ଆମ ଓଡ଼ିଶାରେ ଅନେକ ପର୍ବପର୍ବାଣି ସହ ନାନା ଧାର୍ମିକ କାର୍ଯ୍ୟ ଅନୁଷ୍ଠିତ ହୁଏ। ସେ ଭିତରୁ ଗୋଟିଏ ହେଉଛି ବାରୁଣୀସ୍ନାନଯୋଗ। ଲୋକଙ୍କ ଭିତରେ ଏକ ବିଶ୍ବାସ ଅଛି ଯେ ପଞ୍ଜିକା ଗଣନା ଅନୁସାରେ ବାରୁଣୀଯୋଗ ପଡ଼ିଲେ ଅତି ସକାଳୁ ସ୍ନାନ କରିବା ଏକ ପୁଣ୍ୟକାର୍ଯ୍ୟ। ଏତେବେଳେ ଯେ କୌଣସି ଜଳାଶୟରେ ସ୍ନାନକଲେ ଗଙ୍ଗାନଦୀରେ ସ୍ନାନ କଲାଭଳି ସୁଫଳ ମିଳେ। ଭାରତରେ ଗଙ୍ଗାନଦୀକୁ ପବିତ୍ରତମ ନଦୀଭାବରେ ଗ୍ରହଣ କରାଯାଇଛି। ଅତଏବ ଗଙ୍ଗାରେ ସ୍ନାନ କରିବା ଏକ ପୁଣ୍ୟକାମ। ତେଣୁ ଦୂର ଦୂରାନ୍ତରୁ ଲୋକେ ଗଙ୍ଗାନଦୀରେ ସ୍ନାନ କରିବାକୁ ଯାଆନ୍ତି। ହେଲେ ଅଳସୁଆ ଲୋକ କଷ୍ଟ ସ୍ବୀକାର କରି ଗଙ୍ଗାସ୍ନାନ କରିବାକୁ ଯାଇପାରେ ନାହିଁ। ମାତ୍ର ବାରୁଣୀଯୋଗ ପଡ଼ିଲେ ଘର ନିକଟରେ ଥିବା ଯେ େକୗଣସି ଜଳାଶୟରେ ସ୍ନାନ କରି ପକାଏ। ତା’ର ବିଶ୍ବାସ ସେତେବେଳେ ଗଙ୍ଗା ସେହି ଜଳାଶୟକୁ ପ୍ରବାହିତ ହୋଇଥାଆନ୍ତି; ତେଣୁ ସେ ଗଙ୍ଗାସ୍ନାନ ଫଳ ପାଇବ। ଅତଏବ ପରିଶ୍ରମ ନ କରି କୌଣସି ସୁଫଳ ବା ଲାଭ ମିଳିଲେ କୁହାଯାଏ, ‘‘ଅଳସୁଆ କପାଳକୁ ଗଙ୍ଗା ବିଜେ।’’
କଥା-ଫରୁଆ : ‘‘ଅଳସୁଆ କପାଳକୁ ଗଙ୍ଗା ବିଜେ’’
/sambad/media/post_attachments/wp-content/uploads/2021/01/ganja-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)