ଓଡ଼ିଶା ସାରା ନଈନାଳରେ ପରିପୂର୍ଣ୍ଣ। ଅତଏବ ନଈକୁ ନେଇ କେତେ ନା କେତେ ଋଢ଼ି ପ୍ରୟୋଗ, ଢଗ ଢମାଳି ଓଡ଼ିଆ ଭାଷାରେ ଅଛି। ଯେମିତି-‘‘ନଈ କେ ବାଙ୍କ୍, ଦେଶକେ ଫାଙ୍କ୍’’, ‘‘ନଈ ନ ଦେଖୁଣୁ ନଙ୍ଗଳା’’, ‘‘ନଈରେ ବାଳିଆ ଚମକିଲା.....’’, ଇତ୍ୟାଦି। ନଈ ସୁଅରେ ବାଲିବନ୍ଧ ପକାଇବା କଥାଟି ମଧ୍ୟ ସେମିତି। ନଈର ସୁଅକୁ ବନ୍ଧ ପକାଇ ଅଟକାଇବା ଏକ ଅସମ୍ଭବ କଥା। ଏଥିପାଇଁ ବଡ଼ ମାଟିବନ୍ଧ ବା ପଥର ବନ୍ଧର ଆବଶ୍ୟକ ପଡ଼େ। ମାତ୍ର ବାଲିବନ୍ଧ ପକେଇ ନଈର ସ୍ରୋତକୁ ଅଟକାଇବା କେମିତି?। ଅପରପକ୍ଷରେ ଆମେ ଦେଖୁ ଯେ କେହି କେହି ଗୋଟାଏ ଗୁରୁତର କାର୍ଯ୍ୟକୁ ହାଲୁକା ଭାବରେ ନେଇ କେତେକ ଅନୁପଯୁକ୍ତ କାମ କରନ୍ତି। ଯେମିତି ଜୋର୍ ଝଡ଼ ତୋଫାନକୁ ବାଉଁଶତାଟି ଦେଇ ଅଟକାଇବା। ଅତଏବ ସେ ଭଳି କ୍ଷେତ୍ରରେ ଟିପ୍ପଣୀ କରି କୁହାଯାଏ ଯେ ଏ କାମ ଠିକ୍ ‘‘ନଈ ସୁଅରେ ବାଲିବନ୍ଧ ପକାଇବା’’ ଭଳି ହେଲା।
କଥା-ଫରୁଆ: ନଈ ସୁଅରେ ବାଲିବନ୍ଧ ପକାଇବା
/sambad/media/post_attachments/wp-content/uploads/2021/06/katha-farua.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)