧାନ ଉପରେ କୌଣସି କାର୍ଯ୍ୟ ନିର୍ଭର କରୁଥିଲେ କୁହାଯାଏ- ‘‘ଆରେ ଭାଇ ସେ କାମ ‘‘ଆକାଶ କଇଁଆ ଚିଲିକା ମାଛ’’ ଭଳି କଥା। ମୋ ଦ୍ବାରା ହବନି।’’
କଥା ଫରୁଆ : ‘ଆକାଶ କଇଁଆ ଚିଲିକା ମାଛ’
/sambad/media/post_attachments/wp-content/uploads/2020/08/katha-farua-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)