କର୍ମ ହିଁ ଜୀବନର ମୂଳମନ୍ତ୍ର। ସେଇଥିପାଇଁ ଭଗବତ୍ ଗୀତାରେ କର୍ମ ଉପରେ ବେଶ୍ ପ୍ରାଧାନ୍ୟ ଦିଆଯାଇଛି। ଗାନ୍ଧୀଜୀ ମଧ୍ୟ ଟିପ୍ପଣୀ କରିଛନ୍ତି ଯେ କାମ ନ କରି ଖାଇବା ଚୋରି ସହ ସମାନ। ତେବେ କର୍ମ କରିବାର ଅର୍ଥ ନୁହେଁ ଯେ କୌଣସି ଅବିଚାରିତ କର୍ମ କରି ନିଜର ସମୟ ନଷ୍ଟ କରିବା। ଭିତରେଇ ଦେଖିଲେ ଜାଣି ହେବ ଯେ ଆମେ ଅନେକ ସମୟରେ ଅଯଥା କାମ କରି ହଇରାଣ ହେଉ। ସମୟ ଅତିବାହିତ ହୋଇଯିବା ପରେ ମନକୁ ଆସେ ଯେ ଏ କାମଟି ମୋର କରିବାର ନ ଥିଲା। ପ୍ରତ୍ୟେକ କର୍ମ ପଛରେ ଉପଯୁକ୍ତ ବିଚାର ରହିବା ନିତାନ୍ତ ଆବଶ୍ୟକ। ଏଇ ବିଚାର ହିଁ ମଣିଷକୁ ସଫଳତା ଆଣିଦିଏ। ତେଣୁ ବିଚାର ରହିତ କର୍ମ ଅନୁପଯୁକ୍ତ ତଥା ଅକରଣୀୟ। ଗୋଟିଏ ଜାଗାରୁ ମୂଷାଟିକୁ ତଡ଼ିବାର ଅଛି ବା ସେଇଭଳି ଏକ ସାମାନ୍ୟ କର୍ମ କରିବାର ଅଛି ତ ସେଥିପାଇଁ ଗୋଟିଏ ପର୍ବତ ଖୋଳିବା କ’ଣ ଦରକାର? ପାହାଡ଼ ଖୋଳିବା ଏକ କଠିନ କାମ। ଅତଏବ ଗୋଟିଏ ଛୋଟ ସମାଧାନ ଲାଗି ଅତ୍ୟଧିକ କଠିନ କର୍ମ କରିବାକୁ କୁହାଯାଏ, ‘‘ଖୋଳ ପର୍ବତ ମାର ମୂଷା’’।
କଥା-ଫରୁଆ : ଖୋଳ ପର୍ବତ ମାର ମୂଷା
/sambad/media/post_attachments/wp-content/uploads/2021/04/katha-farua-2.jpg)