ଇଂରାଜିରେ ଗୋଟେ କଥା ଅଛି- ଟୁ ମେକ୍ ଏ ମାଉଣ୍ଟେନ୍ ଅଫ୍ ଏ ମୋଲ୍ ହିଲ୍। ମାନେ ଚୁଚୁନ୍ଦ୍ରାର ମାଟିଗଦାକୁ ପାହାଡ଼ ସହ ସମାନ କରିବା। ତିଳକୁୁ ତାଳ କଥାଟି ସେଇଆ। ମଜା କଥା ହେଲା, ଏପରି ଧାରଣା ସବୁଆଡ଼େ ପରିବ୍ୟାପ୍ତ। ହୁଏତ ଆଉ କେଉଁ ଭାଷାରେ ଏ ଭାବନାକୁ ଆଉ କେଉଁ ଢଙ୍ଗରେ କୁହାଯାଇଥିବ। ଆମ ଓଡ଼ିଆ ଏକ ପୁରୁଣା ଭାଷା। ତେଣୁ ‘ତିଳକୁ ତାଳ’ ଯୋଡ଼ି କେଡ଼େ ସୁନ୍ଦର କରି କଥାଟି ପରିବେଷିତ ହୋଇଛି। ତିଳ କହିଲେ ରାଶି। ରାଶି ଗୋଟିଏ ଅତି କ୍ଷୁଦ୍ର ଶସ୍ୟ ଏବଂ ତା’ ତୁଳନାରେ ତାଳର ଆକାର ବେଶ୍ ବଡ଼। ଅତଏବ ଯେଉଁଠାରେ ଗୋଟିଏ ଅତି ସାମାନ୍ୟ କଥାକୁ ବଢ଼େଇ ଚଢ଼େଇ ଖୁବ୍ ବଡ଼ କରି କୁହାଯାଏ ସେଠାରେ ଏଇ ଉପମାଟି ଦିଆଯାଏ। ସେ ତିଳକୁ ତାଳ କରି କଥାଟିକୁ କହିଲେ।
କଥା-ଫରୁଆ: ତିଳକୁ ତାଳ କରିବା
/sambad/media/post_attachments/wp-content/uploads/2021/05/katha-farua.jpg)